ବେକାର ବ୍ୟକ୍ତିଙ୍କଠାରୁ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ଭୋଗନ୍ତି କମ ଦରମା ପାଉଥିବା ବ୍ୟକ୍ତି

ଆଜିକାଲି ବେକାରୀ ସମସ୍ୟା ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରାୟ ସବୁ ଦେଶରେ ଯୁବବର୍ଗ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଚାକିରି ଖଣ୍ଡେ ପାଇଁ କେତେ ଉପାୟ ଅବଲମ୍ବନ କରିଥାନ୍ତି। ବହୁତ ଲୋକ ଭାବନ୍ତି ବେକାର ବସିବା ଅପେକ୍ଷା ଯେକୌଣସି ଚାକିରି ଖଣ୍ଡେ ମିଳିଗଲେ କାମ ସରିଲା। ଚାକିରିର ମାନ ଓ ଦରମା ଆପଣଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ। ଯେକୌଣସି ଚାକିରି କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। […]

health

Rakesh Mallick
  • Published: Saturday, 12 August 2017
  • , Updated: 12 August 2017, 06:40 PM IST

ଆଜିକାଲି ବେକାରୀ ସମସ୍ୟା ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରାୟ ସବୁ ଦେଶରେ ଯୁବବର୍ଗ ଏହି ସମସ୍ୟା ଦେଇ ଗତି କରୁଛନ୍ତି। ଚାକିରି ଖଣ୍ଡେ ପାଇଁ କେତେ ଉପାୟ ଅବଲମ୍ବନ କରିଥାନ୍ତି। ବହୁତ ଲୋକ ଭାବନ୍ତି ବେକାର ବସିବା ଅପେକ୍ଷା ଯେକୌଣସି ଚାକିରି ଖଣ୍ଡେ ମିଳିଗଲେ କାମ ସରିଲା। ଚାକିରିର ମାନ ଓ ଦରମା ଆପଣଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ। ଯେକୌଣସି ଚାକିରି କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଏକ ସର୍ଭେରୁ ଏପରି କିଛି ତଥ୍ୟ ପଦାକୁ ଆସିଛି ଯାହା ଜାଣିଲେ ଆପଣ ବି ଚକିତ ହୋଇଯିବେ।

ବ୍ରିଟେନ୍‌ର ମଚେଷ୍ଟର ବିଶ୍ୱ ବିଦ୍ୟାଳୟ ବୈଜ୍ଞାନିକମାନେ କରିଥିବା ଏକ ସର୍ଭେରୁ ଜଣାପଡିଛି କମ ଦରମା ପାଉଥିବା ବ୍ୟକ୍ତି ବେକାର ବ୍ୟକ୍ତିଙ୍କ ତୁଳନାରେ ଅଧିକ ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡିଥାନ୍ତି।

୨୦୦୯ରୁ ୧୦୧୦ ପର୍ଯ୍ୟନ୍ତ ଚାକିରି କରିଥିବା ୩୫ରୁ ୭୫ ବର୍ଷର ୧୦୦୦ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ସେମାନେ ଚାକିରିଆ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଓ ହରମୋନ ଉପରେ ଦୀର୍ଘକାଳୀନ ଚାପ ଉପରେ ନଜର ରଖିଥିଲେ। ସର୍ଭେରୁ ମିଳିଥିବା ତଥ୍ୟ ଅନୁସାରେ ଖରାପ ପରିବେଶ ଓ କମ ଦରମାରେ କାମ କରୁଥିବା ବ୍ୟକ୍ତି ବେରୋଜଗାର ବ୍ୟକ୍ତିଙ୍କ ତୁଳନାରେ ଅଧିକ ଚାପରେ ରହୁଥିବା ଜଣାପଡିଥିଲା।

ଭଲ ଚାକିରି କରୁଥିବା ବ୍ୟକ୍ତିଙ୍କ ମାନସିକ ସ୍ଥିତି ବେରୋଜଗାର ବ୍ୟକ୍ତିଙ୍କଠାରୁ ଭଲ ରହିଥିଲା। ସେହିପରି କମ ଗୁଣବତ୍ତାରେ ଚାକିରି କରୁଥିବା ବ୍ୟକ୍ତିଙ୍କ ମାନସିକ ସ୍ଥିତି ବେରୋଜଗାର ବ୍ୟକ୍ତିଙ୍କ ସହ ପ୍ରାୟ ସମାନ ଥିଲା।

ତେଣୁ କୌଣସି ଚାକିରି କରିବା ପୂର୍ବରୁ ଆପଣ ଦରମାରେ ସନ୍ତୁଷ୍ଟ କରି ନୁହେଁ ତାହା ଆଗ ସ୍ଥିର କରନ୍ତୁ। ଯଦି ଦରମାକୁ ନେଇ ଆପଣ ସନ୍ତୁଷ୍ଟ ନାହାନ୍ତି ତେବେ ସବୁଦିନ ମାନସିକ ଅଶାନ୍ତିରେ ରହିବା ଅପେକ୍ଷା ଭଲ ଚାକିରି ଖଣ୍ଡେ ଖୋଜି ନିଅନ୍ତୁ। ସେହିପରି ଯେଉଁଠି କାମ କରୁଛନ୍ତି ସେଠାରେ ପରିବେଶ କେମିତି ତାହା ମଧ୍ୟ ଧ୍ୟାନ ଦିଅନ୍ତୁ। ଅଫିସର ପରିବେଶ ଖରାପ ଥିଲେ ନା କେବଳ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ତାହା ନୁହେଁ ଏହା ଆପଣଙ୍କୁ ବେମାର କରିଦେବାର ସମ୍ଭାବନା ରହିଛି।

Related story