ଠାକୁରଙ୍କୁ ଗୁହାରି ନୁହେଁ ଗାଳି କରନ୍ତି ଭକ୍ତ: ମନ୍ଦିରରେ ଆୟୋଜନ ହୁଏ ସ୍ୱତନ୍ତ୍ର ପର୍ବ

ନିଜ ଆରାଧ୍ୟ ଦେବଦେବୀଙ୍କୁ ସନ୍ତୁଷ୍ଟ କରିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ମନସ୍କାମନା ପୂରଣ ପାଇଁ କେତେ ମାନସିକ ରଖିଥାନ୍ତି। ହେଲେ କେବେ ଶୁଣିଛନ୍ତି ଭଗବାନଙ୍କୁ ଗାଳି ଦେଇ ପୂଜାର୍ଚ୍ଚନା କରିବା ବିଷୟରେ। କର୍ଣ୍ଣାଟକର କୁଡେଗୁ ଜିଲ୍ଲା ଦେବରପୁରା ଅଞ୍ଚଳର ଥିଥିଆମଥି ଗାଁର କୋର୍ଗ ସମ୍ପ୍ରଦାୟର ଲୋକେ ନିଜ ଇଷ୍ଟଦେବକୁ ଗାଳି ଦେଇ ପୂଜା କରିଥାନ୍ତି। ଏହାକୁ ‘କୁଣ୍ଡେ ହାବ୍‌’ ବା ଭଗବାନ ‘ଆୟପ୍ପା’ଙ୍କୁ ଗାଳିଦେବା ପର୍ବ କୁହାଯାଇଥାଏ। ମେ’ ମାସ ଚତୁର୍ଥ ଗୁରୁବାର […]

kunda-habba

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 06:29 PM IST

ନିଜ ଆରାଧ୍ୟ ଦେବଦେବୀଙ୍କୁ ସନ୍ତୁଷ୍ଟ କରିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ମନସ୍କାମନା ପୂରଣ ପାଇଁ କେତେ ମାନସିକ ରଖିଥାନ୍ତି। ହେଲେ କେବେ ଶୁଣିଛନ୍ତି ଭଗବାନଙ୍କୁ ଗାଳି ଦେଇ ପୂଜାର୍ଚ୍ଚନା କରିବା ବିଷୟରେ। କର୍ଣ୍ଣାଟକର କୁଡେଗୁ ଜିଲ୍ଲା ଦେବରପୁରା ଅଞ୍ଚଳର ଥିଥିଆମଥି ଗାଁର କୋର୍ଗ ସମ୍ପ୍ରଦାୟର ଲୋକେ ନିଜ ଇଷ୍ଟଦେବକୁ ଗାଳି ଦେଇ ପୂଜା କରିଥାନ୍ତି। ଏହାକୁ ‘କୁଣ୍ଡେ ହାବ୍‌’ ବା ଭଗବାନ ‘ଆୟପ୍ପା’ଙ୍କୁ ଗାଳିଦେବା ପର୍ବ କୁହାଯାଇଥାଏ। ମେ’ ମାସ ଚତୁର୍ଥ ଗୁରୁବାର ଦିନ ଏହି ଉତ୍ସବର ଆୟୋଜନ ହୋଇଥାଏ।

ଲୋକକଥା: ଆୟପ୍ପାଙ୍କୁ ଏପରି ପୂଜା କରିବାର କିମ୍ବଦନ୍ତ୍ରୀ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦିନେ ଭଗବାନ ଆୟପ୍ପା ସ୍ଥାନୀୟ ଜନଜାତିର ଲୋକଙ୍କୁ ନେଇ ଘଞ୍ଚ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କର ମା’ ଭଦ୍ରକାଳୀଙ୍କ ସହ ଭେଟ ହୋଇଥିଲା ଓ ସେ ତାଙ୍କ ପ୍ରେମରେ ପଡି ଯାଇଥିଲେ। ସେମାନେ ଆଦିବାସୀ ଲୋକମାନଙ୍କୁ ଜଙ୍ଗଲରେ ଛାଡି ଚାଲି ଯାଇଥିଲେ। ବିଶ୍ୱାସଘାତକତାର ପ୍ରତିଶୋଧ ନେବାକୁ ଆଦିବାସୀ ଲୋକେ କୁଣ୍ଡେ ଗୀତ ଗାଇବା ସହ ଡ୍ରମ ଓ ଡବା ବଜାଇ ଭଗବାନଙ୍କୁ ଗାଳି ଦେଇଥିଲେ।

ଏହି ପର୍ବ ବେଳେ ଆଦିବାସୀ ଯୁବକମାନେ ମହିଳାଙ୍କ ପରି ଲୁଗା ପିନ୍ଧି ଲୋକଙ୍କୁ ଟଙ୍କା ମାଗିଥାନ୍ତି। ନିକଟବର୍ତ୍ତି ଅଞ୍ଚଳର ହୁନ୍‌ସୁର ଓ ପେରିଆପାଟନା ସମ୍ପ୍ରଦାୟର ଆଦିବାସୀମାନେ ମଧ୍ୟ ଏଥିରେ ସାମିଲ ହୋଇ ଆୟପ୍ପାଙ୍କ ମନ୍ଦିର ଚାରିପଟେ ନାଚିବା ସହ କୁଣ୍ଡେ ଗୀତ ଗାଇଥାନ୍ତି। ଏହି ନାଚଗୀତ ବେଳେ ସେମାନେ ଯେଉଁ ଟଙ୍କା ସଂଗ୍ରହ କରିଥାନ୍ତି ତାକୁ ମନ୍ଦିରକୁ ଦାନ କରିଥାନ୍ତି।

Related story