ବିମାନ ଝରକାରେ ଥାଏ ଛୋଟ କଣା: ଜାଣନ୍ତି ଏହାର କାମ କ’ଣ ?

ଆପଣ ବିମାନ ଯାତ୍ରା କରନ୍ତି କି ? ଯଦି କରୁଥିବେ ତେବେ ବିମାନ ଝରକା ପାଖେ ଥିବା ଏକ ଛୋଟ କଣା ନିଶ୍ଚିତ ନଜରରେ ପଡିଥିବ। ସମସ୍ତେ ଜାଣିଛନ୍ତି ସାମନ୍ୟ ତମ ଛିଦ୍ର ବିମାନ ପାଇଁ କ୍ଷତିକାରକ। ତେବେ ଏପରି କଣା କାହିଁକି ରଖାଯାଇଛି ଜାଣିଛନ୍ତି କି ? ଆସନ୍ତୁ ଜାଣିବା କାହିଁକି ବିମାନର ଝରକା ପାଖରେ ଏହି କଣା ରଖାଯାଇଥାଏ। ବିମାନ ୩୫,୦୦୦ ଫୁଟ ଉଚ୍ଚାରେ ଉଡିବା ବେଳେ ଏଥିରେ ଏୟାର ପ୍ରେସର କମ ହେବାକୁ […]

aeroplean

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 02:28 PM IST

ଆପଣ ବିମାନ ଯାତ୍ରା କରନ୍ତି କି ? ଯଦି କରୁଥିବେ ତେବେ ବିମାନ ଝରକା ପାଖେ ଥିବା ଏକ ଛୋଟ କଣା ନିଶ୍ଚିତ ନଜରରେ ପଡିଥିବ। ସମସ୍ତେ ଜାଣିଛନ୍ତି ସାମନ୍ୟ ତମ ଛିଦ୍ର ବିମାନ ପାଇଁ କ୍ଷତିକାରକ। ତେବେ ଏପରି କଣା କାହିଁକି ରଖାଯାଇଛି ଜାଣିଛନ୍ତି କି ? ଆସନ୍ତୁ ଜାଣିବା କାହିଁକି ବିମାନର ଝରକା ପାଖରେ ଏହି କଣା ରଖାଯାଇଥାଏ।

ବିମାନ ୩୫,୦୦୦ ଫୁଟ ଉଚ୍ଚାରେ ଉଡିବା ବେଳେ ଏଥିରେ ଏୟାର ପ୍ରେସର କମ ହେବାକୁ ଲାଗିଥାଏ। ସନ୍ତୁଳନ ରଖିବା ପାଇଁ ବିମାନ କେବିନକୁ ବହାର ପବନ ତୁଳନାରେ ପ୍ରେସରାଇଜ କରାଯାଇଥାଏ। ତେଣୁ ବିମାନ ଭିତରେ ପବନର ମାତ୍ରା କମ୍ କରିବାର ଆବଶ୍ୟକତା ରହିଥାଏ। ଏହି  ଛୋଟ କଣା ସାହାଯ୍ୟରେ ଏହା କରାଯାଇଥାଏ। ଏହି ପ୍ରସର ବିମାନରେ ଥିବା ଯାତ୍ରଙ୍କ ପାଇଁ ଲାଭଦାୟକ ହୋଇଥାଏ।

ଏହି ଛୋଟ କଣାକୁ ବ୍ଲିଡ ହୋଲ କୁହାଯାଇଥାଏ। ଏହା ଉପରେ ଉଡୁଥିବା ବିମାନକୁ ସୁରକ୍ଷିତ ରଖେ।

ବିମାନର ଝରକା ୩ଟି ମଜବୁଦ କାଚ ପରସ୍ତକୁ ମିଶାଇ ତିଆରି କରାଯାଇଥାଏ।  ବ୍ରଟିଶ ଏୟାରବେଜର ଜଣେ  ପାଇଲଟଙ୍କ ଅନୁସାରେ, ଏହି କାଚକୁ ୩ ପରସ୍ତ କରାଯିବାର କାରଣ ହେଲା ଯଦି କୌଣସି ପରସ୍ତ ଖରାପ ହୋଇଯାଏ ତେବେ ଅନ୍ୟ ଦୁଇଟି ପରସ୍ତ ବିମାନକୁ ସୁରକ୍ଷିତ ରଖିଥାନ୍ତି।

Related story