ଆତଙ୍କବାଦୀଙ୍କ ଗୁଳି ନୁହେଁ, ପ୍ରେମ ନେଉଛି ଅଧିକ ଜୀବନ

ଭୁବନେଶ୍ୱର: ଆଜି ଏକ ମର୍ମଭେଦୀ ଖବର ଆସିଛି। କୋରାପୁଟରେ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିରେ ପ୍ରେମିକର ମୃତ୍ୟୁ ହୋଇଯାଇଥିବା ବେଳେ ପ୍ରେମିକା ବଞ୍ଚି ଯାଇଛି। ସେମାନଙ୍କର ଜାତି ଅଲଗା ହୋଇଥିବାରୁ ପରିବାର ଲୋକେ ସେମାନଙ୍କ ସଂପର୍କରେ ବାଧକ ସାଜିଲେ। ଦୁହେଁ ଫେରାର ହୋଇଯାଇଥିଲେ। କିନ୍ତୁ ଫେରିବା ପରେ ଝିଅ ଘର ଲୋକେ ସେମାନଙ୍କୁ ଖୁବ୍ ମାଡ଼ ମାରିଥିଲେ। ଅତ୍ୟାଚାର ଓ ଅପମାନ ସହି ନ ପାରି ସେମାନେ ଜୀବନ ହାରିବା ପାଇଁ […]

love

Rakesh Mallick
  • Published: Sunday, 02 April 2017
  • , Updated: 02 April 2017, 03:41 PM IST

ଭୁବନେଶ୍ୱର: ଆଜି ଏକ ମର୍ମଭେଦୀ ଖବର ଆସିଛି। କୋରାପୁଟରେ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିରେ ପ୍ରେମିକର ମୃତ୍ୟୁ ହୋଇଯାଇଥିବା ବେଳେ ପ୍ରେମିକା ବଞ୍ଚି ଯାଇଛି। ସେମାନଙ୍କର ଜାତି ଅଲଗା ହୋଇଥିବାରୁ ପରିବାର ଲୋକେ ସେମାନଙ୍କ ସଂପର୍କରେ ବାଧକ ସାଜିଲେ। ଦୁହେଁ ଫେରାର ହୋଇଯାଇଥିଲେ। କିନ୍ତୁ ଫେରିବା ପରେ ଝିଅ ଘର ଲୋକେ ସେମାନଙ୍କୁ ଖୁବ୍ ମାଡ଼ ମାରିଥିଲେ। ଅତ୍ୟାଚାର ଓ ଅପମାନ ସହି ନ ପାରି ସେମାନେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ପ୍ରେମରେ ଜୀବନ ଯିବାର ଏହା ଏକକ ଉଦାହରଣ ନୁହେଁ। ସରକାରୀ ତଥ୍ୟ ଅଧାରରେ ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ପ୍ରେମକୁ ନେଇ ଆମ ଦେଶରେ ଦୈନିକ ହାରାହାରି ୭ଟି ହତ୍ୟାକାଣ୍ଡ ଘଟୁଥିବା ବେଳେ ୧୪ ଜଣ ଆତ୍ମହତ୍ୟା କରୁଛନ୍ତି। ଦୈନିକ ପ୍ରାୟ ୪୭ ଜଣ ଏଥିପାଇଁ ଅପହରଣର ଶିକାର ହେଉଛନ୍ତି। ଏଭଳି ଘଟିବାର ମୁଖ୍ୟ କାରଣ ହେଉଛି ସେମାନଙ୍କ ପ୍ରେମକୁ ପରିବାର ଓ ସମ୍ପର୍କୀୟଙ୍କ ବିରୋଧ।

ଏହି ତଥ୍ୟ ଅନୁଯାୟୀ ୨୦୦୧ରୁ ୨୦୧୫ ମଧ୍ୟରେ ପ୍ରେମ ଜନିତ କାରଣରୁ ୩୮,୫୮୫ ଜଣଙ୍କୁ ହତ୍ୟା କରାଯାଇଛି। ୭୯,୧୮୯ ଆତ୍ମହତ୍ୟା କରିଛନ୍ତି। ୨.୬ ଲକ୍ଷ ଅପହରଣ ମାମଲା ରୁଜୁ ହୋଇଛି।

ଏହି ରିପୋର୍ଟ ମୁତାବକ ଆନ୍ଧ୍ରପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରଦେଶ ପ୍ରେମୀ ଯୁଗଳଙ୍କ ପାଇଁ ସୁରକ୍ଷିତ ନୁହେଁ। କାରଣ ଏହି ରାଜ୍ୟଗୁଡ଼ିକରେ ପ୍ରେମ ଜନିତ ହତ୍ୟାକାଣ୍ଡ ସଂଖ୍ୟା ଅଧିକ। ଏହି ସମୟ ମଧ୍ୟରେ ଏହି ରାଜ୍ୟଗୁଡ଼ିକରେ ପ୍ରାୟ ୩୦୦୦ ଲେଖାଏଁ ପ୍ରେମ ଜନିତ ହତ୍ୟାକାଣ୍ଡ ଘଟିଛି।

ପଶ୍ଚିମବଙ୍ଗରେ ପ୍ରେମ ଜନିତ ଆତ୍ମହତ୍ୟା ମାମଲା ସର୍ବାଧିକ ରହିଛି। ୨୦୧୨ର ତଥ୍ୟ ମିଳି ପାରି ନାହିଁ। ବାକି ୧୪ ବର୍ଷରେ ଏଠାରେ ପ୍ରେମ କାରଣକୁ ନେଇ ୧୫,୦୦୦ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି। ତା’ପଛକୁ ରହିଛି ତାମିଲନାଡୁ। ଏଠାରେ ୯,୪୦୫ ଜଣ ଆତ୍ମହତ୍ୟା କରିଛନ୍ତି।

ଏହି ୧୫ ବର୍ଷ ମଧ୍ୟରେ ଓଡ଼ିଶାରେ ପ୍ରେମ ଜନିତ କାରଣରୁ ୫୦୦୦ ଜଣ ଆତ୍ମହତ୍ୟା କରିଛନ୍ତି।

ଅନ୍ୟପକ୍ଷରେ ଏହି ୧୫ ବର୍ଷ ମଧ୍ୟରେ ଦେଶରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ତେଣୁ କୁହାଯାଉଛି ଦେଶରେ ଆତଙ୍କୀ ଆକ୍ରମଣରେ ଯେତିକି ଲୋକ ମରି ନାହାନ୍ତି, ତା’ଠାରୁ ୬ ଗୁଣା ଲୋକ ପ୍ରେମ ଜନିତ କାରଣରୁ ପ୍ରାଣ ହରାଇଛନ୍ତି।

Related story