୫୦ ବର୍ଷରେ ଲୋପ ପାଇଯିବ ଅଧାରୁ ଅଧିକ ଭାରତୀୟ ଭାଷା !

ଏକାଧିକ ଭାଷା, ଏକାଧିକ ପରମ୍ପରାକୁ ନେଇ ଭାରତ ପରିପୁଷ୍ଟ। ଭିନ୍ନତା ମଧ୍ୟରେ ଏକତା ହେଉଛି ଏହାର ଶକ୍ତି। ଏଠାରେ ଗୋଟିଏ ଅଞ୍ଚଳର ଲୋକ ଗୋଟିଏ ଭାଷା କହୁଥିବା ବେଳେ ଅନ୍ୟ ଅଞ୍ଚଳରେ ଆଉ ଏକ ଭାଷା। ଏହାସତ୍ତ୍ୱେ ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନରେ କେବେ କିଛି ସମସ୍ୟା ହୋଇ ନଥାଏ। ଏହା ହିଁ ଭାରତୀୟ ଭାଷାର ମହତ୍ୱ। ହେଲେ ଭାରତୀୟ ଭାଷାକୁ ନେଇ ଆସିଥିବା ଏକ ସର୍ଭେ ରିପୋର୍ଟ ଯାହା କହୁଛି ଶୁଣିଲେ ଯେକେହିବି ବିଚଳିତ […]

language

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 10:14 PM IST

ଏକାଧିକ ଭାଷା, ଏକାଧିକ ପରମ୍ପରାକୁ ନେଇ ଭାରତ ପରିପୁଷ୍ଟ। ଭିନ୍ନତା ମଧ୍ୟରେ ଏକତା ହେଉଛି ଏହାର ଶକ୍ତି। ଏଠାରେ ଗୋଟିଏ ଅଞ୍ଚଳର ଲୋକ ଗୋଟିଏ ଭାଷା କହୁଥିବା ବେଳେ ଅନ୍ୟ ଅଞ୍ଚଳରେ ଆଉ ଏକ ଭାଷା। ଏହାସତ୍ତ୍ୱେ ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନରେ କେବେ କିଛି ସମସ୍ୟା ହୋଇ ନଥାଏ। ଏହା ହିଁ ଭାରତୀୟ ଭାଷାର ମହତ୍ୱ। ହେଲେ ଭାରତୀୟ ଭାଷାକୁ ନେଇ ଆସିଥିବା ଏକ ସର୍ଭେ ରିପୋର୍ଟ ଯାହା କହୁଛି ଶୁଣିଲେ ଯେକେହିବି ବିଚଳିତ ହୋଇଯିବେ। କାରଣ ରିପୋର୍ଟ କହୁଛି, ଆଗାମୀ ୫୦ ବର୍ଷ ମଧ୍ୟରେ ଅଧାରୁ ଅଧିକ ଭାରତୀୟ ଭାଷା ଲୋପ ପାଇଯିବ। ଏହାସହ ଲୋପ ପାଇଯିବ ଏହି ଭାଷା ସହ ଜଡିତ ସଂସ୍କୃତି ଓ ପରମ୍ପରା।

ପିପୁଲସ୍‌ ଲିଙ୍ଗୁଷ୍ଟିକ ସର୍ଭେ ଅଫ୍‌ ଇଣ୍ଡିଆ (ପିଏସ୍‌ଏଲ୍‌ଆଇ) ଏହି ସର୍ଭେ କରିଛି। ରିପୋର୍ଟରେ କୁହାଯାଇଛି, ବର୍ତ୍ତମାନ ଭାରତରେ ୭୮୦ ପ୍ରକାର ଭାଷାରେ ଲୋକେ କଥା ହେଉଛନ୍ତି। ଆଗାମୀ ୫୦ ବର୍ଷ ମଧ୍ୟରେ ଏଥିରୁ ପ୍ରାୟ ୪୦୦ ଭାଷା ଲୋପ ପାଇଯିବା ସ୍ଥିତିରେ ଥିବା ଆଶଙ୍କା କରାଯାଉଛି।

ଏହାସହ ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଗତ ୫ ଦଶକ ମଧ୍ୟରେ ଦେଶରୁ ୨୫୦ ଭାଷା ଲୋପ ପାଇସାରିଛି।

ବିଶେଷ କରି ଆଦିବାସୀ ଜନଜାତିର ଲୋକେ କହୁଥିବା ଭାଷା ଉପରେ ଏହାର ଅଧିକ ପ୍ରଭାବ ପଡୁଛି। ଆଦିବାସୀ ଜନଜାତିର ପିଲାମାନେ ସ୍କୁଲକୁ ଯିବା ପରେ ସେମାନଙ୍କୁ ମୁଖ୍ୟତଃ ଭାରତର ୨୨ଟି ଭାଷାରେ ପଢିବାକୁ ପଡୁଛି। ଏପରିସ୍ଥିତିରେ ସେମାନେ ନିଜ ଭାଷାଠାରୁ ଦୂରେଇ ଯାଉଛନ୍ତି। ଯାହା ସେମାନଙ୍କ ଭାଷା ଲୋପ ପାଇବାର ମୁଖ୍ୟ କାରଣ।

Related story