ଜାଣନ୍ତୁ ସମଲିଙ୍ଗୀ ସମ୍ପର୍କ ନେଇ ଅନ୍ୟ ଦେଶମାନଙ୍କରେ କ’ଣ ରହିଛି ନିୟମ

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ୩୭୭ ଧାରା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ ଆସିବା ପରେ, ଭାରତ, ନେପାଳ ପରେ ନିଜ ସହମତିରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଶ୍ରେଣୀରୁ ମୁକ୍ତ କରିଥିବା ଏସିଆର ଦ୍ୱିତୀୟ ଦେଶ ହୋଇଯାଇଛି। ଦକ୍ଷିଣ ଏସିଆର ଅଧିକାଂଶ ଦେଶରେ ଏବେ ବି ସମଲିଙ୍ଗୀ ସମ୍ପର୍କ ଅପରାଧ। ଆସନ୍ତୁ ଜାଣିବା ଏହାକୁ ନେଇ କେଉଁ ଦେଶରେ କ’ଣ ରହିଛି ନିୟମ। ନେପାଳ-୨୦୦୭ ମସିହାରେ ନେପାଳ ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ କାର୍ଯ୍ୟକଳାପ ଶ୍ରେଣୀରୁ ମୁକ୍ତ କରିଥିଲା। ଏହାପରେ ୨୦୧୫ […]

lgbt-3

lgbt-3

Chinmayee Roy
  • Published: Monday, 10 September 2018
  • Updated: 10 September 2018, 01:40 PM IST

ଭୂବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ୩୭୭ ଧାରା ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ ଆସିବା ପରେ, ଭାରତ, ନେପାଳ ପରେ ନିଜ ସହମତିରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଶ୍ରେଣୀରୁ ମୁକ୍ତ କରିଥିବା ଏସିଆର ଦ୍ୱିତୀୟ ଦେଶ ହୋଇଯାଇଛି। ଦକ୍ଷିଣ ଏସିଆର ଅଧିକାଂଶ ଦେଶରେ ଏବେ ବି ସମଲିଙ୍ଗୀ ସମ୍ପର୍କ ଅପରାଧ।

ଆସନ୍ତୁ ଜାଣିବା ଏହାକୁ ନେଇ କେଉଁ ଦେଶରେ କ’ଣ ରହିଛି ନିୟମ।

ନେପାଳ-୨୦୦୭ ମସିହାରେ ନେପାଳ ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ କାର୍ଯ୍ୟକଳାପ ଶ୍ରେଣୀରୁ ମୁକ୍ତ କରିଥିଲା। ଏହାପରେ ୨୦୧୫ ଅଗଷ୍ଟ ମାସରେ ରାଇଟ୍ସ୍ ଆକ୍ଟିଭିଷ୍ଟ ନିଜ ହକ୍ ଦାବି କରି କାଠମାଣ୍ଡୁର ରାଜ ରାସ୍ତାକୁ ଓହ୍ଲାଇଥିଲେ। ମାସେ ପରେ ସେମାନଙ୍କର ଏ ଦାବି ମଧ୍ୟ ପୂରଣ କରିଦିଆଗଲା। ଏହାପରେ ନେପାଳ ୨୦୧୫ ସେପ୍ଟେମ୍ବରରେ ନିଜର ନୂଆ ସମ୍ବିଧାନ ଲାଗୁ କରିଥିଲା।

ଫଳରେ ନେପାଳ ସାମ୍ବିଧାନିକ ଭାବେ ଏହି ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ସୁରକ୍ଷା ଦେଇଥିଲା। ହେଲେ ନେପାଳବାସୀଙ୍କୁ ସମଲିଙ୍ଗୀ ବିବାହ କରିବା ପାଇଁ ଅନୁମତି ଏଯାଏ ମିଳିନାହିଁ। ୨୦୧୫ରେ ଏକ ସରକାରୀ କମିଟି ଏହାକୁ ବି ଆଇନଗତ ମାନ୍ୟତା ଦେବା ଲାଗି ନିବେଦନ କରିଥିଲେ, କିନ୍ତୁ ଏହା ଏବେ ଯାଏ ସମ୍ଭବ ହୋଇପାରି ନାହିଁ

