ଏମିତି ଏକ ଗାଁ, ଯେଉଁଠି ଚପଲ ପିନ୍ଧିବା ମନା

ଆଜିକାଲିର ଫ୍ୟାସନରେ ମ୍ୟାଚିଂ ଚପଲର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। କୌଣସି ବି ପୋଷାକ ସହ ମ୍ୟାଚିଂ ଚପଲ ପିନ୍ଧିବା ସଉକ ପ୍ରାୟ ସମସ୍ତେ ରଖନ୍ତି। ଏଥିପାଇଁ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ ଆଜି ଆମେ ଆପଣଙ୍କୁ ଏକ ଏମିତି ଗାଁ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠି ଚପଲ ପିନ୍ଧିବା ମନା। ଏହି ଗାଁଟି ହେଲା କଲିମାୟନ। ମଦୁରାଇଠାରୁ ୨୦ କିଲୋମିଟର ଦୂରରେ ରହିଛି ଏହି ଗାଁ ଯେଉଁଠି ଚପଲ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 03:01 PM IST

ଆଜିକାଲିର ଫ୍ୟାସନରେ ମ୍ୟାଚିଂ ଚପଲର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି। କୌଣସି ବି ପୋଷାକ ସହ ମ୍ୟାଚିଂ ଚପଲ ପିନ୍ଧିବା ସଉକ ପ୍ରାୟ ସମସ୍ତେ ରଖନ୍ତି। ଏଥିପାଇଁ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ ଆଜି ଆମେ ଆପଣଙ୍କୁ ଏକ ଏମିତି ଗାଁ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁଠି ଚପଲ ପିନ୍ଧିବା ମନା।

ଏହି ଗାଁଟି ହେଲା କଲିମାୟନ। ମଦୁରାଇଠାରୁ ୨୦ କିଲୋମିଟର ଦୂରରେ ରହିଛି ଏହି ଗାଁ ଯେଉଁଠି ଚପଲ ପିନ୍ଧିବା ମନା।

ବର୍ଷ ପରେ ବର୍ଷ ବିତିଗଲାଣି, ହେଲେ ଏ ଗାଁରେ ଆଜି ପର୍ଯ୍ୟନ୍ତ କେହି ନିଜ ପାଦରେ ଚପଲ କି ଜୋତା ପିନ୍ଧିନାହାଁନ୍ତି। ଏପରିକି ନିଜ ପିଲାମାନଙ୍କୁ ବି ଚପଲ ପିନ୍ଧିବାକୁ ମନାକରନ୍ତି ଗାଁ ଲୋକେ। ଯଦି କେହି ଭୁଲରେ ଚପଲ ପିନ୍ଧିଦେଲା ତେବେ ତାକୁ କଠୋର ଦଣ୍ଡ ଭୋଗିବାକୁ ପଡେ।

ପାଦରେ ଚପଲ ନ ପିନ୍ଧିବା ପଛରେ କିଛି କାରଣ ରହିଥିବା କୁହଁନ୍ତି ଗାଁ ଲୋକେ। ଏଠାକାର ଲୋକେ ବହୁ ବର୍ଷରୁ ଆପାଚ୍ଛୀ ନାମକ ଦେବତାଙ୍କର ପୂଜା କରିଆସୁଛନ୍ତି। ସେମାନଙ୍କର ବିଶ୍ୱାସ ଯେ ଆପାଛୀ ହିଁ ତାଙ୍କର ରକ୍ଷା କରୁଛନ୍ତି। ଦେବତାଙ୍କର ପ୍ରତି ଆସ୍ଥା ଦେଖାଇବା ପାଇଁ ଗାଁର ସୀମା ଭିତରେ ଚପଲ ପିନ୍ଧିବାକୁ ବାରଣ କରାଯାଇଛି।

ଗାଁର ଲୋକେ ଏହି ପରମ୍ପରାକୁ ମାନି ଆସୁଛନ୍ତି। ଆଉ ଯଦି କେବେ କୁଆଡେ ଯିବାର ଥାଏ, ତେବେ ହାତରେ ଚପଲ ଧରି ଗାଁର ସୀମା ବାହାରକୁ ଯିବା ପରେ ଚପଲ ପିନ୍ଧିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos