ମହାକାଶ ଯାନର କକ୍‌ପିଟ୍‌ ବଟମ୍‌ ଦେଖିଲେ ଘୂରି ଯିବ ମୁଣ୍ଡ: ଜାଣନ୍ତୁ ଏହାର କାମ

ଚନ୍ଦ୍ର ଅଭିଯାନ ହେଉ କି ମଙ୍ଗଳ, ମହାକାଶ ଯାନ ବିନା ଏହା ଅସମ୍ଭବ। ଆମେ ଏପରି ଯାନ ବଲିଉଡଠାରୁ ଆରମ୍ଭ କରି ହଲିଉଡର ବହୁ ଫିଲ୍ମରେ ଦେଖିଛନ୍ତି। ଯାନଗୁଡିକ ଦେଖିବାକୁ ବିଚିତ୍ର ହୋଇଥାଏ। ଏହା ମହାକାଶକୁ ମଣିଷଙ୍କୁ ନେବା ଆଣିବା କରିବାର ମାଧ୍ୟମ ହୋଇଥାଏ। ଏହି ଫିଲ୍ମରେ ମହାକାଶଯାନଗୁଡିକର କକ୍‌ପିଟ୍‌ ନିଶ୍ଚିତ ଦେଖିଥିବେ ଯେଉଁଠି ଏହାକୁ ଅପରେଟିଂ କରାଯାଇଥାଏ। ଏଥିରେ ଗୋଟିଏ କି ଦୁଇଟି ସିଟ୍‌ ସହ ହାତଗଣତି ବଟମ୍‌ ଥାଏ। ହେଲେ ପ୍ରକୃତରେ ମହାକାଶକୁ ଯାଉଥିବା […]

Space shuttle cockpit

Space shuttle cockpit

Rakesh Mallick
  • Published: Wednesday, 23 August 2017
  • Updated: 23 August 2017, 01:53 PM IST

Sports

Latest News

ଚନ୍ଦ୍ର ଅଭିଯାନ ହେଉ କି ମଙ୍ଗଳ, ମହାକାଶ ଯାନ ବିନା ଏହା ଅସମ୍ଭବ। ଆମେ ଏପରି ଯାନ ବଲିଉଡଠାରୁ ଆରମ୍ଭ କରି ହଲିଉଡର ବହୁ ଫିଲ୍ମରେ ଦେଖିଛନ୍ତି। ଯାନଗୁଡିକ ଦେଖିବାକୁ ବିଚିତ୍ର ହୋଇଥାଏ। ଏହା ମହାକାଶକୁ ମଣିଷଙ୍କୁ ନେବା ଆଣିବା କରିବାର ମାଧ୍ୟମ ହୋଇଥାଏ। ଏହି ଫିଲ୍ମରେ ମହାକାଶଯାନଗୁଡିକର କକ୍‌ପିଟ୍‌ ନିଶ୍ଚିତ ଦେଖିଥିବେ ଯେଉଁଠି ଏହାକୁ ଅପରେଟିଂ କରାଯାଇଥାଏ। ଏଥିରେ ଗୋଟିଏ କି ଦୁଇଟି ସିଟ୍‌ ସହ ହାତଗଣତି ବଟମ୍‌ ଥାଏ। ହେଲେ ପ୍ରକୃତରେ ମହାକାଶକୁ ଯାଉଥିବା ଯାନଗୁଡିକର ସ୍ୱରୂପ ଏପରି ନୁହେଁ। କୌଣସି ରିୟଲ ମହାକାଶଯାନର କକ୍‌ପିଟ୍‌ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାଇ ପକାଇବ। ଏହାର କାରଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା ମହାକାଶଯାନରେ ଥିବା କକ୍‌ପିଟ୍‌ର କାମ ବିଷୟରେ।

ନାସା ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୫ଟି ମହାକାଶ ଯାନ ମହାକାଶକୁ ପଠାଯାଇଛି। ଏଥିରୁ ୩ଟି ଡିସ୍‌କଭରୀ, ଇଣ୍ଡିଭର ଓ ଆଟଲାଣ୍ଟିକ୍ସ ସୁରକ୍ଷିତ ପୃଥିବୀକୁ ଫେରିଥିବା ବେଳେ ଚ୍ୟାଲେଞ୍ଜର ଓ କୋଲମ୍ବିଆ ଉଡାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା।

ଭାରତ ମଧ୍ୟ ମହାକାଶ ଗବେଷଣାରେ ପଛରେ ପଡିନାହିଁ। ଆମେ ଦେଶର ବୈଜ୍ଞାନିକମାନେ ଚନ୍ଦ୍ରାୟନ ଓ ମଙ୍ଗଳାୟନକୁ ସଫଳ କରିପାରିଛନ୍ତି।

ଆମେ ଯେଉଁ ଫଟୋ ଏହି ରିପୋର୍ଟରେ ପୋଷ୍ଟ କରିଛୁ ଏହା ଡିସ୍‌କଭରୀ, ଇଣ୍ଡିଭର ଓ ଆଟଲାଣ୍ଟିକ୍ସର କକ୍‌ପିଟ୍‌ର ଫଟୋ।

ଆପଣ ଏହି ଫଟୋ ଦେଖି ଭାବୁଥିବେ ଏତେ ଗୁଡିଏ ବଟମ୍‌ କ’ଣ ପାଇଁ ଏଥିରେ ରହିଛି। ଏସବୁ ବଟମ୍‌ କାମରେ ଲାଗେ ନା କେବଳ ଏମିତି ରଖି ଦିଆଯାଇଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ କକ୍‌ପିଟ୍‌ରେ ଥିବା ସମସ୍ତ ବଟମ୍‌ର ନିର୍ଦ୍ଦିଷ୍ଟ କାମ ରହିଛି। ଏଥିରୁ ଜାଣିପାରୁଥିବେ ଗୋଟିଏ ମହାକାଶ ଯାନକୁ ଅପରେଟିଂ କରିବା କେତେ ଜଟିଳ। ଯେଉଁ ମହାକାଶଚାରୀ ଏଥିରେ ସ୍ପେସ୍‌ ସେଣ୍ଟରକୁ ଯାଇ ପୁଣି ଫେରିଥାନ୍ତି ସେମାନଙ୍କୁ କେତେ କାମ କରିବାକୁ ପଡିଥାଏ ଓ ଏ ଜଟିଳ କକ୍‌ପିଟ୍‌କୁ ଅପରେଟିଂ କରିବାକୁ ପଡିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos