ବାହାଘର ପାଇଁ ଫେସ୍‌ବୁକ୍ ହେଲା ମାଧ୍ୟମ: ଅବିବାହିତ ଫଟୋଗ୍ରାଫରଙ୍କୁ ପ୍ରସ୍ତାବର ସୁଅ

ଥିରୁଭନନ୍ତପୁରମ: ପୂର୍ବରୁ ଯେଉଁ କାମ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା ଏବେ ଫେସବୁକ୍‌ରେ ଗୋଟିଏ ପୋଷ୍ଟରେ ସେହି କାମ ଅତି ସହଜରେ ହୋଇଯାଉଛି। ଯାହାର ସଦ୍ୟ ଉଦାହରଣ ହେଉଛନ୍ତି କେରଳର ରନଜିସ୍‌ ମଞ୍ଜେରୀ। ଫେସବୁକ୍ ମାଟ୍ରିମୋନି ପାଇଁ ତାଙ୍କ ୭ ବର୍ଷର ଇଚ୍ଛା ପୂରଣ ହେବାକୁ ଯାଉଛି। କେରଳର ମାଲ୍ଲାପୁରମ ଜିଲ୍ଲାର ରନଜିସ୍ ମଞ୍ଜେରୀ। ପେସାରେ ଜଣେ ଫଟୋଗ୍ରାଫର। ବୟସ ୩୪, କିନ୍ତୁ ଏ ଯାଏଁ ବାହା ହୋଇନାହାନ୍ତି। ମନଲାଖି ଝିଅକୁ ନିଜ […]

Ranjish Manjeri

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 10:14 AM IST

ଥିରୁଭନନ୍ତପୁରମ: ପୂର୍ବରୁ ଯେଉଁ କାମ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା ଏବେ ଫେସବୁକ୍‌ରେ ଗୋଟିଏ ପୋଷ୍ଟରେ ସେହି କାମ ଅତି ସହଜରେ ହୋଇଯାଉଛି। ଯାହାର ସଦ୍ୟ ଉଦାହରଣ ହେଉଛନ୍ତି କେରଳର ରନଜିସ୍‌ ମଞ୍ଜେରୀ। ଫେସବୁକ୍ ମାଟ୍ରିମୋନି ପାଇଁ ତାଙ୍କ ୭ ବର୍ଷର ଇଚ୍ଛା ପୂରଣ ହେବାକୁ ଯାଉଛି।

କେରଳର ମାଲ୍ଲାପୁରମ ଜିଲ୍ଲାର ରନଜିସ୍ ମଞ୍ଜେରୀ। ପେସାରେ ଜଣେ ଫଟୋଗ୍ରାଫର। ବୟସ ୩୪, କିନ୍ତୁ ଏ ଯାଏଁ ବାହା ହୋଇନାହାନ୍ତି। ମନଲାଖି ଝିଅକୁ ନିଜ ଜୀବନସାଥୀ କରିବା ପାଇଁ ସେ ତାଙ୍କ ପରିବାର ଓ ମାଟ୍ରିମୋନିଆଲ ସାଇଟ୍‌ର ସହୟତା ନେଇଥିଲେ ମଧ୍ୟ ସଫଳ ହୋଇ ନଥିଲେ। ତେଣୁ ମନଲାଖି ଝିଅ ପାଇବାକୁ ଫେସବୁକ୍ ମାଟ୍ରିମୋନିରେ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ନିଜର ସଂପୂର୍ଣ୍ଣ ତଥ୍ୟ ଦେବା ସହ ତାଙ୍କ ପାଇଁ ଏକ ଝିଅ ଖୋଜିବାକୁ ନିବେଦନ କରିଥିଲେ। ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ରନଜିସ୍‌ଙ୍କ ଏହି ପୋଷ୍ଟ ଅଳ୍ପ କେଇ ଘଣ୍ଟା ମଧ୍ୟରେ ୩,୮୦୦ରୁ ଅଧିକ ଥର ସେୟାର ହୋଇ ସାରିଲାଣି। ଫେସବୁକ୍‌ରେ  ରନଜିସ୍‌ଙ୍କ ଏଭଳି ନିବେଦନକୁ ଅନେକ ଲୋକ ପ୍ରଂଶସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଏହି ଫେସ୍‌ବୁକ୍‌ ପୋଷ୍ଟ ପରେ ରନଜିସ୍‌ଙ୍କ ୭ ବର୍ଷର ସ୍ୱପ୍ନ ପୂରଣ ହେବାକୁ ଯାଉଛି। କାରଣ କେବଳ ଭାରତରୁ ନୁହେଁ ଅେଷ୍ଟ୍ରଲିଆ, ବାହାରିନ୍, ସାଉଦି ଆରବ ଓ ଆମେରିକାରୁ ତାଙ୍କ ପାଖକୁ ବାହାଘର ପାଇଁ କଲ୍ ଆସୁଛି। ତେଣୁ କଲ୍ କରୁଥିବା ଝିଅଙ୍କୁ ରନଜିସ୍ ନିଜ ହ୍ୱାଟସ୍ଅପ୍ ନମ୍ୱରରେ ଫଟୋ ଓ ସଂପୂର୍ଣ୍ଣ ତଥ୍ୟ ଦେବାକୁ ନିବେଦନ କରିଛନ୍ତି। ତେବେ କେବେ ତାଙ୍କ ଘରେ ସାହାନାଈ ବାଜିବ ତାକୁ ଅପେକ୍ଷା।

Related story