ଭାରତର ସବୁଠୁ ଦାମୀ ଟ୍ରେନ୍‌ ଯାତ୍ରା, ସବୁଠୁ ବିଳାସପୂର୍ଣ୍ଣ ଟ୍ରେନ୍

ଦେଶରେ ବୁଲେଟ ଟ୍ରେନ୍ କାମ ଆରମ୍ଭ କରିବାକୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମିଳିତ ଭାବେ ଏହି ପ୍ରକଳ୍ପର ଉଦ୍‌ଘାଟନ୍‌ କରିଛନ୍ତି। ଏହି ଟ୍ରେନ ଭାରତୀୟ ରେଳଠାରୁ ଦ୍ରୁତ ବେଗରେ ଗତି କରିବ। ଏହାର ଟିକେଟ ଦର ୩ ହଜାର କିମ୍ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ। କିନ୍ତୁ ଆପଣ ଜାଣନ୍ତି କି, ଆମ ଦେଶରେ ଏପରି ଏକ ଟ୍ରେନ ଚଳାଚଳା କରୁଛି ଯାହାର ବେଗ ବୁଲେଟ ଟ୍ରେନଠାରୁ […]

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 12:28 PM IST

ଦେଶରେ ବୁଲେଟ ଟ୍ରେନ୍ କାମ ଆରମ୍ଭ କରିବାକୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମିଳିତ ଭାବେ ଏହି ପ୍ରକଳ୍ପର ଉଦ୍‌ଘାଟନ୍‌ କରିଛନ୍ତି। ଏହି ଟ୍ରେନ ଭାରତୀୟ ରେଳଠାରୁ ଦ୍ରୁତ ବେଗରେ ଗତି କରିବ। ଏହାର ଟିକେଟ ଦର ୩ ହଜାର କିମ୍ବା ୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇପାରେ। କିନ୍ତୁ ଆପଣ ଜାଣନ୍ତି କି, ଆମ ଦେଶରେ ଏପରି ଏକ ଟ୍ରେନ ଚଳାଚଳା କରୁଛି ଯାହାର ବେଗ ବୁଲେଟ ଟ୍ରେନଠାରୁ କମ୍ ହେଲେ ମଧ୍ୟ ବିଳାସପୂର୍ଣ୍ଣ ସେବାରେ ତାଠାରୁ ବହୁ ଆଗରେ ରହିଛି। ଏହାର ଟିକେଟ ଭଡ଼ା ମଧ୍ୟ ବୁଲେଟ ଟ୍ରେନଠାରୁ ଅନେକ ଗୁଣା ଅଧିକ। ଏପରିକି ୨୦୧୦ରେ ବିଶ୍ୱର ସର୍ବଶ୍ରେଷ୍ଠ ବିଳାସପୂର୍ଣ୍ଣ ଟ୍ରେନ ଗୁଡ଼ିକ ମଧ୍ୟରେ ଏହା ୪ ନମ୍ବର ସ୍ଥାନରେ ରହିଥିଲା।

ଏହି ଟ୍ରେନ ନାଁ ହେଉଛି ‘ପ୍ୟାଲେସ୍ ଅନ୍‌ ହ୍ୱିଲ୍’। ରାଜସ୍ଥାନ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଭାରତୀୟ ରେଳ ଦ୍ୱାରା ୧୯୮୨ ମସିହା ଜାନୁଆରୀ ୨୬ ତାରିଖରେ ଏହି ଟ୍ରେନର ଚଳାଚଳ ଆରମ୍ଭ କରାଯାଇଥିଲା। ଟ୍ରେନ୍‌ର ରାଜକୀୟ ଠାଣି ପାଇଁ ଏହାର ନାମକରଣ ‘ପ୍ୟାଲେସ୍ ଅଫ୍ ହ୍ୱିଲ୍’ କରାଯାଇଥିଲା। ଦେଶର ରାଜପୁତାନା ଓ ଗୁଜରାଟ ଭଳି ଅନ୍ୟ ପ୍ରଦେଶଗୁଡ଼ିକର ଶାସକଙ୍କ ସମେତ ବ୍ରିଟିସ ସରକାରଙ୍କ ଭାରତରେ  ଥିବା ଭାଇସ୍‌ରଏ ଏବଂ ହାଇଦ୍ରାବାଦର ନିଜାମଙ୍କ ପାଇଁ ଏହି ଟ୍ରେନ ଚଳାଚଳ ଆରମ୍ଭ କରାଯାଇଥିଲା।

