ଆଜିକାଲି ଫ୍ୟାଶନ୍ର ଯୁଗ। ଷ୍ଟାଇଲ ମେଣ୍ଟେନ୍ କରିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି। କିଏ ବଳା ଓ ବ୍ରେସ୍ଲେଟ୍ ପିନ୍ଧୁଛି ତ ଆଉ କିଏ ବିଭିନ୍ନ ଡିଜାଇନର ଲକେଟ୍। ହେଲେ କେବେ ଭାବିଛନ୍ତି ଏହି ବଳା, ବ୍ରେସ୍ଲେଟ୍ ଓ ଲକେଟ୍ ଆପଣଙ୍କ ପାଇଁ କେତେ କ୍ଷତିକାରକ। ବିଭିନ୍ନ ପ୍ରକାର ଧାତୁରେ ନିର୍ମିତ ଏହି ଦ୍ରବ୍ୟ ଗୁଡିକ ଆପଣଙ୍କୁ ବହୁ କ୍ଷତି ପହଞ୍ଚାଇଥାଏ। ଫ୍ୟାଶନ୍ରେ ମସ୍ଗୁଲ ରହି ଆପଣ ଏହି କ୍ଷତିକୁ ଜାଣିପାରନ୍ତି ନାହିଁ। ଜାଣିବା ବେଳକୁ ବହୁତ ଡେରି ହୋଇଯାଇଥାଏ। ଆସନ୍ତୁ ଜାଣିବା ବ୍ରେସ୍ଲେଟ୍, ଲକେଟ୍ ଓ ବଳା ପିନ୍ଧିଲେ କି କ୍ଷତି ହୋଇଥାଏ।
ବ୍ରେସ୍ଲେଟ୍: ଆଜିକାଲି ବିଭିନ୍ନ ପ୍ରକାର ଧାତୁର ବ୍ରେସ୍ଲେଟ୍ ପିନ୍ଧିବା ଏକ ପ୍ରକାର ଫ୍ୟାଶନରେ ପରିଣତ ହୋଇଛି। ବିଭିନ୍ନ ଡିଜାଇନର ବ୍ରେସ୍ଲେଟ୍ ମିଳୁଛି, ଯାହା ଯୁବପୀଢ଼ିଙ୍କୁ ବେଶ ଆକର୍ଷିତ କରୁଛି। ଏହା ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ବ୍ରେସ୍ଲେଟ୍ କିଣିବା ବେଳେ ଏହା କେଉଁ ଧାତୁରେ ନିର୍ମିତ ହୋଇଛି ନିଶ୍ଚିତ ଦେଖନ୍ତୁ। ଏହି ଧାତୁ ଆପଣଙ୍କ ରାଶି ପାଇଁ ଲାଭଦାୟକ କି ନୁହେଁ ତାହା ମଧ୍ୟ ଦେଖି ନିଅନ୍ତୁ। ଯେତେ ଭଲ ଡିଜାଇନ୍ର ବ୍ରେସ୍ଲେଟ୍ ହୋଇଥିଲେ ମଧ୍ୟ ଯଦି ଏହା ଆପଣଙ୍କ ରାଶି ସହ ମେଳ ଖାଉନାହିଁ ତେବେ ଆଦୌ ବ୍ୟବହାର କରନ୍ତୁ ନାହିଁ।
ଗଳା ଆମର ଲଗ୍ନ ସ୍ଥାନ ହୋଇଥିବାରୁ ଲକେଟ୍ ପିନ୍ଧିଲେ ଏହା ଆମ ହୃଦୟ ଓ ଯକୃତ ଉପରେ ପ୍ରଭାବ ପକାଇଥାଏ। କେବଳ ୩ ପ୍ରକାର ଧାତୁ (ପିତଳ, ଚାନ୍ଦି ଓ ତମ୍ଭା)ରେ ନିର୍ମିତ ଲକେଟ୍ ପିନ୍ଧିବା ଉଚିତ। ଏହାସହ କେଉଁ ପ୍ରକାର ଲକେଟ୍ ପିନ୍ଧିବେ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତୁ। ‘ଓଁ’ କିମ୍ବା ‘ହନୁମାନ ଜୀ’ଙ୍କ ଲକେଟ୍ ହିଁ ବ୍ୟବହାର କରନ୍ତୁ। ଏହାବାଦ ଗୋଲ୍ ଧାତୁର ଲକେଟ୍ ପିନ୍ଧି ପାରିବେ। ‘ଶୂନ୍’ ଆକୃତ ଉର୍ଜାର ପ୍ରତୀକ। ଅର୍ଥାତ ଗୋଲ ଆକୃତିର ଧାତୁ ଗଳାରେ ଧାରଣ କଲେ ଆପଣଙ୍କ ଶାରୀରରେ ଉର୍ଜାର ସନ୍ତୁଳନ ରହିବ।
ବଳା ହନୁମାନ ଜୀଙ୍କ ପ୍ରତୀକ। ତମ୍ଭା ଓ ପିତଳ ମିଶ୍ରିତ ବଳା ପିନ୍ଧିଲେ ଦୃଷ୍ଟଶକ୍ତିଙ୍କଠାରୁ ରକ୍ଷା ମିଳିଥାଏ। ତେବେ ବଳା ପିନ୍ଧିବାରେ ବହୁତ ନିୟମ ରହିଛି। ବଳା ପିନ୍ଧିବା ପରେ କ’ଣ କରିବେ, କ’ଣ ନ କରିବେ ତହା ଜାଣିବା ଦରକାର।
ବଳା ପିନ୍ଧିରେ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ। ଯଦି ବାରମ୍ବାର ରୋଗରେ ପଡୁଛନ୍ତି ତେବେ ଅଷ୍ଟଧାତୁର ବଳା ଧାରଣ କରନ୍ତୁ। ମଙ୍ଗଳବାର ଅଷ୍ଟଧାତୁର ବଳା ବନାନ୍ତ। ଶନିବାର ଏହାକୁ ହନୁମାନ ମନ୍ଦିରକୁ ନେଇ ବଜରଙ୍ଗ ବଲୀଙ୍କ ଚରଣରେ ରଖି ହନୁମାନ ଚାଳିଶା ପାଠ କରନ୍ତୁ। ଏହାପରେ ବଳାରେ ହନୁମାନ ଜୀଙ୍କ ସିନ୍ଧୁର ଲଗାଇ ଏହାକୁ ହାତରେ ପିନ୍ଧି ନିଅନ୍ତୁ। ଏହା ହନୁମାନ ଜୀଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ଧାରଣ କରି କୌଣସି ଅପବିତ୍ର କାମ କରନ୍ତୁ ନାହିଁ।