କିଲୋମିଟର ଫଳକର ରଙ୍ଗରୁ ଜାଣନ୍ତୁ ରାସ୍ତାର ନାଁ

ଦୂର ସ୍ଥାନକୁ ଯାତ୍ରା କଲାବେଳେ ରାସ୍ତାକଡରେ କିଲୋମିଟର ସୂଚାଇବା ପାଇଁ ପଥର ଫଳକ (ମାଇଲେଷ୍ଟାନ) ଲାଗିଥାଏ। କିନ୍ତୁ ଏହି ଫଳକର ରଙ୍ଗ ଅନେକ ସମୟରେ ଅଲଗା ଅଲଗା ହୋଇଥାଏ। କେଉଁଠି ହଳଦିଆ ରଙ୍ଗର ଫଳକ ଥାଏ ତ କେଉଁଠି ସବୁଜ ରଙ୍ଗର। ଭିନ୍ନ ଭିନ୍ନ ରଙ୍ଗର ଫଳକକୁ ନେଇ ଅନେକ ସମୟରେ ମନରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଥାଏ। କିନ୍ତୁ ଏପରି ଭିନ୍ନ ରଙ୍ଗର ଫଳକ ପଛରେ ଲୁଚି ରହିଥିବା କାରଣ। ଏହି କାରଣ ସର୍ମ୍ପକରେ ଜାଣିଲେ […]

milestone

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 07:36 PM IST

ଦୂର ସ୍ଥାନକୁ ଯାତ୍ରା କଲାବେଳେ ରାସ୍ତାକଡରେ କିଲୋମିଟର ସୂଚାଇବା ପାଇଁ ପଥର ଫଳକ (ମାଇଲେଷ୍ଟାନ) ଲାଗିଥାଏ। କିନ୍ତୁ ଏହି ଫଳକର ରଙ୍ଗ ଅନେକ ସମୟରେ ଅଲଗା ଅଲଗା ହୋଇଥାଏ। କେଉଁଠି ହଳଦିଆ ରଙ୍ଗର ଫଳକ ଥାଏ ତ କେଉଁଠି ସବୁଜ ରଙ୍ଗର। ଭିନ୍ନ ଭିନ୍ନ ରଙ୍ଗର ଫଳକକୁ ନେଇ ଅନେକ ସମୟରେ ମନରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଥାଏ। କିନ୍ତୁ ଏପରି ଭିନ୍ନ ରଙ୍ଗର ଫଳକ ପଛରେ ଲୁଚି ରହିଥିବା କାରଣ। ଏହି କାରଣ ସର୍ମ୍ପକରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆସନ୍ତୁ ଜାଣିବା କେଉଁ ରଙ୍ଗର ଫଳକ କାହାକୁ ସୂଚାଇଥାଏ।

ହଳଦିଆ ମାଇଲେଷ୍ଟାନ: ରାସ୍ତାରେ ଯିବା ବେଳେ ଯଦି ହଳଦିଆ ରଙ୍ଗର ମାଇଲେଷ୍ଟାନ ଦେଖାଯାଏ, ତେବେ ଆପଣ ଜାତୀୟ ରାଜପଥରେ ଯାତ୍ରା କରୁଛନ୍ତି ବୋଲି ଜାଣି ନିଅନ୍ତୁ। କାରଣ ନିୟମ ଅନୁଯାୟୀ, ହଳଦିଆ ରଙ୍ଗର ମାଇଲେଷ୍ଟାନ କେବଳ ଜାତୀୟ ରାଜପଥ ପାଇଁ ଉର୍ଦ୍ଦିଷ୍ଟ।

ସବୁଜ ମାଇଲେଷ୍ଟାନ: ଦୂରସ୍ଥାନକୁ ଯାତ୍ରା କରିବା ବେଳେ ଯଦି ନଜରରେ ସବୁଜ ରଙ୍ଗର ମାଇଲେଷ୍ଟାନ ପଡେ, ତେବେ ଜାଣି ରଖନ୍ତୁ କି ଆପଣ ରାଜ୍ୟ ରାଜପଥରେ ଯାତ୍ରା କରୁଛନ୍ତି। ଏହି ରଙ୍ଗର ମାଇଲେଷ୍ଟାନ କେବଳ ରାଜ୍ୟ ରାଜପଥ ପାଇଁ ଉର୍ଦ୍ଦିଷ୍ଟ। ଏହି ରାସ୍ତାସବୁ ରାଜ୍ୟ ସରକାରଙ୍କ ଅଧୀନରେ ଆସିଥାଏ।

ନୀଳ ଓ କଳା ରଙ୍ଗର ମାଇଲେଷ୍ଟାନ: ଯଦି ଆପଣ କୌଣସି ନୂଆ ବଡ଼ ସହର କିମ୍ୱା ଅନ୍ୟ ଜିଲ୍ଲାକୁ ଯାତ୍ରା କରୁଥାନ୍ତି, ତେବେ ଜିଲ୍ଲା ଓ ସହରର ଆରମ୍ଭରୁ ହିଁ କଳା କିମ୍ୱା ନୀଳ ରଙ୍ଗର ମାଇଲେଷ୍ଟାନ ଦେଖିବାକୁ ପାଇବେ। ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲା ଓ ବଡ଼ ସହରର ଅନ୍ୟ ଏକ ପରିଚୟ ହେଉଛି ଏହି ଦୁଇ ରଙ୍ଗ। ଏହି ରାସ୍ତା ଜିଲ୍ଲା ପ୍ରଶାସନ ଅଧୀନରେ ରହିଥାଏ।

ନାରଙ୍ଗୀ ରଙ୍ଗର ମାଇଲେଷ୍ଟାନ: କିଛି ସ୍ଥାନରେ ରାସ୍ତାରେ ନାରଙ୍ଗୀ ରଙ୍ଗର ମାଇଲଷ୍ଟୋନ ଦେଖିବାକୁ ମିଳିଥାଏ। ନାରଙ୍ଗୀ ରଙ୍ଗ ଥିବା ମାଇଲେଷ୍ଟାନ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବାକୁ ସୂଚାଇଥାଏ।

Related story