ତୁ ମୋ ଲଭ୍ ଷ୍ଟୋରୀ: ପ୍ରେମ ବନ୍ଧନରେ ବିଧାୟକ ଓ ଆଇଏଏସ୍ ଅଧିକାରୀ

ଥିରୁଅନନ୍ତପୁରମ: ଜଣେ ସଂପୂର୍ଣ୍ଣ ଭାବେ ରାଜନେତା। ଅନ୍ୟ ଜଣେ ଆଇଏଏସ୍‌। କିନ୍ତୁ ଏମାନଙ୍କ ମଧ୍ୟରେ  ହୋଇଯାଇଛି ଲଭ୍। ଲଭ୍ ଏବେ ନେବାକୁ ଯାଉଛି ବାହାଘରର ରୂପ। ଅମେଳ ଲାଗୁଥିବା ଏହି ଲଭ୍‌ ଷ୍ଟୋରୀର ନାୟକ ହେଉଛନ୍ତି କେ.ଏସ୍ ସବରୀନାଧନ। କେରଳର କଂଗ୍ରେସ ବିଧାୟକ। ନାୟିକାଙ୍କ ନାଁ ଦିବ୍ୟା ଏସ୍‌ ଆୟାର। ସେ ଏବେ ଥିରୁଅନନ୍ତପୁରମ୍‌ର ସବ୍‌ କଲେକ୍ଟର ଅଛନ୍ତି। ଏ ଦୁହିଁଙ୍କ ପ୍ରେମ ସଂପର୍କ ବିଷୟରେ ଗତକାଲି ପର୍ଯ୍ୟନ୍ତ କେବଳ ଥିରୁଅନନ୍ତପୁରମ ଜାଣିଥିଲା। ଅର୍ଥାତ୍ ଏନେଇ ଚର୍ଚ୍ଚା […]

mp

Rakesh Mallick
  • Published: Wednesday, 03 May 2017
  • , Updated: 03 May 2017, 02:45 PM IST

ଥିରୁଅନନ୍ତପୁରମ: ଜଣେ ସଂପୂର୍ଣ୍ଣ ଭାବେ ରାଜନେତା। ଅନ୍ୟ ଜଣେ ଆଇଏଏସ୍‌। କିନ୍ତୁ ଏମାନଙ୍କ ମଧ୍ୟରେ  ହୋଇଯାଇଛି ଲଭ୍। ଲଭ୍ ଏବେ ନେବାକୁ ଯାଉଛି ବାହାଘରର ରୂପ।

ଅମେଳ ଲାଗୁଥିବା ଏହି ଲଭ୍‌ ଷ୍ଟୋରୀର ନାୟକ ହେଉଛନ୍ତି କେ.ଏସ୍ ସବରୀନାଧନ। କେରଳର କଂଗ୍ରେସ ବିଧାୟକ। ନାୟିକାଙ୍କ ନାଁ ଦିବ୍ୟା ଏସ୍‌ ଆୟାର। ସେ ଏବେ ଥିରୁଅନନ୍ତପୁରମ୍‌ର ସବ୍‌ କଲେକ୍ଟର ଅଛନ୍ତି।

ଏ ଦୁହିଁଙ୍କ ପ୍ରେମ ସଂପର୍କ ବିଷୟରେ ଗତକାଲି ପର୍ଯ୍ୟନ୍ତ କେବଳ ଥିରୁଅନନ୍ତପୁରମ ଜାଣିଥିଲା। ଅର୍ଥାତ୍ ଏନେଇ ଚର୍ଚ୍ଚା ଚାଲିଥିଲା। ତେବେ ଗତକାଲି ଏହା ଆନୁଷ୍ଠାନିକ ହୋଇଗଲା ଯେତେବେଳେ ବିଧାୟକ ମହୋଦୟ ଫେସ୍‌ବୁକ୍‌ ଦୁହିଁଙ୍କ ଫଟୋ ଛାଡ଼ି ‘କମିଟେଡ୍‌’ ବୋଲି ଲେଖିଦେଲେ।

ବିଧାୟକ ସବରୀନାଧନ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି,“କିଛି ଦିନ ହେଲାଣି ମୋ ବିବାହ ନେଇ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ପ୍ରଶ୍ନ କରି ଚାଲିଛନ୍ତି। ବର୍ତ୍ତମାନ ମୁଁ ଖୁସିର ସହିତ ଏହା ଘୋଷଣା କରିବାକୁ ଯାଉଛି। ମୁଁ ସବ୍ କଲେକ୍ଟର ଡକ୍ଟର ଦିବ୍ୟା ଏସ୍ ଆୟରଙ୍କୁ ଥିରୁଅନନ୍ତପୁରମରେ ଭେଟିଥିଲି। ଧୀରେ ଧୀରେ ଆମେ ପରସ୍ପରକୁ ବୁଝିଲୁ। ଆମର ପସନ୍ଦ, ଚିନ୍ତାଧାରା ସବୁ ମେଳ ଖାଉଛି। ଉଭୟ ପରିବାରଙ୍କ ଆଶୀର୍ବାଦରେ ଆମେ ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛୁ। ଆମେ ଆପଣମାନଙ୍କ ଆଶୀର୍ବାଦ ଲୋଡ଼ା କରୁଛୁ।”

ଆସନ୍ତା ମାସରେ ଦୁହେଁ ବିବାହ କରିପାରନ୍ତି।

ଉଭୟ ଥିରୁଅନ୍ତପୁରମର ବାସିନ୍ଦା। ୩୩ ବର୍ଷୀୟ ସବରୀନାଧନ ଏମ୍‌ବିଏ କରିବା ପରେ ଟାଟା ଟ୍ରଷ୍ଟରେ ଚାକିରି କରୁଥିଲେ। ପରେ ରାଜନୀତିରେ ଯୋଗ ଦେଇଥିଲେ।

୩୨ ବର୍ଷୀୟ ଦିବ୍ୟା ଜଣେ ଡାକ୍ତରୀ ଗ୍ରାଜୁଏଟ୍‌। ସେ ୨୦୧୩ରେ ଆଇଏଏସ୍ ପାଇଥିଲେ।

Related story