ପତ୍ରଖିଆ ମଣିଷ; ଭୋକ ମେଣ୍ଟାଉ ମେଣ୍ଟାଉ ପାଲଟିଗଲା ଅଭ୍ୟାସ

ଇସ୍‌ଲାମ୍‌ବାଦ: ପ୍ରତି ମଣିଷର କିଛି ନା କିଛି ଅଭ୍ୟାସ ରହିଥାଏ। ଅନେକଙ୍କ ଅଭ୍ୟାସ ଭାରି ଅଜବ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାକିସ୍ତାନର  ପଞ୍ଚାବ ପ୍ରଦେଶର ଗୁଜରାଂବାଳାରେ ରହୁଥିବା ୫୦ ବର୍ଷୀୟ ମହମୁଦ ଅହମଦ। ସେ ଗଛର ପତ୍ର ଖାଇବାକୁ ଭଲ ପାଆନ୍ତି। ପୁଣି ଦିନେ ଅଧେ ନୁହେଁ, ପ୍ରତିଦିନ ସେ ପତ୍ର ଖାଆନ୍ତି। ୨୫ ବର୍ଷ ହେଲାଣି ସେ ପତ୍ର ଖାଉଛନ୍ତି। ମହମୁଦ ଘୋଡ଼ାଗାଡ଼ି ଚଲାନ୍ତି।  ପୂର୍ବରୁ ତାଙ୍କ ପରିବାରର ଆର୍ଥିକ ସମ୍ୱଳ ଭଲ ନ […]

man-eating-leaves

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 09:40 AM IST

ଇସ୍‌ଲାମ୍‌ବାଦ: ପ୍ରତି ମଣିଷର କିଛି ନା କିଛି ଅଭ୍ୟାସ ରହିଥାଏ। ଅନେକଙ୍କ ଅଭ୍ୟାସ ଭାରି ଅଜବ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାକିସ୍ତାନର  ପଞ୍ଚାବ ପ୍ରଦେଶର ଗୁଜରାଂବାଳାରେ ରହୁଥିବା ୫୦ ବର୍ଷୀୟ ମହମୁଦ ଅହମଦ। ସେ ଗଛର ପତ୍ର ଖାଇବାକୁ ଭଲ ପାଆନ୍ତି। ପୁଣି ଦିନେ ଅଧେ ନୁହେଁ, ପ୍ରତିଦିନ ସେ ପତ୍ର ଖାଆନ୍ତି। ୨୫ ବର୍ଷ ହେଲାଣି ସେ ପତ୍ର ଖାଉଛନ୍ତି।

ମହମୁଦ ଘୋଡ଼ାଗାଡ଼ି ଚଲାନ୍ତି।  ପୂର୍ବରୁ ତାଙ୍କ ପରିବାରର ଆର୍ଥିକ ସମ୍ୱଳ ଭଲ ନ ଥିଲା। ତେଣୁ ଯେତେବେଳେ ଭୋକ ଲାଗୁ ଥିଲା ସେ ଗଛରୁ ପତ୍ର ତୋଳି ଖାଉଥିଲେ। ଏହାଦ୍ୱାରା ତାଙ୍କ ଭୋକ ମେଣ୍ଟି ଯାଉଥିଲା ଓ ନିଜ ଗନ୍ତବ୍ୟସ୍ଥଳକୁ ଅତିଶୀଘ୍ର ପହଞ୍ଚି ଯାଉଥିଲେ। କିନ୍ତୁ ଧୀରେ ଧୀରେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା।  ସେ ଏବେ ଦୈନିକ ୬୦୦ ପାକିସ୍ତାନୀ ମୁଦ୍ରା ଉପାର୍ଜନ କରୁଛନ୍ତି। କିନ୍ତୁ ପତ୍ର ଖାଇବା ଛାଡ଼ି ନାହାନ୍ତି। ଏତେ ବର୍ଷ ଧରି ପତ୍ର ଖାଉଥିଲେ ବି ତାଙ୍କ ଶରୀର ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡ଼ୁ ନାହିଁ। ସେଥିପାଇଁ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

Related story