ଜାଣନ୍ତୁ ହରିଶଙ୍କ ଆଗରେ ଆଣ୍ଠେଇ ପଡ଼ିଥିବା ପାକିସ୍ତାନର ସେହି ଓକିଲଙ୍କ ସଂପର୍କରେ...

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କୋର୍ଟ ଗତକାଲି କୁଳଭୂଷଣ ଯାଦବ ପାଇଥିବା ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି। ଗୁଇନ୍ଦାଗିରି କରିବା ଅଭିଯୋଗରେ ପାକିସ୍ତାନର ସେନା କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲା। ଏହା ବିରୋଧରେ ଭାରତ ଅନ୍ତର୍ଜାତୀୟ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ହରିଶ ସାଲ୍‌ଭେଙ୍କ ଦୃଢ଼ ଯୁକ୍ତି ଯୋଗୁଁ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବା ସହିତ କୁଳଭୂଷଣଙ୍କ ସ୍ଥିତାବସ୍ଥା ନେଇ ନିୟମିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି କୋର୍ଟଙ୍କ ଏହି ରାୟ ଆସିବା […]

khawar

Rakesh Mallick
  • Published: Friday, 19 May 2017
  • , Updated: 19 May 2017, 02:28 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କୋର୍ଟ ଗତକାଲି କୁଳଭୂଷଣ ଯାଦବ ପାଇଥିବା ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି। ଗୁଇନ୍ଦାଗିରି କରିବା ଅଭିଯୋଗରେ ପାକିସ୍ତାନର ସେନା କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲା। ଏହା ବିରୋଧରେ ଭାରତ ଅନ୍ତର୍ଜାତୀୟ କୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ହରିଶ ସାଲ୍‌ଭେଙ୍କ ଦୃଢ଼ ଯୁକ୍ତି ଯୋଗୁଁ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବା ସହିତ କୁଳଭୂଷଣଙ୍କ ସ୍ଥିତାବସ୍ଥା ନେଇ ନିୟମିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି କୋର୍ଟଙ୍କ ଏହି ରାୟ ଆସିବା ପରେ ହରିଶ ସବୁ ଭାରତୀୟଙ୍କ ହୃଦୟ ଜିତିଥିବା ବେଳେ ପାକିସ୍ତାନ ପକ୍ଷରୁ ଏହି ମାମଲା ଲଢୁଥିବା ଖୈବର କୁରୈଶୀ ସମାଲୋଚିତ ହୋଇଛନ୍ତି। ଏପରିକି ପାକିସ୍ତାନ ପୂର୍ବପ୍ରସ୍ତୁତି ବିନା କୋର୍ଟରେ ହାଜର ହୋଇଥିଲା ବୋଲି କୁହାଯାଉଛି। ପାକିସ୍ତାନର ଯୁକ୍ତି ଉପସ୍ଥାପନ କରିବାକୁ ଖୈବର ୯୦ ମିନିଟ୍ ସମୟ ନେଇଥିଲେ। ଅନ୍ୟପକ୍ଷରେ ସାଲ୍‌ଭେ ମାତ୍ର ୫୦ ମିନିଟ୍‌ରେ ନିଜ ଯୁକ୍ତି ଶେଷ କରି ଥିଲେ। ଖୈବର ତାଙ୍କୁ ଦିଆଯାଇଥିବା ସମୟରୁ ୪୦ ମିନିଟ୍ ବରବାଦ କରି ଥିଲେ ବୋଲି ବ୍ରିଟେନ୍‌ରେ ରହୁଥିବା ଜଣେ ପାକିସ୍ତାନୀ ଓକିଲ ରାସିଦ ଆଲମ କହିଛନ୍ତି।

ତେବେ ଏ ଖୈବର କୁରୈଶୀ କିଏ?

ସେ ପାକିସ୍ତାନର ମୂଳବାସିନ୍ଦା। କିନ୍ତୁ ଏବେ ବ୍ରିଟେନ୍‌ର ନାଗରିକ। ଅନ୍ତରାଷ୍ଟ୍ରୀୟ ମାମଲା ଲଢ଼ୁ ଥିବା ଭଲ ଓକିଲଙ୍କ ମଧ୍ୟରେ ସେ ଜଣେ। ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ) ସହିତ ତାଙ୍କର ରହିଛି ପୁରୁଣା ସଂପର୍କ। ୧୯୯୩ରେ ଆଇସିଜେରେ ଓକିଲାତି କରିବାରେ ସେ ବନି ଥିଲେ ବିଶ୍ୱର ସବୁଠୁ କମ୍‌ ବୟସର ଓକିଲ। ସେ ବ୍ରିଟେନ୍‌ର ଇଂଲିଶ କୋର୍ଟରେ ସବୁ ସ୍ତରରେ ଓକିଲାତି କରି ସାରିଛନ୍ତି। ୨୦୦୬ରେ ସେ ବ୍ରିଟେନ୍‌ର କୁଇନ୍ସ କାଉନ୍‌ସିଲ୍‌ (କ୍ୟୁସି)ରେ ବି ସାମିଲ ହୋଇଥିଲେ। କେବଳ ନାମ୍‌ଜାଦା ଓକିଲଙ୍କୁ ହିଁ କୁଇନ୍ସ କାଉନ୍‌ସିଲ୍‌ରେ ସାମିଲ କରାଯାଏ। ଏହି ଓକିଲମାନଙ୍କୁ ଇଂଲଣ୍ଡ ଓ ୱେଲ୍‌ସର କୋର୍ଟ ରୁମ୍‌ରେ ଓକିଲାତି କରିବାକୁ ଅନୁମତି ମିଳେ।

ସେ ବ୍ରିଟେନ୍‌ର ସେର୍‌ଲେ କୋର୍ଟର ବରିଷ୍ଠ ଓକିଲ ଅଛନ୍ତି। ସେର୍‌ଲେ କୋର୍ଟ ଅର୍ଥାତ୍‌ ବ୍ରିଟେନ୍‌ର ଓକିଲଙ୍କ ଚାମ୍ବର୍ସର ଏକ ଗୋଷ୍ଠୀ। ଏହି ଗୋଷ୍ଠୀ ବଡ଼ କଂପାନୀ ଓ ଦେଶର କେସ୍‌ ଗୁଡ଼ିକୁ ଲଢ଼ନ୍ତି। ଖୈବର ତାଙ୍କ କ୍ୟାରିୟରରେ ଏଯାବତ ପ୍ରାୟ ୬୦ ଦେଶ ବିରୁଦ୍ଧରେ ମାମଲା ଲଢ଼ି ସାରିଛନ୍ତି। ସେ କ୍ୟାମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ କର୍ମସିଆଲ୍ ଲ’ ମଧ୍ୟ ପଢ଼ାନ୍ତି। ଏହା ସହିତ ଆଇନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଲେଖାଲେଖି କରନ୍ତି।

ରିପୋର୍ଟ ଓ ଫଟୋ- ଏନ୍‌ଡିଟିଭି

Related story