ଚାକିରି ପାଇଁ ପୁରୁଷ ସାଜେ ମହିଳା: ଷୋହଳ ଶୃଙ୍ଗାର ହୋଇ ଦେବୀଙ୍କୁ କରେ ପୂଜାର୍ଚ୍ଚନା

ଦେଶରେ ଏପରି କିଛି ମନ୍ଦିର ରହିଛି ନିଜର ଗୋଟିଏ ସ୍ୱତନ୍ତ୍ର ପରମ୍ପରା ରହିଥାଏ। ଲୋକେ ମଧ୍ୟ ସେହି ପରମ୍ପରାକୁ ମାନି ଚଳିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଆପଣ କେରଳର କୋଲମ ଜିଲ୍ଲାର ଥିବା ଦେବୀମା’ଙ୍କ ମନ୍ଦିରର ପରମ୍ପରା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଶ୍ରୀଦେବୀ ମାଆଙ୍କ ଦର୍ଶନ କରିବା ପାଇଁ ପୁରୁଷଙ୍କୁ ମହିଳାଙ୍କ ପରି ଷୋହଳ ଶୃଙ୍ଗାର ହେବାକୁ ପଡ଼ିଥାଏ। ନ ହେଲେ ପୁରୁଷଙ୍କୁ ଏହି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳି ନଥାଏ। ବିଶ୍ୱାସ ରହିଛି […]

kerala

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 05:53 PM IST

ଦେଶରେ ଏପରି କିଛି ମନ୍ଦିର ରହିଛି ନିଜର ଗୋଟିଏ ସ୍ୱତନ୍ତ୍ର ପରମ୍ପରା ରହିଥାଏ। ଲୋକେ ମଧ୍ୟ ସେହି ପରମ୍ପରାକୁ ମାନି ଚଳିବାକୁ ବାଧ୍ୟ ହୋଇଥାନ୍ତି। କିନ୍ତୁ ଆପଣ କେରଳର କୋଲମ ଜିଲ୍ଲାର ଥିବା ଦେବୀମା’ଙ୍କ ମନ୍ଦିରର ପରମ୍ପରା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଶ୍ରୀଦେବୀ ମାଆଙ୍କ ଦର୍ଶନ କରିବା ପାଇଁ ପୁରୁଷଙ୍କୁ ମହିଳାଙ୍କ ପରି ଷୋହଳ ଶୃଙ୍ଗାର ହେବାକୁ ପଡ଼ିଥାଏ। ନ ହେଲେ ପୁରୁଷଙ୍କୁ ଏହି ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳି ନଥାଏ।

ବିଶ୍ୱାସ ରହିଛି ପୁରୁଷମାନେ ଏପରି କଲେ ସେମାନଙ୍କୁ ଶୀଘ୍ର ଚାକିରି ମିଳିଥାଏ। ପ୍ରତିବର୍ଷ ଦେଶ ଓ ବିଦେଶରୁ ଲୋକେ ଦେବୀ ମାଆଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି। ପୁରୁଷମାନେ ମହିଳାଙ୍କ ପରି ବେଶ ହୋଇ ମାଆଙ୍କୁ ଦର୍ଶନ କରିଥାନ୍ତି। ପ୍ରତିବର୍ଷ ମାର୍ଚ୍ଚ ମାସରେ ଏଠାରେ ଉତ୍ସବ ମନାଯାଇଥାଏ।

ଏହି ମନ୍ଦିରର ମାନ୍ୟତା ରହିଛି ଯେ, ବହୁ ବର୍ଷ ପର୍ବରୁ ମହିଳା ମହିଳାମାନେ ଏକ ପଥରକୁ ପୂଜା କରିଆସୁଥିଲେ। କିଛିଦିନ ପରେ ମାଆଙ୍କ ମୂର୍ତ୍ତି ଏଠାରେ ଆପେ ଆପେ ପ୍ରକଟ ହୋଇଥିଲା। ସେହିଦିନଠାରୁ ଲୋକେ ଏହି ଦେବୀ ମାଆଙ୍କୁ ପୂଜା କରିଆସୁଛନ୍ତି।

Related story