ଆପଣଙ୍କ ଫୋନ୍ ଟ୍ରାକ୍ ହେଉଛି କି ? ଏହି ୪ଟି କୋଡ୍ ଡାଏଲ୍ କଲେ ଜାଣିପାରିବେ ଅନେକ ତଥ୍ୟ

ଆଣ୍ଡ୍ରଏଡ୍ ଫୋନରେ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତାରେ ରହନ୍ତି। ସ୍ମାର୍ଟ ଫୋନରୁ ଡାଟା ଲିକ୍ ହେବା ଘଟଣା ସାଧାରଣ ହୋଇଗଲାଣି। କେବଳ ଏତିକି ନୁହେଁ ଆପଣଙ୍କ ଫୋନକୁ ଅତି ସହଜରେ ଟ୍ରାକ୍ ମଧ୍ୟ କରାଯାଇ ପାରୁଛି। ସ୍ମାର୍ଟଫୋନକୁ ନେଇ ଏମିତି ଅନେକ ସମସ୍ୟା। ଯଦି ଆପଣ ମଧ୍ୟ ଏପରି ସମସ୍ୟା ଭୋଗୁଛନ୍ତି ଓ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ନିଜ ଫୋନର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ଆମ ପାଖରେ […]

mobile

Rakesh Mallick
  • Published: Thursday, 17 August 2017
  • , Updated: 17 August 2017, 02:09 PM IST

ଆଣ୍ଡ୍ରଏଡ୍ ଫୋନରେ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତାରେ ରହନ୍ତି। ସ୍ମାର୍ଟ ଫୋନରୁ ଡାଟା ଲିକ୍ ହେବା ଘଟଣା ସାଧାରଣ ହୋଇଗଲାଣି। କେବଳ ଏତିକି ନୁହେଁ ଆପଣଙ୍କ ଫୋନକୁ ଅତି ସହଜରେ ଟ୍ରାକ୍ ମଧ୍ୟ କରାଯାଇ ପାରୁଛି। ସ୍ମାର୍ଟଫୋନକୁ ନେଇ ଏମିତି ଅନେକ ସମସ୍ୟା। ଯଦି ଆପଣ ମଧ୍ୟ ଏପରି ସମସ୍ୟା ଭୋଗୁଛନ୍ତି ଓ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ନିଜ ଫୋନର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ। ଆମ ପାଖରେ ଏକ ଏପରି ଟ୍ରିକ୍ ଅଛି ଯାହାଦ୍ୱାରା ଆପଣ ଜାଣିପାରିବେ ଆପଣଙ୍କ ଫୋନ୍ ଅନ୍ୟ କେହି ଟ୍ରାକ୍ କରୁଛନ୍ତି କି ନାହିଁ ।

କେମିତି ଜାଣିବେ

4ଟି USSD କୋଡ୍ ହିଁ ଏ ଦିଗରେ ଆପଣଙ୍କୁ ସାହାଯ୍ୟ କରିପାରିବ। ଏହାକୁ ବ୍ୟବହାର କରି ଜାଣିପାରିବେ ଯେ, ଆପଣଙ୍କ ଫୋନ ଟ୍ରାକ ହେଉଛି କି ନାହିଁ।

*#21#: ଆଣ୍ଡ୍ରଏଡ ଫୋନରେ ଏହି କୋଡ୍ ଡାଏଲ୍ କରି ଆପଣ ଜାଣିପାରିବେ ଯେ ଆପଣଙ୍କ କଲ୍, ମେସେଜ୍ କିମ୍ବା ଡାଟା ଅନ୍ୟ କେଉଁଠି ଡାଇଭର୍ଟ ହୋଇଛି କି ନାହିଁ। ଯଦି ଏପରି ହେଉଥାଏ ତେବେ ଏହି କୋଡ୍ ଡାଏଲ୍ କରିବା ମାତ୍ରେ ହିଁ ଆପଣଙ୍କ ଫୋନକୁ ସବୁ ଡାଟା ଆସିଯିବ ଏପରିକି କେଉଁ ନମ୍ବରକୁ ଡାଇଭର୍ଟ ହୋଇଛି ତାହା ମଧ୍ୟ ଜଣା ପଡିଯିବ।

*#62#: ଅନେକ ଥର ଆପଣଙ୍କ ଫୋନ୍ ନୋ ସର୍ଭିସ୍ କିମ୍ବା ନୋ ଆନ୍ସାର୍ କହୁଥିବ। ଏପରି କ୍ଷେତ୍ରରେ ଆପଣ ଏହି କୋଡ଼ଟିକୁ ଡାଏଲ୍ କଲେ ଆପଣ ଜାଣି ପାରିବେ ଆପଣଙ୍କ ଫୋନ୍ ଡାଇଭର୍ଟ ହୋଇଛି କି ନାହିଁ।

##002#: ଏହା ଏପରି ଏକ କୋଡ୍ ଯାହାଦ୍ୱାରା ଆପଣ କୌଣସି ବି ପ୍ରକାର ଫୋନର ସବୁ ଫରୱାର୍ଡିଂ ଡି-ଆକ୍ଟିଭେଟ୍ କରି ପାରିବେ ତେଣୁ ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଫୋନକୁ ଟ୍ରାକ୍ କରାଯାଉଛି ତେବେ ଆପଣ ଏହି ନମ୍ବରଟି ଡାଏଲ୍ କରିପାରିବେ

*#*#4636#*#*: ଏହି କୋଡ୍ ଦ୍ୱାରା ଆପଣ ଆପଣଙ୍କ ଫୋନର ସମସ୍ତ ସୂଚନା ପାଇପାରିବେ, ଯେପରିକି ଫୋନରେ କେଉଁ ବ୍ୟାଟେରୀ ପଡିଛି, ୱାଇଫାଇ କନେକ୍ସନ୍ ଟେଷ୍ଟ୍, ରାମ୍ ଏବଂ ଫୋନ ମଡେଲ ଇତ୍ୟାଦି ଜାଣି ପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବନି, ଏହା ସମ୍ପୂର୍ଣ୍ଣ ମାଗଣା

ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଫୋନକୁ କେହି ଟ୍ରାକ୍ କରିଛନ୍ତି ତେବେ ଏହି କୋଡଗୁଡିକୁ ଡାଏଲ କରି ଏହି ସମସ୍ୟାରୁ ମୁକ୍ତି ପାଆନ୍ତୁ।

Related story