ସହିଦ ପତ୍ନୀଙ୍କ ଦରଦଭରା ଚିଠି: ସେ ଅଧିକ ମନେପଡ଼ିଲେ ମୁଁ ତାଙ୍କ ୟୁନିଫର୍ମ ପିନ୍ଧିଦିଏ, ସେଥିରେ ତାଙ୍କ ବାସ୍ନା ରହିଛି

ଜଣେ ଯବାନ ସହିଦ ହେଲେ ସାରା ଦେଶ ତାଙ୍କ ପାଇଁ ଶୋକ ପ୍ରକାଶ କରେ। କାରଣ ନିଜ ଜୀବନକୁ ବିପନ୍ନ କରି ଯବାନ ଜଣକ ଦେଶ ଓ ଦେଶବାସୀଙ୍କୁ ସୁରକ୍ଷା ଦେଉଥିଲେ। କିନ୍ତୁ ଘଟଣାର କିଛିଦିନ ପରେ ଆମେ ଧୀରେ ଧୀରେ ତାଙ୍କୁ ଭୁଲିଯାଆନ୍ତି। ଭୁଲି ଯାଆନ୍ତି ତାଙ୍କ ପରିବାରକୁ, ଯେଉଁମାନେ ଦେଶର ସୁରକ୍ଷା ପାଇଁ ଦିନେ ନିଜ ପିଲାଟିକୁ ଉତ୍ସର୍ଗ କରିଦେଇଥିଲେ ଦେଶବାସୀଙ୍କ ଉଦ୍ଦେଶ୍ୟରେ। ସହିଦଙ୍କ ପରିବାର କିଭଳି ସଂଘର୍ଷ କରି ବଞ୍ଚୁଛନ୍ତି ଏକଥା ବୁଝିବା […]

Rakesh Mallick
  • Published: Tuesday, 12 September 2017
  • , Updated: 12 September 2017, 08:37 PM IST

ଜଣେ ଯବାନ ସହିଦ ହେଲେ ସାରା ଦେଶ ତାଙ୍କ ପାଇଁ ଶୋକ ପ୍ରକାଶ କରେ। କାରଣ ନିଜ ଜୀବନକୁ ବିପନ୍ନ କରି ଯବାନ ଜଣକ ଦେଶ ଓ ଦେଶବାସୀଙ୍କୁ ସୁରକ୍ଷା ଦେଉଥିଲେ। କିନ୍ତୁ ଘଟଣାର କିଛିଦିନ ପରେ ଆମେ ଧୀରେ ଧୀରେ ତାଙ୍କୁ ଭୁଲିଯାଆନ୍ତି। ଭୁଲି ଯାଆନ୍ତି ତାଙ୍କ ପରିବାରକୁ, ଯେଉଁମାନେ ଦେଶର ସୁରକ୍ଷା ପାଇଁ ଦିନେ ନିଜ ପିଲାଟିକୁ ଉତ୍ସର୍ଗ କରିଦେଇଥିଲେ ଦେଶବାସୀଙ୍କ ଉଦ୍ଦେଶ୍ୟରେ। ସହିଦଙ୍କ ପରିବାର କିଭଳି ସଂଘର୍ଷ କରି ବଞ୍ଚୁଛନ୍ତି ଏକଥା ବୁଝିବା ପାଇଁ କାହା ପାଖରେ ତର ନଥାଏ। ବେଳେବେଳେ ସେମାନଙ୍କ ସଂଘର୍ଷର କାହାଣୀ ଜାଣିଲେ ଆଖିକୁ ଲୁହ ଆସିଯିବ।

ନିକଟରେ ସହିଦ ମେଜର ଅକ୍ଷୟ ଗିରୀଶ କୁମାରଙ୍କ ପତ୍ନୀ ସଂଗୀତାଙ୍କର ଏକ ଦରଦଭରା ଲେଖା ଫେସବୁକରେ ଦେଖିବାକୁ ମିଳିଛି। ସେ ଲେଖିଛନ୍ତି- “ମୁଁ ମୋ ସ୍ୱାମୀଙ୍କ ୟୁନିଫର୍ମ ପାଇଛି ଓ ତାଙ୍କର ସମସ୍ତ ସ୍ମୃତି ପାଇଛି, ଯାହା ଆମେ ବହୁଦିନ ତଳୁ ଟ୍ରଙ୍କରେ ସାଇତି ରଖିଥିଲୁ। ଏସବୁ ଦେଖିଲେ ମୋ ଆଖିକୁ ଲୁହ ଆସିଯାଏ ଲୁହ ଅଟକାଇବାକୁ ଅନେକ ଚେଷ୍ଟା କରେ କିନ୍ତୁ ପାରେନା ଯେତେବେଳେ ତାଙ୍କ କଥା ବେଶୀ ମନେପଡ଼େ, ସେତେବେଳେ ମୁଁ ତାଙ୍କ ୟୁନିଫର୍ମକୁ ନିଜେ ପିନ୍ଧେ କାରଣ ଆଜିବି ଏଥିରେ ତାଙ୍କ ବାସ୍ନା ଭରି ରହିଛି ୟୁନିଫର୍ମ ପିନ୍ଧିଲେ ମୁଁ ତାଙ୍କୁ ହିଁ  ଅନୁଭବ କରେ

କେବଳ ଏତିକି ନୁହେଁ, ସ୍ୱାମୀ ଯିବା ପରେ ତାଙ୍କ ପରିବାର ସହ ଘଟିଥିବା କିଛି ଲୋମହର୍ଷକ ଘଟଣାର ବର୍ଣ୍ଣନା କରିଛନ୍ତି। ଲେଖିଛନ୍ତି... ‘ସେଦିନ ସକାଳ ୫.୩୦ରେ ବନ୍ଧୁକ ଶବ୍ଦ ଶୁଣାଗଲା। ଆର୍ମି ମେସରେ ସମସ୍ତେ ଶୋଇଥାନ୍ତି। ଅକ୍ଷୟଙ୍କର ଜଣେ କନିଷ୍ଠ ସହକର୍ମୀ ଆସି, ଆତଙ୍କବାଦୀ ଆକ୍ରମଣ କରିଛନ୍ତି ବୋଲି ଖବର ଦେଲେ। ସଙ୍ଗେ ସଙ୍ଗେ ଅକ୍ଷୟ ଯୁଦ୍ଧ କ୍ଷେତ୍ରକୁ ବାହାରି ଗଲେ। ଗଲାବେଳେ କହିଗଲେ, ଏସବୁ ଘଟଣା ଲେଖି ରଖିବାକୁ। ସନ୍ଧ୍ୟା ୬.୧୨ରେ ତାଙ୍କ କମାଣ୍ଡିଂ ଅଫିସର ଓ କେତେଜଣ ସହକର୍ମୀ ଆସି ଖବର ଦେଲେ, ‘ମାମ୍ ଅକ୍ଷୟ ଆଉ ଏ ଦୁନିଆରେ ନାହାଁନ୍ତି।‘ ଖବର ଶୁଣି ଛୋଟ ପିଲାଟିଏ ପରି ମୁଁ ତଟସ୍ଥ ହୋଇଗଲି।

ଶେଷ ସମୟରେ ତାଙ୍କ ସହ ଟିକିଏ ଭଲରେ କଥା ହୋଇପାରିଲି ନାହିଁ। ସେ ଗଲାବେଳେ ତାଙ୍କୁ ଟିକେ ୱିସ୍ କରିପାରିଲି ନାହିଁ। ଏ ସବୁ ଭାବି ମୁଁ ସ୍ଥାଣୁ ପାଲଟି ଯାଉଥିଲି। ହଠାତ ମୋ ପାଦ ତଳୁ ମାଟି ଖସିଗଲା। ସେହି ସମୟରେ ଝିଅ ନୈନାକୁ କ’ଣ କହିବି କିଛି ବୁଝିପାରୁ ନଥିଲି। ଖାଲି ଏତିକି କହି ତାକୁ ଶାନ୍ତ୍ୱନା ଦେଇଥିଲି- ‘ନୈନା ତୋ ବାପା ଏବେ ଆକାଶର ତାରା ହୋଇ ଯାଇଛନ୍ତି। ଏବେ ସେ ନାହାଁନ୍ତି, ନୈନା ଭଳି ମୁଁ ମୋ ନିଜକୁ ବୁଝେଇ ଦେଇଛି। ତାଙ୍କରି ସ୍ମୃତି ନେଇ ଆଜିବି ବଞ୍ଚିଛି। ମୋତେ ଲାଗେ ତାଙ୍କର ଏହି ଫଟୋ ଭିତରୁ ସେ ଯେମିତି କଥା କହୁଛନ୍ତି। ଲୁହ ଭିତରେ ହସିବାକୁ ପଡ଼ୁଛି। କାରଣ, ଅକ୍ଷୟ ଚାହୁଁଥିଲେ ଯେ, ଆମେ ସମସ୍ତେ ଖୁସିରେ ରହୁ। ସେ ସବୁବେଳେ କହୁଥିଲେ, ଯଦି ତୁମେ ତୁମ ହୃଦୟକୁ ଅନୁଭନ ନ କରିପାରିଲ ତେବେ ତୁମେ କାହାକୁ ଭଲ ପାଇପାରିବ ନାହିଁ।’

Related story