ସଫଳତାର ଚମତ୍କାର କାହାଣୀ: କୋଚିଂ କ୍ଲାସ୍ କରି ମାସକୁ ରୋଜଗାର କୋଟିଏ ଟଙ୍କା

କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। ଅନେକଥର ପ୍ରମାଣିତ ହୋଇଥିବା ଏ କଥାଟିକୁ ପୁଣିଥରେ ପ୍ରମାଣିତ କରିଛନ୍ତି, କେରଳର ଏକ ଛୋଟ ଗାଁର ଜଣେ ଅଜଣା ଯୁବକ। ସେ ହେଲେ ‘ବାୟଜୁ’ କମ୍ପାନୀର ପ୍ରତିଷ୍ଠାତା ‘ବାୟଜୁ ରବୀନ୍ଦ୍ରନ୍ ପର୍’। ସେ ନିଜର ବିଚକ୍ଷଣ ପ୍ରତିଭା ବଳରେ ଇଞ୍ଜିନିୟର ଚାକିରି ଛାଡ଼ି ଘରୋଇ କୋଚିଂ କ୍ଳାସ୍ ଦ୍ୱାରା ମାସକୁ କୋଟି କୋଟି ଟଙ୍କା ରୋଜଗାର କରି ଯୁବପିଢି ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କଥାଟି ଆଶ୍ଚର୍ଯ୍ୟ […]

engg

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 07:01 PM IST

କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। ଅନେକଥର ପ୍ରମାଣିତ ହୋଇଥିବା ଏ କଥାଟିକୁ ପୁଣିଥରେ ପ୍ରମାଣିତ କରିଛନ୍ତି, କେରଳର ଏକ ଛୋଟ ଗାଁର ଜଣେ ଅଜଣା ଯୁବକ। ସେ ହେଲେ ‘ବାୟଜୁ କମ୍ପାନୀର ପ୍ରତିଷ୍ଠାତା ‘ବାୟଜୁ ରବୀନ୍ଦ୍ରନ୍ ପର୍’। ସେ ନିଜର ବିଚକ୍ଷଣ ପ୍ରତିଭା ବଳରେ ଇଞ୍ଜିନିୟର ଚାକିରି ଛାଡ଼ି ଘରୋଇ କୋଚିଂ କ୍ଳାସ୍ ଦ୍ୱାରା ମାସକୁ କୋଟି କୋଟି ଟଙ୍କା ରୋଜଗାର କରି ଯୁବପିଢି ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ସତ। ଆସନ୍ତୁ ଜାଣିବା ତାଙ୍କ ସଫଳତାର କାହାଣୀ।

କେରଳର ଏକ ଛୋଟ ଗାଁ ଅଝିକୋଟରେ ଜନ୍ମ ବାୟଜୁ ରବୀନ୍ଦ୍ରନଙ୍କର। ପ୍ରାଥମିକ ଶିକ୍ଷା ଗାଁରେ ହିଁ ସେ ପଢ଼ିଥିଲେ। ତାଙ୍କ ବାପା ମାଆ ଉଭୟ ମାଲାୟାଲମ ମିଡିୟମ ସ୍କୁଲରେ ଶିକ୍ଷକତା କରୁଥିଲେ। ସେମିତି ଏକ ସ୍କୁଲରେ ପାଠ ପଢ଼ିଥିବା ରବୀନ୍ଦ୍ରନଙ୍କର କିନ୍ତୁ ଚିନ୍ତା ଓ ଦିଶା ଥିଲା ଖୁବ୍ ଲମ୍ବା। ଉଚ୍ଚଶିକ୍ଷା ପାଇଁ ସେ ଗଲେ କଲିକତା ବିଶ୍ୱବିଦ୍ୟାଳୟ। ସେଠି ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରି ହାସିଲ କରିବା ପରେ ସିପିଂ କମ୍ପାନୀରେ ଚାକିରି ଆରମ୍ଭ କରିଥିଲେ। ସେହି ସମୟରେ ସେ ଏମବିଏ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ତାଙ୍କର କିଛି ସାଙ୍ଗଙ୍କୁ ପଢାଇବାରେ ସାହାଯ୍ୟ କରୁଥିଲେ। ତାଙ୍କ ପାଠ ପଢାଇବା ଶୈଳୀ ଏତେ ଭଲ ଥିଲାଯେ, ସାଙ୍ଗମାନେ ତ କୃତକାର୍ଯ୍ୟ ହୋଇଥିଲେ, ଏହାପରେ ଆରମ୍ଭ ହୋଇଥିଲା ଏକ ନୂଆ ସମ୍ଭାବନା। ସାଙ୍ଗମାନେ ପ୍ରସ୍ତାବ ଦେଲେ, ତୁ ଅନ୍ୟ ପିଲାଙ୍କୁ ବି ପାଠ ପଢ଼ା।

