ଲଭ୍ କେ ଲିୟେ କୁଛ୍ ଭି କରେଗା...ରାଜଉଆସ ଛାଡ଼ିବେ ଜାପାନ୍ ରାଜକୁମାରୀ, ପଢନ୍ତୁ ସେହି ପ୍ରେମିକ କିଏ

ଟୋକିଓ-ପ୍ରେମ ଚିରନ୍ତନ, ଶାଶ୍ୱତ। ପ୍ରେମ ଅଟେ ନିସ୍ୱାର୍ଥ। ଏହା ସାଗର ପରି ଉଦାର।  ପ୍ରେମରେ ହୁଏ ଦୁଇ ଆତ୍ମାର ମିଳନ। ପ୍ରେମକୁ କଏଦ କରି ରଖି ହୁଏନାହିଁ। ପ୍ରେମକୁ ଅଟକାଇ ପାରେ ନାହିଁ  କୌଣସି ଜାତି, ଧର୍ମ ଓ ବର୍ଣ୍ଣର ଲକ୍ଷଣରେଖା । ଏହା ଦୁର୍ବଳ ମଣିଷ ମନରେ ଭରିଦିଏ ସାହାସ। ପ୍ରେମ ପାଇଁ ମଣିଷ ସବୁକିଛି ହରାଇବାକୁ ପଛାଏ ନାହିଁ। ଏଭଳି ଏକ ପ୍ରେମ କାହାଣୀ ଦେଖିବାକୁ ମିଳିଛି ଜାପାନରେ। ଜାପାନର ରାଜପରିବାରର ଗୌରବ ରାଜକୁମାରୀ […]

JAPAN PRINCESS IMAGE

Rakesh Mallick
  • Published: Thursday, 18 May 2017
  • , Updated: 18 May 2017, 05:54 PM IST

ଟୋକିଓ-ପ୍ରେମ ଚିରନ୍ତନ, ଶାଶ୍ୱତ। ପ୍ରେମ ଅଟେ ନିସ୍ୱାର୍ଥ। ଏହା ସାଗର ପରି ଉଦାର।  ପ୍ରେମରେ ହୁଏ ଦୁଇ ଆତ୍ମାର ମିଳନ। ପ୍ରେମକୁ କଏଦ କରି ରଖି ହୁଏନାହିଁ। ପ୍ରେମକୁ ଅଟକାଇ ପାରେ ନାହିଁ  କୌଣସି ଜାତି, ଧର୍ମ ଓ ବର୍ଣ୍ଣର ଲକ୍ଷଣରେଖା । ଏହା ଦୁର୍ବଳ ମଣିଷ ମନରେ ଭରିଦିଏ ସାହାସ। ପ୍ରେମ ପାଇଁ ମଣିଷ ସବୁକିଛି ହରାଇବାକୁ ପଛାଏ ନାହିଁ। ଏଭଳି ଏକ ପ୍ରେମ କାହାଣୀ ଦେଖିବାକୁ ମିଳିଛି ଜାପାନରେ। ଜାପାନର ରାଜପରିବାରର ଗୌରବ ରାଜକୁମାରୀ ‘ମାକୋ’ଏକ ସାଧାରଣ ଯୁବକଙ୍କୁ ବିବାହ କରିବା ପାଇଁ ରାଜପରିବାର ଛା଼ଡିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଦିଲ୍ ତୋ ପାଗଲ୍ ହୈ...

୨୫ ବର୍ଷୀୟା ରାଜକୁମାରୀ ମାକୋ। ଜାପାନର ରାଜା ଆକିହୀତୋଙ୍କ ନାତୁଣୀ। ମାକୋ ୨୫ ବର୍ଷୀୟ କେଈ କୋମୁରୋ ନାମକ ବ୍ୟକ୍ତିଙ୍କୁ ଭଲପାଆନ୍ତି। କେଈ ଲିଗାଲ ଫାର୍ମର ଜଣେ ସାଧାରଣ କର୍ମଚାରୀ। ୨୦୧୨ରେ ପ୍ରଥମ ଥର ପାଇଁ କେଈ ଟୋକିଓର ଖ୍ରୀଷ୍ଟିୟାନ ୟୁନିଭରସିଟିରେ ମାକୋଙ୍କୁ ଭେଟି ଥିଲେ।  କିଛିଦିନର ମିଳାମିଶା ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ। କିଛିଦିନ ପରେ ଦୁହେଁ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବିବାହ କରିବାର ରାସ୍ତା ଏମାନଙ୍କ ପାଇଁ ଏତେ ସହଜ ନ ଥିଲା।

ପ୍ୟାର୍ କିୟା ତୋ ଡରନା କ୍ୟା...

ଜାପାନର ରାଜତନ୍ତ୍ର ନିୟମ ଅନୁଯାୟୀ, ରାଜପରିବାରର କୌଣସି ସଦସ୍ୟ ଯଦି କୌଣସି ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିବେ ତେବେ ତାଙ୍କୁ ରାଜପରିବାର ଛାଡିବାକୁ ହେବ। ମାକୋ ହାର ମାନି ନ ଥିଲେ। ମାକୋଙ୍କ ପ୍ରେମ ଆଗରେ ତୁଚ୍ଛ ଥିଲା ରାଜଉଆସର ସୁଖ। ସେ ତାଙ୍କ ପ୍ରେମକୁ ସଫଳ କରିବା ପାଇଁ ରାଜଉଆସର ସୁଖ, ସୁବିଧା ଓ ଜାକଜମକକୁ ଛାଡିବାକୁ ମଧ୍ୟ ପଛାଇଲେ ନାହିଁ। ଶେଷରେ ରାଜକୁମାରୀ ନିଜ ପ୍ରେମକୁ ପାଇବାକୁ ରାଜଉଆସ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି।

 

Related story