ପାକିସ୍ତାନ- ସମଲିଙ୍ଗୀ ସମ୍ପର୍କ ରଖିବା ପାକିସ୍ତାନ ଅପରାଧ। ଏଭଳି ସମ୍ପର୍କ ରଖିଲେ ଏଠି ଆଜୀବନ କାରାଦଣ୍ଡ ଦିଆଯିବାର ନିୟମ ରହିଛି। କିନ୍ତୁ ପାକିସ୍ତାନ ତୃତୀୟ ଲିଙ୍ଗକୁ ମାନ୍ୟତା ଦେବା ଲାଗି ୨୦୧୮ରେ ଏକ ବିଲ୍‌ ପାସ୍‌ କରିଥିଲେ। ପାକିସ୍ତାନର ଗେ ରାଇଟ୍ସ୍ ଆକ୍ଟିଭିଷ୍ଟଙ୍କ ଅନୁଯାୟୀ ଜଣେ ନିଜକୁ ତୃତୀୟ ଲିଙ୍ଗ ଭାବେ ସର୍ବସମ୍ମୁଖରେ ଗ୍ରହଣ କରିବା ସୁରକ୍ଷିତ ନୁହେଁ।

ବାଂଲାଦେଶ- ଏଲଜିବିଟି କମ୍ୟୁନିଟି ପାଇଁ ବାଂଲାଦେଶ ମଧ୍ୟ ଅସୁରକ୍ଷିତ। ସମଲିଙ୍ଗୀ ସମ୍ପର୍କ ରଖିଲେ ଏଠି ୧୦ ବର୍ଷରୁ ଆରମ୍ଭ କରି ଆଜୀବନ କାରାଦଣ୍ଡ ଦିଆଯିବାର ନିୟମ ରହିଛି। ୨୦୧୬ରେ ଏଠାକାର ଦୁଇଜଣ ପ୍ରସିଦ୍ଧ ଗେ ରାଇଟ୍ସ ଆକ୍ଟିଭିଷ୍ଟଙ୍କର ହତ୍ୟା କରି ଦିଆଯାଇଥିଲା। ବର୍ଷେ ପରେ ପୋଲିସ୍ ଗେ ଓ ବାଇସେକ୍ସୁଆଲ ଲୋକଙ୍କ ଏକ ସଭାରେ ରେଡ୍‌ କରିଥିଲା ଓ ସେମାନଙ୍କୁ ମିଡିଆ ଆଗରେ ପ୍ରଦର୍ଶନ କରିଥିଲା।

ଶ୍ରୀଲଙ୍କା- ବାଂଲାଦେଶ ପରି ଶ୍ରୀଲଙ୍କାରେ ମଧ୍ୟ ସମଲିଙ୍ଗୀ ସମ୍ପର୍କ ରଖିଲେ ୧୦ ବର୍ଷରୁ ଆରମ୍ଭ କରି ଆଜୀବନ କାରା ଦଣ୍ଡାଦେଶ ଦିଆଯିବାର ନିୟମ ରହିଛି। ୨୦୧୭ରେ ଏହାକୁ ଅପରାଧିକ ଶ୍ରେଣୀରୁ ମୁକ୍ତ କରାଇବା ପ୍ରସ୍ତାବକୁ ସେଠାକାର କ୍ୟାବିନେଟ୍ ଅସ୍ୱୀକାର କରିଥିଲେ।

କଲମ୍ବୋ ଟେଲିଗ୍ରାଫ ନାମକ ଏକ ଖବରକାଗଜ ୨୦୧୬ରେ ଲେଖିଥିଲା, ‘ଶ୍ରୀଲଙ୍କା ସମାଜ ସମଲିଙ୍ଗୀଙ୍କ ପାଇଁ ଭୟାନକ ଓ ଏଥିପାଇଁ ଏହା ଗର୍ବିତ ମଧ୍ୟ।’ କିନ୍ତୁ ମାନବାଧିକାର ସଙ୍ଗଠନ ଅନୁଯାୟୀ ସମଲିଙ୍ଗୀଙ୍କୁ କେବଳ ସେଠିକାର ଜନତାଙ୍କଠୁ ନୁହେଁ ପୋଲିସ୍‌ଠୁ ମଧ୍ୟ ସେତିକି ଭେଦଭାବ ସହିବାକୁ ପଡ଼ିଥାଏ।