ଉତ୍ସାହିତ ରବୀନ୍ଦ୍ରନ ମଧ୍ୟ କାମ ଆରମ୍ଭ କଲେ। ପ୍ରଥମେ 2 ଲକ୍ଷ ଟଙ୍କା ଖର୍ଚ୍ଚ କରି ସେ ଏକ କୋଚିଂ କ୍ଳାସ ଶୁଭାରମ୍ଭ କଲେ। ଧୀରେ ଧୀରେ ସେ ସଫଳ ହେଲେ ଓ ତାଙ୍କ ସୁନାମ ପ୍ରଚାରିତ ହେଲା। ଶିକ୍ଷା ବ୍ୟବସାୟ ମଧ୍ୟ ଭଲ ଚାଲିଲା। ଏହାପରେ ସେ ଅଧିକ ପିଲାଙ୍କୁ ପଢ଼ାଇବାକୁ 2011ରେ ନିଜର କୋଚିଂ କ୍ଲାସକୁ ଏକ ଛୋଟ କମ୍ପାନୀର ରୂପ ଦେଲେ। କିଛିଦିନ ଅନ୍ୟ କୋଚିଂ ସେଣ୍ଟରରେ ପାଠ ପଢ଼ାଉଥିଲେ । ତାକୁ ବନ୍ଦ କରି ସେ ନିଜ କମ୍ପାନୀରେ ଅତ୍ୟାଧୁନିକ ପଦ୍ଧତିରେ ଶିକ୍ଷାଦାନ ପାଇଁ ପ୍ରୟାସ ଆରମ୍ଭ କଲେ। ଭିଡିଓ କଲିଂ ମାଧ୍ୟମରେ ଏକସଙ୍ଗେ ବହୁତ ପିଲାଙ୍କୁ କୋଚିଂ ଦେବା ଆରମ୍ଭ କଲେ। ଏଥିରେ ସେ ସଫଳତା ପାଇଲେ।

2011ରେ ବାୟଜୁ କମ୍ପାନୀ ବିଧିବଦ୍ଧ ଆରମ୍ଭ ହେଲା ଓ ସେ CAT ପାଇଁ ପିଲା ମାନଙ୍କୁ ପଢାଇବା ସହ ଚତୁର୍ଥରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ଅନଲାଇନ୍ କୋଚିଂ ଦେବା ଆରମ୍ଭ କଲେ। ତାଙ୍କ ପାଠପଢ଼ା ଶୈଳୀକୁ ସମସ୍ତେ ପସନ୍ଦ କରୁଥିବାରୁ ଦିନକୁ ଦିନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲା।

2015ରେ ସେ BYJU’s ନାମରେ ଏକ ମୋବାଇଲ୍ ଆପ୍ ଲଞ୍ଚ କଲେ । ଆଜିକାଲି ଯୁବପିଢ଼ି ସ୍ମାର୍ଟଫୋନରେ ଅଭ୍ୟସ୍ତ ଥିବାରୁ, ରବୀନ୍ଦ୍ରନଙ୍କ ଆପ୍ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଲା। ଏହି ଆପରେ ସେ ଅନଲାଇନ୍ କଣ୍ଟେଣ୍ଟ ମଧ୍ୟ ଉପଲବ୍ଧ କରାଇଲେ। ତେଣୁ ପିଲାମାନେ ସିଧାସଳଖ ଷ୍ଟଡି ମ୍ୟାଟେରିଆଲ୍ ପାଇଲେ। ଏବେ 40 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ଆପ୍ ମାଧ୍ୟମରେ ଶିକ୍ଷାଲାଭ କଲେ। କିଛିଦିନ ମଧ୍ୟରେ 1.6 ଲକ୍ଷ ପେଡ୍ ସବସ୍କ୍ରଆଇବର ମଧ୍ୟ ହୋଇଗଲେ।

ରବୀନ୍ଦ୍ରନଙ୍କ ବ୍ୟବସାୟ ଓ ରୋଜଗାର କଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କୋଚିଂ କ୍ଳାସ୍ ଆରମ୍ଭ କରିବା ସମୟରେ ତାଙ୍କୁ ମାତ୍ର 2 ଲକ୍ଷ ଟଙ୍କା ମିଳିଥିଲା। କିନ୍ତୁ 2016 ବେଳକୁ ସେ ପାଲଟି ଗଲେ 120 କୋଟି ଟଙ୍କାର ମାଲିକ। 2011-12ରେ 4 କୋଟି, 2012-13ରେ 13 କୋଟି 2016-17ରେ 206 କୋଟି ଟଙ୍କା ଲାଭ କରିବାରେ ସଫଳ ହୋଇଥିଲେ।

Related story