ବୁଲିବାକୁ ଚାକିରି ଛାଡ଼ିଲେ, କିନ୍ତୁ ବୁଲୁବୁଲୁ ବନିଗଲେ କୋଟିପତି

ସମସ୍ତଙ୍କର କିଛି ନା ସ୍ୱପ୍ନ ଥାଏ। ସମସ୍ତେ ନିଜ ସ୍ୱପ୍ନକୁ ନେଇ ବଞ୍ଚିବାକୁ ଚାହିଁଥାନ୍ତି। ଏଭଳି କିଛି ସ୍ୱପ୍ନ ଥିଲା ପଶ୍ଚିମ ଆଇରଲ୍ୟାଣ୍ଡରେ ରହୁଥିବା  ୩୩ ବର୍ଷର ଯୁବକ ଜର୍ନୀ ବାର୍ଡଙ୍କର। ତାଙ୍କର ସ୍ୱପ୍ନ ଥିଲା ଯେ ସାରା ବିଶ୍ୱ ପରିଭମ୍ରଣ କରିବେ। କିନ୍ତୁ ସାରା ବିଶ୍ୱ ଭମ୍ରଣ ପାଇଁ ଅର୍ଥର ଆବଶ୍ୟକ । ଜର୍ନୀଙ୍କ ପରିବାର ଥିଲା ମଧ୍ୟବିତ୍ତ। ତାଙ୍କର ବାପା ନ ଥିଲେ। ମାଆ ହିଁ ପରିବାରର ଭରଣପୋଷଣ କରୁଥିଲେ। ଜର୍ନୀ ଯେତେବେଳେ ବିଶ୍ୱ […]

johny-1

Rakesh Mallick
  • Published: Monday, 17 July 2017
  • , Updated: 17 July 2017, 03:17 PM IST

ସମସ୍ତଙ୍କର କିଛି ନା ସ୍ୱପ୍ନ ଥାଏ। ସମସ୍ତେ ନିଜ ସ୍ୱପ୍ନକୁ ନେଇ ବଞ୍ଚିବାକୁ ଚାହିଁଥାନ୍ତି। ଏଭଳି କିଛି ସ୍ୱପ୍ନ ଥିଲା ପଶ୍ଚିମ ଆଇରଲ୍ୟାଣ୍ଡରେ ରହୁଥିବା  ୩୩ ବର୍ଷର ଯୁବକ ଜର୍ନୀ ବାର୍ଡଙ୍କର। ତାଙ୍କର ସ୍ୱପ୍ନ ଥିଲା ଯେ ସାରା ବିଶ୍ୱ ପରିଭମ୍ରଣ କରିବେ। କିନ୍ତୁ ସାରା ବିଶ୍ୱ ଭମ୍ରଣ ପାଇଁ ଅର୍ଥର ଆବଶ୍ୟକ । ଜର୍ନୀଙ୍କ ପରିବାର ଥିଲା ମଧ୍ୟବିତ୍ତ। ତାଙ୍କର ବାପା ନ ଥିଲେ। ମାଆ ହିଁ ପରିବାରର ଭରଣପୋଷଣ କରୁଥିଲେ। ଜର୍ନୀ ଯେତେବେଳେ ବିଶ୍ୱ ଭମ୍ରଣ କଥା ମାଆଙ୍କୁ କହିଲେ, ସେତେବେଳେ ସେ ଜାଣିଥିଲେ ଯେ, ମାଆ ଏଥିରେ ରାଜିହେବେ। ସେଇଆ ମଧ୍ୟ ହେଲା। କିନ୍ତୁ ପୁଅର ଇଚ୍ଛା ପୂରଣ କରିବାକୁ ତାଙ୍କ ପକ୍ଷେ ସମ୍ଭବ ନଥିଲା।

