ଆଜି ଖଳିଲାଗି ଏକାଦଶୀ, ଠାକୁର ଲାଗି ହେବେ ସୁବାସିତ ଫୁଲ ଓ ତୁଳସୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ନାନ ପୂର୍ଣ୍ଣିମାଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଚକାବିଜେ କରିଛନ୍ତି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କଠାରେ ଦଶମୂଳ ମୋଦକ ଲାଗି କରାଯିବ । ଦଶମୂଳ ମୋଦକ ଲାଗି ପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ଶ୍ରୀମନ୍ଦିରରେ ଆସି ପହଞ୍ଚିଥାଏ। ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି । […]

khalilagi-3..

Niharika Rout
  • Published: Saturday, 29 June 2019
  • , Updated: 30 June 2019, 12:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ନାନ ପୂର୍ଣ୍ଣିମାଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଚକାବିଜେ କରିଛନ୍ତି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କଠାରେ ଦଶମୂଳ ମୋଦକ ଲାଗି କରାଯିବ । ଦଶମୂଳ ମୋଦକ ଲାଗି ପରେ ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଦଶମୂଳ ମୋଦକ ଶ୍ରୀମନ୍ଦିରରେ ଆସି ପହଞ୍ଚିଥାଏ। ଏକାଦଶୀ ତିଥି ପରେ ମହାପ୍ରଭୁଙ୍କୁ ଏହା ଲାଗି କରାଯିବାର ପରମ୍ପରା ରହିଛି ।

ଖଳିଲାଗି ଏକାଦଶୀରେ ଠାକୁରମାନଙ୍କୁ ଖଳି ଲାଗି କରାଯିବ । ଦଇତା ଓ ପତିମହାପାତ୍ର ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିବେ । ଚନ୍ଦନରେ କର୍ପୂର, କେଶର ଓ ଆବଶ୍ୟକ ପରିମାଣର କସ୍ତୁରୀ ମିଶାଯାଇ ଶ୍ରୀବିଗ୍ରହମାନଙ୍କୁ ଲାଗି କରାଯିବାର ବିଧି ରହିଛି । ଏହାପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।

ଏହି ଦିନ ରାଘବ ଦାସ ମଠ ଦେଇଥିବା ୨୨ ହାଣ୍ଡି ଖଇ ଓ କୋରା ଏବଂ କଦଳୀ, ପଣସ, ଆମ୍ବ ଆଦି ଫଳ ଭୋଗ ହୁଏ।  ପାଳିଆ ଖୁଣ୍ଟିଆ ସେବକ ମଣିମା ଡାକ ଦେଇଥାଆନ୍ତି ଏବଂ ହଡ଼ପ ନାୟକ ବିଡ଼ିଆ (ପାନ) ମଣୋହି କରାନ୍ତି। ପୂର୍ବରୁ କେବଳ ଶୁକ୍ଳ ପୁଷ୍ପ(ବାସ୍ନା ହେଉନଥିବା) ଲାଗି ହେଉଥିବାବେଳେ, ଆଜିଠାରୁ ଶ୍ରୀବିଗ୍ରହମାନେ ବିଭିନ୍ନ ରଙ୍ଗର ସୁବାସିତ ଫୁଲ ଓ ତୁଳସୀ ଲାଗି ହୁଅନ୍ତି।  ଆଜି ଖଳି ଲାଗି ସମୟରେ ଘଣ୍ଟ ଓ କାହାଳୀ ବଜାଇ ଶ୍ରୀଜୀଉମାନେ ସୁସ୍ଥ ହେଉଥିବା ବାର୍ତ୍ତା ଭକ୍ତଙ୍କୁ ଜଣାଇବାର ପରମ୍ପରା ରହିଛି ।

ଏକାଦଶୀ ତିଥିର ବିଳମ୍ବିତ ରାତିରେ ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀଅଙ୍ଗର ଉପଚାର କରାଯିବ । ଏଥିସହ ଆସନ୍ତାକାଲି ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ଆସନ୍ତାକାଲି ରକ୍ତବସ୍ତ୍ର ପରିଧାନ କରିବେ ।

Related story