କେମିତି କମାଇବେ ଏଟିଏମ୍‌ ଫି? ଅଭ୍ୟାସ ବଦଳାନ୍ତୁ ଲାଭରେ ରୁହନ୍ତୁ

ସାଧାରଣତଃ ବ୍ୟାଙ୍କରେ ଜମା ରଖିଥିବା ଟଙ୍କା ଉଠାଇବା ପାଇଁ ଆମେ ଏଟିଏମ୍‌ ବ୍ୟବହାର କରିଥାଉ। ମାତ୍ର ବୀମୁଦ୍ରିକରଣ ପରେ ପରେ ବ୍ୟାଙ୍କ ଗୁଡ଼ିକ କେତେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି ଯେପରି ଗ୍ରାହକମାନେ ସୀମିତ ଥର ପାଇଁ ଏଟିଏମ୍‌ରୁ ଟଙ୍କା ଉଠାଇବା ପରି ନୂଆ ନିୟମ ଆଣିଛନ୍ତି। ଏଣିକି ଏଟିଏମ୍‌ରୁ ଅଧିକ ଥର ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ଅଧିକ ଶୁଳ୍କ  ଦେବାକୁ ପଡୁଛି। ମାତ୍ର ଏପରି କିଛି ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ଅଧିକ ଏଟିଏମ୍ […]

atm

Rakesh Mallick
  • Published: Friday, 21 April 2017
  • , Updated: 21 April 2017, 01:28 PM IST

ସାଧାରଣତଃ ବ୍ୟାଙ୍କରେ ଜମା ରଖିଥିବା ଟଙ୍କା ଉଠାଇବା ପାଇଁ ଆମେ ଏଟିଏମ୍‌ ବ୍ୟବହାର କରିଥାଉ। ମାତ୍ର ବୀମୁଦ୍ରିକରଣ ପରେ ପରେ ବ୍ୟାଙ୍କ ଗୁଡ଼ିକ କେତେକ କ୍ଷେତ୍ରରେ ପରିବର୍ତ୍ତନ ଆଣିଛନ୍ତି ଯେପରି ଗ୍ରାହକମାନେ ସୀମିତ ଥର ପାଇଁ ଏଟିଏମ୍‌ରୁ ଟଙ୍କା ଉଠାଇବା ପରି ନୂଆ ନିୟମ ଆଣିଛନ୍ତି। ଏଣିକି ଏଟିଏମ୍‌ରୁ ଅଧିକ ଥର ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ଅଧିକ ଶୁଳ୍କ  ଦେବାକୁ ପଡୁଛି। ମାତ୍ର ଏପରି କିଛି ଉପାୟ ଅଛି ଯାହାକୁ ଆପଣେଇବା ଦ୍ୱାରା ଅଧିକ ଏଟିଏମ୍ ଚାର୍ଜ ଦେବାରୁ ରକ୍ଷା ପାଇବେ।

ନିର୍ଦ୍ଧାରିତ ଥର ଟଙ୍କା ଉଠାଣ: ଯଦି ସବୁବେଳେ ଏଟିଏମ୍‌ରୁ ଟଙ୍କା ଉଠାଉଥାନ୍ତି ତେବେ ଏଭଳି ଅଭ୍ୟାସରୁ ଦୂରେଇ ରୁହନ୍ତୁ। ସପ୍ତାହକୁ ଥରେ ମାତ୍ର ଟଙ୍କା ଉଠାନ୍ତୁ।

ନିଜ ବ୍ୟାଙ୍କ ଆକାଉଣ୍ଟ ଥିବା ଏଟିଏମ୍‌ର ବ୍ୟବହାର: ଯେଉଁ ବ୍ୟାଙ୍କରେ ଆକାଉଣ୍ଟ ଅଛି ସେହି ବ୍ୟାଙ୍କର ଏଟିଏମ୍ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ। ଯାହାଫଳରେ ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। ଅନ୍ୟ ବ୍ୟାଙ୍କର ଏଟିଏମ୍ ବ୍ୟବହାର କଲେ ଆପଣ କ୍ଷତିରେ ପଡିବେ।

ମୋବାଇଲ ବ୍ୟାକିଙ୍ଗ: ଇଣ୍ଟରନେଟ ଯୁଗରେ ଏଟିଏମ୍ ବ୍ୟବହାର କରିବା ବଦଳରେ ଅନଲାଇନ୍ କାରବାର କରନ୍ତୁ। ନଗଦ ଟଙ୍କା ବଦଳରେ ମୋବାଇଲ ବ୍ୟାଙ୍କିଙ୍ଗରେ ଟଙ୍କା କାରବାର କରିବାକୁ ଭୁଲନ୍ତୁ ନାହିଁ।

ଡେବିଟ୍‌ ଓ କ୍ରେଡିଟ କାର୍ଡର ବ୍ୟବହାର: ବିଚାର କରି ଡେବିଟ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର କରନ୍ତୁ। ନିଜ ଦୈନନ୍ଦିନ ଖର୍ଚ୍ଚକୁ ପରିଚାଳନା କରିବାକୁ ଚେଷ୍ଟା କରନ୍ତୁ।

Related story