ଆଫଗାନିସ୍ତାନ- ଏଠାରେ ମଧ୍ୟ ସମଲିଙ୍ଗୀ ହେବା ସହଜ ନୁହେଁ। ଏଭଳି ସମ୍ପର୍କ ରଖିଲେ ଏଠାରେ ଅନେକ ଲମ୍ବା ସମୟ ପର୍ଯ୍ୟନ୍ତ ଜେଲ୍‌ ଯିବାକୁ ପଡ଼ିଥାଏ। ଏହାବ୍ୟତୀତ ଇସ୍‌ଲାମିକ୍ ନିୟମରେ ସମଲିଙ୍ଗୀ ସମ୍ପର୍କକୁ ଅନୈତିକ ଓ ମୁସଲିମ୍‌ ସଭ୍ୟତାର ଖିଲାଫ ବୋଲି କୁହାଯାଏ।

ମ୍ୟାଁମାର- ଏଠାରେ ମଧ୍ୟ ବ୍ରିଟିଶ ଅମଳର ନୀତି ନିୟମ ରହିଛି, ଯାହା କି ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ଦିଏ ନାହିଁ। ଏଠାରେ ମଧ୍ୟ ଏଥିପାଇଁ ଜରିମାନା ଓ ୧୦ ବର୍ଷରୁ ଆଜୀବନ କାରାଦଣ୍ଡାଦେଶ ଦିଆଯିବାର ନିୟମ ରହିଛି। ଆଇନଗତ ଭାବେ ସମଲିଙ୍ଗୀ ସମ୍ପର୍କ ଅବୈଧ ହେବା ସତ୍ତ୍ୱେ ଏଠାକାର ଜନତାଙ୍କ ମଧ୍ୟରେ ଏହାକୁ ନେଇ ଖୋଲାପଣ ଦେଖାଯାଏ।

ମ୍ୟାଁମାରରେ ଗତ ଫେବୃଆରୀରେ ଏଲଜିବିଟି ସମ୍ପ୍ରଦାୟର ଏକ ପରେଡ୍ ହୋଇଥିଲା। କେବଳ ଏତିକି ନୁହେଁ,ଏଲଜିବିଟି ଥିମ୍‌କୁ ନେଇ ଏଠାରେ ଏକ କ୍ୟାଫେ ଓ ରେଷ୍ଟୁରାଣ୍ଟ ମଧ୍ୟ ଖୋଲାଯାଇଛି।

ଚୀନ୍‌- ସମଲିଙ୍ଗୀ ସମ୍ପର୍କକୁ ୧୯୯୭ରେ ଅପରାଧିକ ଶ୍ରେଣୀରୁ ମୁକ୍ତ କରି ଦିଆଯାଇଥିଲା। ସେଠାରେ ଏହାକୁ ଏକ ମାନସିକ ରୋଗ ଭାବେ ବିବେଚନା କରାଯାଏ। ସେଠାରେ ମଧ୍ୟ ସମଲିଙ୍ଗୀ ବିବାହ ଏବେ ବି ବୈଧ ନୁହଁ। କିନ୍ତୁ ତାଇଵାନ୍‌ର ଉଚ୍ଚନ୍ୟାୟାଳୟ ୨୦୧୭ରେ ଏଭଳି ବିବାହ ପାଇଁ ଅନୁମତି ପ୍ରଦାନ କରିଥିଲେ। ଅନ୍ୟ ଦେଶ ଭଳି ଏଠାରେ ମଧ୍ୟ ସମଲିଙ୍ଗୀଙ୍କୁ ସମାଜରେ ନାନା ଭେଦଭାବ ସହ୍ୟ କରିବାକୁ ପଡ଼େ।

ଭାରତୀୟ ସୁପ୍ରିମକୋର୍ଟର ଏହି ଐତିହାସିକ ଫଇସଲାକୁ ସମସ୍ତ ଦେଶର ଜନତା ସ୍ୱାଗତ କରୁଛନ୍ତି। ସୋଶାଲ ମିଡିଆରେ ଏହା ବେଶ ପରିଷ୍କାର ଭାବେ ପ୍ରତିଫଳିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story