ଟ୍ରେନରେ ୧୦୪ ଜଣ ଟ୍ୟୁରିଷ୍ଟ ଯାତ୍ରାର ମଜା ନେଇ ପାରିବାର ସୁବିଧା ରହିଛି। ଏଥିରେ ୧୪ଟି କୋଚ୍ ରହିଛି। ପ୍ରତ୍ୟେକ କୋଚ୍‌ର ନାମ ଦେଶର ଗୋଟିଏ ଲେଖାଁ ରାଜବଂଶ ନାଁରେ ରଖାଯାଇଛି। ଯେପରିକି, ଅଲୱାର, ଭରତପୁର, ବିକାନେର, ବୁନ୍ଦି, ଢୋଲପୁର, ଡୁଙ୍ଗରାଗଡ଼, ଜୈଶାଲମେର, ଜୈୟପୁର, ଯୋଦ୍ଧପୁର, କିଶନଗଡ, କୋଟା, ଶିରୋହୀ ଏହଂ ଉଦୟପୁର। ପ୍ରତ୍ୟେକ କୋଚ୍‌ରେ ଚାରୋଟି କ୍ୟାବିନ ରହିଛି। ଏହାକୁ ସେଲୁନ କିମ୍ବା ଚାମ୍ବର କୁହାଯାଏ। ଏହି ଚ୍ୟାମ୍ବର ଗୁଡ଼ିକ ୱାଇଫାଇ ସେବା ସହିତ ବିଭିନ୍ନ ବିଳାସପୂର୍ଣ୍ଣ ସେବାରେ ଭରପୁର। ଏଥିରେ ‘ଦି ମହାରାଜ’ ଓ ‘ଦି ମହାରାଣୀ’ ନାମରେ ଦୁଇଟି କ୍ୟାଣ୍ଟିନ ରହିଛି।

ରାଜସ୍ଥାନୀ ଠାଣିରେ ତିଆରି ହୋଇଥିହା ଏହି ଦୁଇଟି କ୍ୟାଣ୍ଟିନରେ ଭାରତୀୟ ଖାଦ୍ୟ ସହିତ ୟୁରୋପୀୟ, ଚାଇନିଜ୍ ଓ କଣ୍ଟିନେଣ୍ଟାଲ ଖାଦ୍ୟ ମିଳିଥାଏ। ଏ ସବୁ ବାଦ୍ ଗାଡ଼ି ଭିତରେ ସ୍ପା, ପାର୍ଲର ସହତି ଜିମ୍ ସୁବିଧା ରହିଛି। ଏହି ଟ୍ରେନରେ ଯାତ୍ରା କରିବାକୁ ହେଲେ ଆପଣଙ୍କୁ ଅତିକମ୍‌ରେ ୫୧,୯୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ସର୍ବନିମ୍ନ ଟିକଟ ଭଡ଼ା। ତା’ଠାରୁ ଅଧିକ ଚାହିଁଲେ ବି ମିଳିବ। ସିଜିନ ଅନୁସାରେ ଏହି ଟ୍ରେନନ ସୁପର ଡିଲକ୍ସ ବଗିର ଭଡ଼ା ଲକ୍ଷେ ୮ ହଜାର ଟଙ୍କା ହୋଇଥାଏ।

Related story