ଭାରତୀୟ ଛାତ୍ରଙ୍କ ବିଜ୍ଞାନ ପ୍ରତିଭାକୁ ନାସାର ସ୍ୱୀକୃତି: ମହାକାଶକୁ ଯିବ କୃତ୍ରିମ ଉପଗ୍ରହ 'କଲାମ୍-ସାଟ୍'

ସାତ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ବିଶ୍ୱର ସବୁଠାରୁ କ୍ଷୁଦ୍ର ଓ ହାଲୁକା କୃତ୍ରିମ ଉପଗ୍ରହ କଲାମ୍-ସାଟ୍ ଆସନ୍ତା ଜୁନ ୨୧ ତାରିଖରେ ମହାକାଶକୁ ଯିବ । ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କଲାମଙ୍କ ଅନୁସାରେ ନାମିତ କୃତ୍ରିମ ଉପଗ୍ରହ କଲାମ୍-ସାଟ୍ କୁ ମହାକାଶକୁ ପଠାଇବ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା- ନାସା । ତାମିଲନାଡ଼ୁର ୧୮ ବର୍ଷୀୟ ରିଫତ୍ ସେରୁକଙ୍କ ନେତୃତ୍ୱରେ ଆଉ ୬ ଜଣ ଛାତ୍ରଛାତ୍ରୀ […]

sangram

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 08:45 AM IST

ସାତ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ ବିଶ୍ୱର ସବୁଠାରୁ କ୍ଷୁଦ୍ର ଓ ହାଲୁକା କୃତ୍ରିମ ଉପଗ୍ରହ କଲାମ୍-ସାଟ୍ ଆସନ୍ତା ଜୁନ ୨୧ ତାରିଖରେ ମହାକାଶକୁ ଯିବ । ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡ. ଏପିଜେ ଅବଦୁଲ କଲାମଙ୍କ ଅନୁସାରେ ନାମିତ କୃତ୍ରିମ ଉପଗ୍ରହ କଲାମ୍-ସାଟ୍ କୁ ମହାକାଶକୁ ପଠାଇବ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା- ନାସା । ତାମିଲନାଡ଼ୁର ୧୮ ବର୍ଷୀୟ ରିଫତ୍ ସେରୁକଙ୍କ ନେତୃତ୍ୱରେ ଆଉ ୬ ଜଣ ଛାତ୍ରଛାତ୍ରୀ ଏହାକୁ ଡିଜାଇନ କରିବା ସହ ନିର୍ମାଣ କରିଛନ୍ତି ।

କଲାମ୍-ସାଟ୍ ବିଶ୍ୱର ସବୁଠାରୁ କ୍ଷୁଦ୍ର ଓ ହାଲୁକା ଉପଗ୍ରହ ।  ରିନଫୋର୍ସଡ୍ କାର୍ବନ ଫାଇବର୍ ପଲିମରରେ ୩-ଡି ପ୍ରିଣ୍ଟିଂ ପଦ୍ଧତିରେ ନିର୍ମିତ ଏହି ସାଟେଲାଇଟର ଓଜନ ମାତ୍ର ୬୪ ଗ୍ରାମ ଏବଂ ଏହା ୩.୮ ସେଣ୍ଟିମିଟର ଆକାରର କ୍ୟୁବ୍ ମଧ୍ୟରେ ରହିପାରେ । ମାଇକ୍ରୋ ଗ୍ରାଭିଟି ବା କ୍ଷୀଣ ମାଧ୍ୟାକର୍ଷଣରେ ୩-ଡି ପ୍ରିଣ୍ଟ ହୋଇଥିବା କାର୍ବନ ଫାଇବର୍ କିଭଳି କାର୍ଯ୍ୟ କରେ, ତାହା ଜାଣିବା ପାଇଁ ଏହି କୃତ୍ରିମ ଉପଗ୍ରହ ମହାକାଶରେ ମାତ୍ର ୧୨ ମିନିଟ ପାଇଁ କାର୍ଯ୍ୟ କରିବ । ତେବେ ସ୍ୱଳ୍ପ ସମଯ ପାଇଁ କାର୍ଯ୍ୟ କଲେ ମଧ୍ୟ ମହାକାଶ ବିଜ୍ଞାନରେ ଏହା ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାର ସମ୍ଭବନା ରହିଛି ଏବଂ ନିଃସନ୍ଦେହରେ କୁହାଯାଇପାରେ, ଭାରତ ପାଇଁ ଏହା ଏକ ଗର୍ବର ବିଷୟ ।

ପ୍ରସ୍ତୁତି- ସଂଗ୍ରାମ ଦାସ ମହାପାତ୍ର

 

Related story