୨୦୦୬ରେ ସ୍ନାତକ ପାସ ପରେ ଅନାଥ ପିଲାଙ୍କ କ୍ୟାମ୍ପରେ କାଉନସିଲର ଭାବେ ଚାକିରିଟିଏ ପାଇଥିଲେ ଜର୍ନୀ । ସେହି ସମୟରେ ଥାଇଲ୍ୟାଣ୍ଡରେ ପର୍ଯ୍ୟଟନ ଋତୁ ଥିଲା, ତେଣୁ ଟୁରୁଷ୍ଟମାନଙ୍କ ମେଳା ଲାଗିଥିଲା। ସେଥିରେ ଜର୍ନୀଙ୍କୁ ଇଂରାଜୀ ପଢ଼ାଇବାକୁ ଦାୟିତ୍ୱ ଦିଆଯାଇଥିଲା। ଏଭଳି କିଛି ଦିନ ଇଂରାଜୀ ଶିକ୍ଷା ଭିତରେ ତାଙ୍କ ମନରେ ଏକ ଇଚ୍ଛା ଜାଗ୍ରତ ହୋଇଥିଲା। ବଡ଼ ଅଫିସର ହେବେ ବୋଲି ଭାବିଲେ।  ପରେ ସେ ମେଡିକାଲ ରିସର୍ଚ୍ଚରେ ଭାଗ ନେଲେ । ସେଠାରୁ ସେ ୩ ହଜାର ଡଲାର ରୋଜଗାର କଲେ।

ରୋଜଗାର କରିଥିବା ଅର୍ଥରେ ସାରା ବିଶ୍ୱ ଭମ୍ରଣ ଆରମ୍ଭ କରିବା ସମ୍ଭବ ଥିଲା। ଏହି ଘଟଣାକୁ ୧୦ ବର୍ଷ ବିତିଗଲାଣି। ଜର୍ନୀ ୧୯୭ଟିରୁ ଅଧିକ ଦେଶ ଭମ୍ରଣ କରି ସାରିଛନ୍ତି। ଦେଶ ଭ୍ରମଣରେ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିପାଇଁ ଥରେ ଗିରଫ ହୋଇଥିଲେ। ଦେହ ଖରାପ ହେବାରୁ ୨୦ଟି ଦେଶରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଥରେ ଦୁଇଥିର ତାଙ୍କୁ ଆତଙ୍କବାଦୀଙ୍କ ସାମ୍ନା କରିବାକୁ ପଡ଼ିଥିଲା। କିଛି ଜାଗାରେ ଅଫିସରଙ୍କୁ ଲାଞ୍ଚ ଦେବାକୁ ପଡ଼ିଥିଲା।

ବିଶ୍ୱ ଭମ୍ରଣ କରୁକରୁ ହଠାତ୍ ଜର୍ନୀ ଚିନ୍ତା କଲେ ପର୍ଯ୍ୟଟନକୁ ନେଇ ବ୍ଲଗ୍ ଲେଖିବେ। ଯେହେତୁ ସେ ଦୁନିଆ ସାରା ବୁଲୁଛନ୍ତି, ତେଣୁ ତାଙ୍କର ଅନେକ ପ୍ରକାର ଅନୁଭୂତି ଥିଲା। ଯାହାକୁ ସେ ନିଜ ବ୍ଲଗ୍‌ରେ ଲେଖିବାକୁ ଠିକ୍ କଲେ। ତାଙ୍କ ବ୍ଲଗ୍‌ର ନାଁ ହେଲା- ୱାନ୍‌ ଷ୍ଟେପ୍ 4 ୱାର୍ଲ୍ଡ । ଜର୍ନୀଙ୍କ ଏହି ବ୍ଲଗ୍, ପର୍ଯ୍ୟଟନରେ ଋଚି ରଖୁଥିବା ଲୋକଙ୍କ ପାଖରେ ଖୁବ୍ ଲୋକପ୍ରିୟ। ବ୍ଲଗ୍‌ ମାଧ୍ୟମରେ ସେ ଅନେକ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ବ୍ଲଗ୍‌ରେ ବିଜ୍ଞାପନ ଦେବାକୁ ବିଜ୍ଞାପନଦାତାଙ୍କ ଭିଡ଼ ଜମୁଛି। ତେଣୁ ଦିନେ ଟଙ୍କା ରୋଜଗାର ପାଇଁ ଚାକିରି କରୁଥିବା ଜର୍ନୀ ନିଜ ସଉକ ପାଇଁ ପାଲଟି ଯାଇଛନ୍ତି କୋଟିପତି। ଏବେ ସେ ରୋଜଗାର କରୁଛନ୍ତି ମାସକୁ ୧.୫୦ ଲକ୍ଷ ଡଲାର।

Related story