Advertisment

‘ହସ୍ପିଟାଲ ଦୌଡିଦୌଡି ନୟାନ୍ତ ହେଲୁଣି, ମରିବାଟା ଥୟ’

କାମାକ୍ଷାନଗର(ବିଦ୍ୟାଧର ବରାଳ): ପ୍ରତି ଘରକୁ ପିଇବା ପାଣି ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ ସରକାର କରିଥିଲେ ଯୋଜନା। ୧୦ ବର୍ଷ ତଳୁ ଟାଙ୍କି ବି ତିଆରି ସରିଥିଲା। ହେଲେ ପାଣି ଆସିବାର ନାଁ ନାହିଁ। ଶେଷରେ ଦୂଷିତ ନଳକୂପ ପାଣି ପିଇ ଗାଁ ଲୋକ ହେଉଛନ୍ତି ହିନସ୍ଥା। ଏପରକି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଲେଣି ବହୁ ଲୋକ। ଯେଉଁମାନେ ବଞ୍ଚିଛନ୍ତି ମେଡିକାଲ ଦୌଡ଼ି ଦୌଡ଼ି ଅବସ୍ଥା ଅସମ୍ଭାଳ। ଘରବାଡ଼ି ବିକି ଏବେ ମେଡିସିନ […]

 ‘ହସ୍ପିଟାଲ ଦୌଡିଦୌଡି ନୟାନ୍ତ ହେଲୁଣି, ମରିବାଟା ଥୟ’

Dkl-thumb

Advertisment

କାମାକ୍ଷାନଗର(ବିଦ୍ୟାଧର ବରାଳ): ପ୍ରତି ଘରକୁ ପିଇବା ପାଣି ଯୋଗାଇ ଦେବା ପାଇଁ ବସୁଧା ଯୋଜନାରେ ସରକାର କରିଥିଲେ ଯୋଜନା। ୧୦ ବର୍ଷ ତଳୁ ଟାଙ୍କି ବି ତିଆରି ସରିଥିଲା। ହେଲେ ପାଣି ଆସିବାର ନାଁ ନାହିଁ। ଶେଷରେ ଦୂଷିତ ନଳକୂପ ପାଣି ପିଇ ଗାଁ ଲୋକ ହେଉଛନ୍ତି ହିନସ୍ଥା। ଏପରକି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଲେଣି ବହୁ ଲୋକ। ଯେଉଁମାନେ ବଞ୍ଚିଛନ୍ତି ମେଡିକାଲ ଦୌଡ଼ି ଦୌଡ଼ି ଅବସ୍ଥା ଅସମ୍ଭାଳ। ଘରବାଡ଼ି ବିକି ଏବେ ମେଡିସିନ ଖାଉଥିବା ବେଳେ ମରିବା ନିଶ୍ଚିତ ବୋଲି ସେମାନେ କହୁଛନ୍ତି। ଏପରି ସ୍ଥିତି ଦେଖିବାକୁ ମିଳିଛି ଢେଙ୍କାନାଳ ଭୁବନ ବ୍ଲକ ଯମୁନାକୋଟ ଗାଁରେ ।

Advertisment

[caption id="attachment_619296" align="aligncenter" width="650"]polluted water ନଳକୂପରୁ ବାହାରୁଥିବା ଦୂଷିତ ପାଣି।[/caption]

ଯମୁନାକୋଟ ଗାଁରେ ରହୁଛନ୍ତି ୨୪୦ଟି ପରିବାରର ପ୍ରାୟ ୧ ହଜାର ଲୋକ । ଗାଁରେ ଥିବା ୫ଟି ନଳକୂଅରୁ ୨ଟି ଅଚଳ ଥିବା ବେଳେ ୩ଟିରୁ ଏମିତି ଗୋଳିଆ ପାଣି ହିଁ ବାହାରୁଛି । ଆଉ ଏହି ପାଣି  ପିଇ  ଅଧିକାଂଶ ଲୋକ ଏବେ କିଡନୀ ରୋଗରେ ଆକ୍ରାନ୍ତ ।   ହସ୍ପିଟାଲ ଦୌଡିଦୌଡି ସର୍ବସ୍ୱ ହରାଇଲେଣି ରୋଗୀ ।

Advertisment

ପ୍ରଶାସନ ପକ୍ଷରୁ ପାନୀୟ ଜଳର କୌଣସି ସୁବିଧା କରାଯାଇ ନଥିବାରୁ ଦୂଷିତ ପାଣି ପିଇ ଗାଁ ଲୋକେ କିଡନୀ ରୋଗରେ ପଡୁଥିବା ଅଭିଯୋଗ ହୋଇଛି । ଚିକିତ୍ସା ପାଇଁ ବହୁ ପରିବାର ନିଜର ଜମି ବାଡ଼ି ମଧ୍ୟ ବିକି ସାରିଲେଣି ।

[caption id="attachment_619297" align="aligncenter" width="650"]VILLAGERS ଯମୁନାକୋଟ ଗାଁରେ କିଡନୀ ଆକ୍ରାନ୍ତ ବ୍ୟକ୍ତି।[/caption]

ଏନେଇ ଗ୍ରାମର କିଡନୀ ରୋଗୀ ଉଚ୍ଛବ ଲେଙ୍କା କହିଛନ୍ତି, ବିଲବାଡ଼ି ବିକି ମାସକୁ ୭, ୮ ହଜାର ଟଙ୍କା  ଚିକିତ୍ସା ନିମନ୍ତେ ଖର୍ଚ୍ଚ କରୁଛୁ। ଟଙ୍କା ସରିଲେ ମରିବାଟା ଥୟ । ଆମକୁ ସାହାଯ୍ୟ କରିବାକୁ କେହି ନାହାନ୍ତି।

ଏନେଇ ଅନ୍ୟ ଜଣେ କିଡନୀ ରୋଗୀ ଚକ୍ରଧର ସାହୁ କହିଛନ୍ତି,  ପାଣି ପାଇଁ ଏ ଅବସ୍ଥା ଭୋଗୁଛୁ। ଜମିବାଡ଼ି ବିକି ଟଙ୍କା ଖର୍ଚ୍ଚ କରୁଛୁ। ସରକାର ସାହାଯ୍ୟ ନ କଲେ, ଆମେ କ’ଣ କରିପାରିବୁ।

[caption id="attachment_619298" align="aligncenter" width="650"]WATER ଯନୁମନାକୋଟ ଗାଁର ମହିଳାମାନେ ଦୂଷିତ ପାଣି ସଂଗ୍ରହ କରୁଛନ୍ତି।[/caption]

ସ୍ଥାନୀୟ ବାସିନ୍ଦା  ଉର୍ମିଳା ଖୁଣ୍ଟିଆ  କହିଛନ୍ତି, ୧୫ ବର୍ଷ ହେଲାଣି ପାଣି ଆସିବ ଆସିବ ବୋଲି ଆସୁନି। ପାଣି ପାଇଁ ସବୁବେଳେ ଅସୁବିଧାରେ ଚଳୁଛୁ। ଲୋକଙ୍କ  କିଡନୀ ଖରାପ ହେଉଛି। ବହୁତ ଲୋକ ମଲେଣି।

ଅନ୍ୟପଟେ କିଡନୀ ରୋଗର ଅନୁଧ୍ୟାନ ପାଇଁ  ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁକୁ ପଠାଯିବ ଏବଂ ରିପୋର୍ଟ ଆସିଲା ପରେ ପଦକ୍ଷେପ ନିଆଯିବ ବୋଲି ଉପଖଣ୍ଡ ଚିକିତ୍ସା ଅଧିକାରୀ କହିଛନ୍ତି  ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe