ଦିନେ ପରେ କୋଟିଆରେ ଗଡ଼େ ରଥ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ୯ ବର୍ଷ ତଳେ ସେଦିନ ପ୍ରଥମ ଥର ପାଇଁ କୋଟିଆରେ ପତିତପାବନ ବାନା ଉଡ଼ାଇ ରାସ୍ତାରେ ଗଡ଼ି ଗଡ଼ି ଗଲା ଶ୍ରୀଜଗନ୍ନାଥଙ୍କ ରଥ। ଆଉ ଏହା ଯେଉଁ ପରିବେଶ ସୃଷ୍ଟି କରିଥିଲା, ତାହା ଅନେକଙ୍କ ପାଇଁ ଆଣି ଦେଇ ଥିଲା ଏକ ନୂଆ ଅନୁଭୂତି।  ଓଃ କି ଭକ୍ତି ଭାବରେ ରଥ ଟାଣୁ ଥିଲେ ଶହ ଶହ ଆଦିବାସୀ ଜନତା! ନଦେଖିଲା ଲୋକ ବିଶ୍ୱାସ କରିବେ ନାହିଁ। ଶ୍ରୀଜଗନ୍ନାଥଙ୍କ କନ୍ଧପୂଜକ ବେକରେ […]

carfestival1

carfestival1

Niharika Rout
  • Published: Thursday, 04 July 2019
  • Updated: 04 July 2019, 12:19 PM IST

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ୯ ବର୍ଷ ତଳେ ସେଦିନ ପ୍ରଥମ ଥର ପାଇଁ କୋଟିଆରେ ପତିତପାବନ ବାନା ଉଡ଼ାଇ ରାସ୍ତାରେ ଗଡ଼ି ଗଡ଼ି ଗଲା ଶ୍ରୀଜଗନ୍ନାଥଙ୍କ ରଥ। ଆଉ ଏହା ଯେଉଁ ପରିବେଶ ସୃଷ୍ଟି କରିଥିଲା, ତାହା ଅନେକଙ୍କ ପାଇଁ ଆଣି ଦେଇ ଥିଲା ଏକ ନୂଆ ଅନୁଭୂତି।  ଓଃ କି ଭକ୍ତି ଭାବରେ ରଥ ଟାଣୁ ଥିଲେ ଶହ ଶହ ଆଦିବାସୀ ଜନତା! ନଦେଖିଲା ଲୋକ ବିଶ୍ୱାସ କରିବେ ନାହିଁ। ଶ୍ରୀଜଗନ୍ନାଥଙ୍କ କନ୍ଧପୂଜକ ବେକରେ ମାଳ ପକାଇ ଠାକୁରଙ୍କ ପାଖରେ ରଥରେ ଠିଆହୋଇ ଭାବାପ୍ଳୁତ ନେତ୍ରରେ ଅନାଇଁ ରହିଥିଲେ ସଭିଁଙ୍କୁ।

ସେହିଦିନଠାରୁ ପ୍ରତି ବର୍ଷ ଏଠାରେ ରଥଯାତ୍ରା ପାଳିତ ହୋଇଆସୁଛି। ଚଳିତ ବର୍ଷ କୋଟିଆରେ ଅନୁଷ୍ଠିତ ହେବ ଦଶମ ରଥଯାତ୍ରା। ପ୍ରଥମ ବର୍ଷରୁ ହିଁ ଶ୍ରୀଗୁଣ୍ଡିଚା ପରଦିନ ଅର୍ଥାତ୍‌ ଆଷାଢ଼ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ଏଠାରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବା ପରମ୍ପରା ସୃଷ୍ଟି ହୋଇଛି। ଏହା ପଛରେ ବି ଏକ କାରଣ ରହିଛି। କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ତଥା ପଟ୍ଟାଙ୍ଗୀଠାରେ ଶ୍ରୀଗୁଣ୍ଡିଚା ଯାତ୍ରା ଦ୍ୱିତୀୟା ଦିନ ଅନୁଷ୍ଠିତ ହୁଏ। ଲୋକେ ସେଠାକୁ ଠାକୁରଙ୍କୁ ଦେଖିବାକୁ ଓ ରଥ ଟାଣିବାକୁ ଯାଆନ୍ତି। ତେଣୁ କୋଟିଆରେ ଯେମିତି ରଥ ଟଣା ଦିନ ସମସ୍ତେ ଏକାଠି ହୋଇପାରିବେ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି। ନିକଟସ୍ଥ ପଟ୍ଟାଙ୍ଗି, ସୁନାବେଡ଼ା, ଦାମନଯୋଡ଼ି ତଥା କୋରାପୁଟର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମଧ୍ୟ ଏହି ଯାତ୍ରାରେ ପ୍ରତିବର୍ଷ ଉପସ୍ଥିତ ରହନ୍ତି ।

templeପଟ୍ଟାଙ୍ଗୀ ତହସିଲଦାର ଏହି ଯାତ୍ରାର ଦାୟିତ୍ୱ ନେଇଥା’ନ୍ତି। ଶାବର ଶ୍ରୀକ୍ଷେତ୍ର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ମଧ୍ୟ ବହୁ ସହଯୋଗ କରିଥା’ନ୍ତି। ଏଠାରେ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣରେ କମିଟିର ଉଦ୍ୟମ ଅବିସ୍ମରଣୀୟ। ପରିଚାଳନା ସଂସ୍ଥାର ସଦସ୍ୟମାନେ କୋଟିଆ ଶ୍ରୀଗୁଣ୍ଡିଚା ଯାତ୍ରାରେ ପ୍ରତିବର୍ଷ ଯୋଗଦେବାର ପରମ୍ପରା ରହିଛି। ଖାଲି ସେତିକି ନୁହେଁ, ପ୍ରତିବର୍ଷ ଶାବର ଶ୍ରୀକ୍ଷେତ୍ରରୁ ଆବଶ୍ୟକୀୟ ଉପକରଣ ସହ ଜଣେ ପୂଜକ ଏଠାକୁ ଆସନ୍ତି।

କୋଟିଆରେ ପାହାଡ଼ ଉପରେ ଲମ୍ବିଥିବା ରାସ୍ତାରେ ମହାପ୍ରଭୁଙ୍କ ରଥ ଗଡ଼ିଗଡ଼ି ଚାଲେ। ପ୍ରାୟ ପ୍ରତିବର୍ଷ ରଥ ଟଣା ସମୟରେ ଏଠାରେ ବର୍ଷା ହୋଇଥାଏ। ବର୍ଷେ ବର୍ଷେ ପ୍ରବଳ ବର୍ଷା ହୋଇଥାଏ। ଏହାସତ୍ତ୍ୱେ ରଥଯାତ୍ରାକୁ ଉପଭୋଗ କରନ୍ତି ଅଗଣିତ ଭକ୍ତ। ହରି ବୋଲ, ଘଣ୍ଟି ଓ ମୃଦଙ୍ଗର ନାଦରେ ପ୍ରକମ୍ପିତ ହୋଇଯାଏ ପୂରା ପରିବେଶ। ଏହି ସମୟରେ ଅନୁଭବ ହୁଏ ସତେ ଯେମିତି ପ୍ରଭୁ ଚକାଡ଼ୋଳା ମୁରୁକି  ମରୁକି ହସୁଥା’ନ୍ତି ଓ ଭକ୍ତଙ୍କୁ ଅପାର କରୁଣା ଅଜାଡ଼ି ଦେଉଥା’ନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos