ଭାରତରେ ଧନୀ ଲୋକଙ୍କର ଅଭାବ ନାହିଁ। ଅଭିନେତାଙ୍କ ଠାରୁ ଆରମ୍ବ କରି ବ୍ୟବସାୟୀ ପର୍ଯ୍ୟନ୍ତ। ଅନେକ ବଡ ବଡ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ରହିଛି ଦାମୀ ଦାମୀ କାର। ଆସନ୍ତୁ ଜାଣିବା ଏପରି ଭାରତୀୟଙ୍କ ବିଷୟରେ ଯ।ହାଙ୍କ ପାଖରେ ରହିଛି ବିଶ୍ୱର ସବୁଠୁ ଦାମୀ କାର।
ଶାହାରୁଖ ଖାନ- ଶାହରୁଖ ଖାନଙ୍କ ପାଖରେ ରିହିଛି ଅନେକ ଦାମୀ କାର। ସେଗୁଡିକ ମଧ୍ୟରୁ ବୋଗାଟି ଭେରୋନ ଶାହରୁଖଙ୍କ ସବୁଠୁ ପ୍ରିୟ। ଯାହାର ମୂଲ୍ୟ ପାଖପାଖି 12 କୋଟି ଟଙ୍କା।
ଅମିର ଖାନ- ଅମିର ଖାନ ପାଖରେ ରହିଛି ମର୍ସିଟିଜ ବେଞ୍ଜ ଏସ-600। ଯାହାର ମୂଲ୍ୟ 10 କୋଟି ଟଙ୍କା।
ମୁକେଶ ଅମ୍ବାନୀ- ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପାଖରେ ରହିଛି ମୋବେକ୍-62। ଯାହାର ମୂଲ୍ୟ 5.40 କୋଟି ଟାଙ୍କା। ଅମ୍ବାନୀଙ୍କ ପାଖରେ ଏପରି ଅନେକ ଦାମୀ କାର ସହିତ ପ୍ରଇଭେଟ୍ ଜେଟ୍ ମଧ୍ୟ ରହିଛି।
ରତନ ଟାଟା- ଟାଟା କମ୍ପାନୀ ମୁଖ୍ୟ ରତନ ଟାଟାଙ୍କ ପାଖରେ ଅଛି ଫରାରି କାର୍ଲିଫନିଆ କାର । ଯାହାର ମୂଲ୍ୟ 3.45 କୋଟି ଟଙ୍କା।
ସଚିନ ତେନ୍ଦୁଲକର- ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଖରେ ରହିଛି BMW i8 କାର। ଯାହାର ମୂଲ୍ୟ 2.20 କୋଟି ଟଙ୍କା।