ଉଡ଼ିଲେ ଛୋଟ ପଡ଼ି ଯାଇପାରେ ଆକାଶ! ଜାଣନ୍ତୁ ବିଶ୍ୱର ସବୁଠୁ ବଡ଼ ବିମାନ ସଂପର୍କରେ...

ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ପଲ୍ ଏଲେନ୍ ବିଶ୍ୱକୁ ଦେଇଛନ୍ତି ଏକ ବଡ଼ ଉପହାର। ବିଶ୍ୱର ସବୁଠାରୁ ବଡ଼ ଉଡ଼ାଜାହାଜ ‘ଷ୍ଟ୍ରାଟୋଲଞ୍ଚ’ ନିର୍ମାଣ କରି ସେ ଏବେ ଚର୍ଚ୍ଚାରେ। କିନ୍ତୁ ଏହି ଉଡ଼ାଜାହାଜରେ ବସିବାର ସୌଭାଗ୍ୟରୁ ବଞ୍ଚିତ ହେବେ ଲୋକେ। କାରଣ ଏଲେନ୍‌ଙ୍କ ଏହି ଉଡ଼ାଜାହାଜଟି ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମିତ ହୋଇନାହିଁ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଷ୍ଟ୍ରାଟୋଲଞ୍ଚ’କୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ତେବେ ଆସନ୍ତୁ ଜାଣିବା ‘ଷ୍ଟ୍ରାଟୋଲଞ୍ଚ’ ବିଷୟରେ ଏମିତି କିଛି କଥା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ […]

PLANE

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 12:26 PM IST

ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ପଲ୍ ଏଲେନ୍ ବିଶ୍ୱକୁ ଦେଇଛନ୍ତି ଏକ ବଡ଼ ଉପହାର। ବିଶ୍ୱର ସବୁଠାରୁ ବଡ଼ ଉଡ଼ାଜାହାଜ ‘ଷ୍ଟ୍ରାଟୋଲଞ୍ଚ’ ନିର୍ମାଣ କରି ସେ ଏବେ ଚର୍ଚ୍ଚାରେ। କିନ୍ତୁ ଏହି ଉଡ଼ାଜାହାଜରେ ବସିବାର ସୌଭାଗ୍ୟରୁ ବଞ୍ଚିତ ହେବେ ଲୋକେ। କାରଣ ଏଲେନ୍‌ଙ୍କ ଏହି ଉଡ଼ାଜାହାଜଟି ବ୍ୟବସାୟିକ ଉଦ୍ଦେଶ୍ୟରେ ନିର୍ମିତ ହୋଇନାହିଁ।

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଷ୍ଟ୍ରାଟୋଲଞ୍ଚ’କୁ ନେଇ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି। ତେବେ ଆସନ୍ତୁ ଜାଣିବା ‘ଷ୍ଟ୍ରାଟୋଲଞ୍ଚ’ ବିଷୟରେ ଏମିତି କିଛି କଥା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

  • ବିଶ୍ୱର ସବୁଠାରୁ ବଡ଼ ବିମାନ ‘ଷ୍ଟ୍ରାଟୋଲଞ୍ଚ’ ଏକ ଏୟାରକ୍ରାଫ୍ଟ ଭାବେ ଜଣାଶୁଣା। ଆକାଶମାର୍ଗରୁ ମହାକାଶକୁ ସାଟେଲାଇଟ୍ ପଠାଇବା ପାଇଁ ଏହାକୁ ବ୍ୟବହାର କରାଯାଇପାରିବ।
  • ୩୮୫ ଫୁଟ ଲମ୍ୱ ଏବଂ ୫୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଏୟାରକାଫ୍ଟଟି ୬ଟି ଇଞ୍ଜିନ ଓ ୨ଟି କକ୍‌ପିଟ୍‌କୁ ନେଇ ନିର୍ମିତ।
  • ‘ଷ୍ଟ୍ରାଟୋଲଞ୍ଚ’ରେ ୨୮ଟି ଚକ ଲାଗିଛି। ପ୍ରାୟ ୨ ଲକ୍ଷ ୫୦ ହଜାର କିଲୋଗ୍ରାମ ଓଜନ ବିଶିଷ୍ଟ ଷ୍ଟ୍ରାଟୋଲଞ୍ଚ ୫ ଲକ୍ଷ ପାଉଣ୍ଡର ସାମଗ୍ରୀ ଏକ ସମୟରେ ବୋହି ନେବାରେ ସକ୍ଷମ।
  • ଏହି ଏୟାରକ୍ରାଫ୍ଟର ଆକାର ଏକ ଫୁଟ୍‌ବଲ୍‌ ପଡିଆ ଠାରୁ ମଧ୍ୟ ବଡ଼। ‘ଷ୍ଟ୍ରାଟୋଲଞ୍ଚ’କୁ ନିର୍ମାଣ କରିବାକୁ ପ୍ରାୟ ୧୯୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
  • ଏହି ମେଗା ପ୍ରୋଜେକ୍ଟର ଶୁଭାରମ୍ଭ ୨୦୧୧ରେ ହୋଇଥିଲା। ଆକାଶମାର୍ଗରୁ ସାଟେଲାଇଟ୍ ପ୍ରେରଣ କରିବା ଲକ୍ଷ୍ୟ ନେଇ ନିର୍ମିତ ହୋଇଛି ‘ଷ୍ଟ୍ରାଟୋଲଞ୍ଚ’। ସ୍ଥଳପଥରୁ ବିଭିନ୍ନ ଲଞ୍ଚପ୍ୟାଡରୁ ରକେଟ୍ ମାଧ୍ୟମରେ ସାଟେଲାଇଟ୍ ଲଞ୍ଚ କରିବା ପାଇଁ ବହୁତ ତୈଳ ଆବଶ୍ୟକ ହେଉଥିବା ବେଳେ ‘ଷ୍ଟ୍ରାଟୋଲଞ୍ଚ’ ଏହି ସମସ୍ୟାକୁ ଦୂର କରି ପାରିବ ବୋଲି କହିଛନ୍ତି ଏଲେନ୍।
  • ସର୍ବାଧିକ ୨ହଜାର ନଟିକାଲ ମାଇଲ ବେଗରେ ଯାଇ ପାରୁଥିବା ‘ଷ୍ଟ୍ରାଟୋଲଞ୍ଚ’ ୩୫,୦୦୦ ଫୁଟ ଉଚ୍ଚରେ ଉଡ଼ିବାକୁ ସକ୍ଷମ। କାଲିଫର୍ଣ୍ଣିଆର ମରୁଭୂମି ଅଞ୍ଚଳରେ ଏହାର ପରୀକ୍ଷଣ ସରିଥିବା ବେଳେ ଏହାକୁ ୨୦୧୯ ସୁଦ୍ଧା ଲଞ୍ଚ୍‌ କରିବାକୁ ଲକ୍ଷ୍ୟ ରଖିଛନ୍ତି ଏଲେନ୍।

Related story