ନୂଆଦିଲ୍ଲୀ: ଆଣ୍ଡ୍ରଏଡ ମୋବାଇଲରେ ଅନେକ ସେଟିଂ ରହିଛି ଯାହା ଆପଣଙ୍କୁ ସହଜରେ ମିଳେ ନାହିଁ । ଫଳରେ ମୋବାଇଲରେ ସୁବିଧା ଥାଇ ମଧ୍ୟ ଆମେ ତାହାର ଫାଇଦା ଉଠାଇ ପାରନ୍ତି ନାହିଁ । ଆସନ୍ତୁ ଜାଣିବା ସେହିଭଳି କିଛି ସେଟିଂ ବିଷୟରେ ଯାହାକୁ ଜାଣିଲେ ଆପଣଙ୍କ ମୋବାଇଲ ସୁରକ୍ଷିତ ରହିବା ସହିତ ଟିକେ ଆଡଭାନ୍ସ ମଧ୍ୟ ହୋଇଯିବ ।
ନୋଟିଫିକେସନକୁ ମ୍ୟାନେଜ କରନ୍ତୁ: ଅନେକ ସମୟରେ ମୋବାଇଲରେ ଥିବା ଆପ ଗୁଡ଼ିକରୁ ବାରମ୍ବାର ଆସୁଥିବା ନୋଟିଫିକେସନ ଗ୍ରାହକଙ୍କ ପାଇଁ ଖୁବ ବିରକ୍ତିକର ହୋଇଥାଏ । ଏଥିରୁ ମୁକ୍ତି ପାଇବାକୁ ହେଲେ ନୋଟିଫିକେସନ ବାରକୁ ଯାଆନ୍ତୁ – ସେଠାରେ କୌଣସି ଏକ ନୋଟିଫିକେସନ ଉପରେ ଟ୍ୟାପ୍ କରି ହୋଲ୍ଡ କରନ୍ତୁ – ସେଟିଂ ଆଇକନରେ ଟ୍ୟାପ୍ କରନ୍ତୁ – ପରେ ଆପଣ ଯେଉଁ ଆପର ନୋଟିଫିକେସନ ବନ୍ଦ କରିବାକୁ ଚାହୁଁଛନ୍ତି ସେଥିରେ କ୍ଲିକ୍ କରି ନୋଟିଫିକେସନ ଆଜଷ୍ଟ କିମ୍ବା ବନ୍ଦ କରନ୍ତୁ ।
ଟେକ୍ସଟ ପଢ଼ିବାର ସୁବିଧା: ଅନେକ ସମୟରେ ମୋବାଇଲରେ ଧୂସର ରଙ୍ଗର ଲେଖା ଭଲ ଭାବରେ ଦେଖାଯାଏ ନାହିଁ । ଏଥିପାଇଁ Settingsକୁ ଯାଇ Accessibility କୁ ଯାଆନ୍ତୁ – ପରେ Hight Contrast Textକୁ ଅନ୍ କରିଦିଅନ୍ତୁ ।
ସ୍ମାର୍ଟ ଲକ: ସିକ୍ୟୁରିଟି ଅପସନକୁ ଯାଇ ସ୍ମାର୍ଟ ଲକ ଅପସନକୁ ଯାଆନ୍ତୁ – ପରେ ହୋମ ଲୋକେସନକୁ ଟ୍ରଷ୍ଟେଡ୍ ଲୋକେସନରେ ଏଡ୍ କରିଦିଅନ୍ତୁ । ଏଥିରେ ଆପଣ ଚାହୁଁଥିବା ଆପକୁ ଆଡ୍ କରନ୍ତୁ । ଆପଣଙ୍କ ଫୋନ ସୁରକ୍ଷିତ ରହିବ ।