ଆସୁଛି ଜନ୍ମାଷ୍ଟମୀ: ଜାଣନ୍ତୁ ଶ୍ରୀକୃଷ୍ଣଙ୍କୁ କେମିତି ପୂଜିବେ

ଭୁବନେଶ୍ୱର: ଆଉ ୩ ଦିନ ପରେ ସାରା ଦେଶରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ ପାଳନ କରାଯାଏ। ଚଳିତବର୍ଷ ୧୪ ଅଗଷ୍ଟ ସୋମବାର ଦିନ ଜନ୍ମାଷ୍ଟମୀ ପାଳନ କରାଯିବ। ଏହି ପବିତ୍ର ଦିନରେ ଆପଣଙ୍କ ମନସ୍କାମନା ପୂରଣ କରିବାକୁ ଚାହୁଁଥିଲେ କିଛି ନିୟମ ମାନି ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରନ୍ତୁ।  ଏହି ଦିନ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିପାରିଲେ ମା’ […]

srikrishna

srikrishna

Rakesh Mallick
  • Published: Friday, 11 August 2017
  • Updated: 11 August 2017, 11:17 AM IST

Sports

Latest News

ଭୁବନେଶ୍ୱର: ଆଉ ୩ ଦିନ ପରେ ସାରା ଦେଶରେ ଧୁମ୍‌ଧାମ୍‌ରେ ପାଳନ କରାଯିବ ଜନ୍ମାଷ୍ଟମୀ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବା ଜନ୍ମାଷ୍ଟମୀ ପାଳନ କରାଯାଏ। ଚଳିତବର୍ଷ ୧୪ ଅଗଷ୍ଟ ସୋମବାର ଦିନ ଜନ୍ମାଷ୍ଟମୀ ପାଳନ କରାଯିବ। ଏହି ପବିତ୍ର ଦିନରେ ଆପଣଙ୍କ ମନସ୍କାମନା ପୂରଣ କରିବାକୁ ଚାହୁଁଥିଲେ କିଛି ନିୟମ ମାନି ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରନ୍ତୁ।  ଏହି ଦିନ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ କରିପାରିଲେ ମା’ ଲକ୍ଷ୍ମୀଙ୍କର ବି କୃପା ଲାଭ ହୋଇଥାଏ।

ଆସନ୍ତୁ ଜାଣିବା ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ କିପରି କରିବେ ଆରାଧନା।

- ଧନ ପ୍ରାପ୍ତି କରିବାକୁ ଚାହୁଁଥିଲେ, ଜନ୍ମାଷ୍ଟମୀ ଦିନ ସକାଳେ ସ୍ନାନ କରିବା ପରେ ରାଧା-କୃଷ୍ଣଙ୍କ ମନ୍ଦିରକୁ ଯାଇ ଭଗବାନ କୃଷ୍ଣଙ୍କୁ ହଳଦିଆ ରଙ୍ଗର ଫୁଲ ମାଳ ଚଢ଼ାନ୍ତୁ।

- ଭଗବାନ ଶ୍ରୀକୃଷ୍ଣଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ଗ୍ରହଣ କରାଯାଇଥାଏ। ଜନ୍ମାଷ୍ଟମୀ ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ରଖି ଶ୍ରୀକୃଷ୍ଣଙ୍କୁ ଅଭିଷେକ କରାନ୍ତୁ। ଏପରି କରିବା ଦ୍ୱାରା ଭଗବାନ କୃଷ୍ଣଙ୍କ ସହିତ ମାଆ ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ। ଏହାଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।

- ଶ୍ରୀକୃଷ୍ଣଙ୍କ ବିଶେଷ କୃପା ପାଇବାକୁ ଚାହୁଁଥିଲେ ଧଳା ରଙ୍ଗର ମିଠା, ଶାଗୁ ଦାନା କିମ୍ୱା କ୍ଷିରୀ ପ୍ରସ୍ତୁତ କରି ଭୋଗ ଲଗାନ୍ତୁ। ଏଥିରେ ମିଶ୍ରି ଓ ତୁଳସୀ ପତ୍ର ପକାନ୍ତୁ। ଏପରି କରିବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି।

- ଆପଣଙ୍କ ଯଦି ଚାହୁଁଛନ୍ତି ଆପଣଙ୍କର କୌଣସି କାମରେ କେବେ ବି ସମସ୍ୟା ନ ଆସୁ, ତା’ହେଲେ ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କ ମନ୍ଦିରରେ ଜଟା ଥିବା ନଡ଼ିଆ ଓ ୧୧ଟି ବାଦାମ ଅର୍ପଣ କରନ୍ତୁ।

ଅଧିକ ଖବର- ଆପଣାନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ପାଞ୍ଚୋଟି ଗୁଣ, ଜୀବନରେ ମିଳିବ ସଫଳତା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos