ଏ ଗାଁର କୌଣସି ଜିନିଷ ଛୁଇଁଲେ ଦେବାକୁ ହୁଏ ଜରିମାନା

ଆପଣ କୌଣସି ଗ୍ରାମକୁ ବୁଲିବାକୁ ଗଲେ ସେଠାରେ ଥିବା ଦର୍ଶନୀୟ ସ୍ଥାନକୁ ପାଖରୁ ଦେଖିବାକୁ ଇଚ୍ଛା କରିଥାନ୍ତି। ଏହାସହ ଏକାଧିକ ଜିନିଷ ଓ ସ୍ଥାନ ରହିଥାଏ ଯାହାକୁ ଛୁଇଁ କିଛି ନୂଆ ଅନୁଭୂତି ସାଉଁଟିବାକୁ ଚାହିଁଥାନ୍ତି। ମାତ୍ର ହିମାଚଳ ପ୍ରଦେଶର ଏପରି ଏକ ଗାଁ ଅଛି ଯେଉଁଠି ଆପଣ ନିଜ ଇଚ୍ଛା ଅନୁସାରେ ବୁଲି ପାରିବେ ସତ ହେଲେ କୌଣସି ଜିନିଷକୁ ଛୁଇଁ ପାରିବେ ନାହିଁ। ଯଦି ଭୁଲରେ ଆପଣ କୌଣସି ଜିନିଷକୁ ଛୁଇଁ ଦେବେ ତେବେ […]

malana

Rakesh Mallick
  • Published: Thursday, 06 April 2017
  • , Updated: 06 April 2017, 09:54 AM IST

ଆପଣ କୌଣସି ଗ୍ରାମକୁ ବୁଲିବାକୁ ଗଲେ ସେଠାରେ ଥିବା ଦର୍ଶନୀୟ ସ୍ଥାନକୁ ପାଖରୁ ଦେଖିବାକୁ ଇଚ୍ଛା କରିଥାନ୍ତି। ଏହାସହ ଏକାଧିକ ଜିନିଷ ଓ ସ୍ଥାନ ରହିଥାଏ ଯାହାକୁ ଛୁଇଁ କିଛି ନୂଆ ଅନୁଭୂତି ସାଉଁଟିବାକୁ ଚାହିଁଥାନ୍ତି। ମାତ୍ର ହିମାଚଳ ପ୍ରଦେଶର ଏପରି ଏକ ଗାଁ ଅଛି ଯେଉଁଠି ଆପଣ ନିଜ ଇଚ୍ଛା ଅନୁସାରେ ବୁଲି ପାରିବେ ସତ ହେଲେ କୌଣସି ଜିନିଷକୁ ଛୁଇଁ ପାରିବେ ନାହିଁ। ଯଦି ଭୁଲରେ ଆପଣ କୌଣସି ଜିନିଷକୁ ଛୁଇଁ ଦେବେ ତେବେ ଆପଣଙ୍କୁ ଜରିମାନା ବାବଦକୁ ୧୦୦୦ ଟଙ୍କା ଦେବାକୁ ପଡିବ। ଆଜ୍ଞା ହଁ ଆମେ ହିମାଚଳ ପ୍ରଦେଶର କୁଲ୍ଲୁରେ ଥିବା ‘ମଲାଣା’ ଗାଁ କଥା କହୁଛୁ।

ମଲାଣା ଗାଁର ଆଉ ଏକ ବିଶେଷତ୍ୱ ହେଉଛି ଏଠାରେ ଆକବରଙ୍କୁ ପୂଜା କରାଯାଇଥାଏ। ଏପରି ବିଚିତ୍ର ପରମ୍ପରା କାରଣରୁ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଏଠାରେ ଆପଣ କୌଣସି ଦୋକାନରୁ କିଛି ଜିନିଷ କିଣିଲେ ଦୋକାନୀ ହାତକୁ ସିଧାସଳଖ ଟଙ୍କା ଦେଇପାରିବେ ନାହିଁ। ଆପଣଙ୍କୁ କାଉଣ୍ଟରରେ ଟଙ୍କା ଥୋଇବାକୁ ପଡିବ। ସେହିପରି ଦୋକାନୀ ଆପଣଙ୍କ ହାତକୁ ଜିନିଷ ଦେବା ବଦଳରେ କାଉଣ୍ଟରରେ ଥୋଇ ଦେବେ।

ସୂଚନାଯୋଗ୍ୟ, ହଜାର ହଜାର ବର୍ଷ ପୁରୁଣା ବିଶ୍ୱର ପ୍ରଥମ ଲୋକତନ୍ତ୍ର ବ୍ୟବସ୍ଥା ଆଜି ବି ଏହି ଗାଁରେ ପ୍ରଚଳିତ ଅଛି। ଏହି ଗାଁର ମୂଳ ବାସିନ୍ଦା ନିଜକୁ ସିକନ୍ଦରଙ୍କ ବଂଶଜ ବୋଲି କହିଥାନ୍ତି। ଏଠାରେ ଲୋକମାନେ କହୁଥିବା ଭାଷାରେ କିଛି ଗ୍ରୀକ୍‌ ଶଦ୍ଦ ମଧ୍ୟ ରହିଛି। ଏଥିପାଇଁ ଏଠାରେ ରୀତରିୱାଜ ମଧ୍ୟ ଅଲଗା।

ଏଠାରେ ବିଭିନ୍ନ ସ୍ଥାନରେ ବୋର୍ଡ ମରାଯାଇଛି। ଯେଉଁଥିରେ ଉଲ୍ଲେଖ ରହିଛି ଗାଁର କିଛି ନିଜିଷକୁ ଛୁଇଁବା ମନା। ଯଦି ଛୁଇଁବେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ।

Related story