ଶ୍ରମିକଙ୍କ କଟି ଯାଇଥିବା ହାତ ପାପୁଲିକୁ ଗୋଡ଼ରେ ଯୋଡ଼ିଦେଲେ ଡାକ୍ତର !

ଦୁର୍ଘଟଣା ହେଉ କି ଅନ୍ୟକିଛି କାରଣ, ଯଦି ଶରୀରର କୌଣସି ଅଂଶ କଟିଯାଏ, ଡାକ୍ତର ସର୍ଜରୀ କରି ଏହାକୁ ସାଙ୍ଗେ ସାଙ୍ଗେ ଲଗାଇ ଦେଇଥାନ୍ତି। କଟି ଯାଇଥିବା ଅଂଶଟି ନଷ୍ଟ ହେବା ପୂର୍ବରୁ ଏପରି କରାଯାଇଥାଏ। କେବେ ଶୁଣିଛନ୍ତି, କଟି ଯାଇଥିବା ହାତ ପାପୁଲିକୁ ଗୋଡ଼ରେ ଲଗାଇବା କଥା। ହେଲେ ଏ କଥାଟା ସମ୍ପୂର୍ଣ୍ଣ ସତ। ଚୀନ୍‌ରେ ଘଟିଛି ଏପରି ଏକ ଘଟଣା। ଜଣେ ଶ୍ରମିକଙ୍କ କଟା ପାପୁଲିକୁ ଡାକ୍ତର ଗୋଡ଼ରେ ଲଗାଇ ଦେଇଛନ୍ତି। କିନ୍ତୁ ଭୁଲ୍‌ରେ […]

hand-leg

Rakesh Mallick
  • Published: Thursday, 03 August 2017
  • , Updated: 04 August 2017, 04:53 PM IST

ଦୁର୍ଘଟଣା ହେଉ କି ଅନ୍ୟକିଛି କାରଣ, ଯଦି ଶରୀରର କୌଣସି ଅଂଶ କଟିଯାଏ, ଡାକ୍ତର ସର୍ଜରୀ କରି ଏହାକୁ ସାଙ୍ଗେ ସାଙ୍ଗେ ଲଗାଇ ଦେଇଥାନ୍ତି। କଟି ଯାଇଥିବା ଅଂଶଟି ନଷ୍ଟ ହେବା ପୂର୍ବରୁ ଏପରି କରାଯାଇଥାଏ। କେବେ ଶୁଣିଛନ୍ତି, କଟି ଯାଇଥିବା ହାତ ପାପୁଲିକୁ ଗୋଡ଼ରେ ଲଗାଇବା କଥା। ହେଲେ ଏ କଥାଟା ସମ୍ପୂର୍ଣ୍ଣ ସତ। ଚୀନ୍‌ରେ ଘଟିଛି ଏପରି ଏକ ଘଟଣା। ଜଣେ ଶ୍ରମିକଙ୍କ କଟା ପାପୁଲିକୁ ଡାକ୍ତର ଗୋଡ଼ରେ ଲଗାଇ ଦେଇଛନ୍ତି। କିନ୍ତୁ ଭୁଲ୍‌ରେ ନୁହେଁ, ଠିକ୍‌ରେ। କାରଣ କଣ ଜାଣିଛନ୍ତି?

ଖବର ଅନୁସାରେ, କମ୍ପାନୀରେ କାମ କରୁଥିବେ ବେଳେ ଜଣେ ଶ୍ରମିକଙ୍କ ହାତ ପାପୁଲି କଟି ଯାଇଥିଲା। ହେଲେ ହାତଟି ଏତେ କ୍ଷତିଗ୍ରସ୍ତ ହୋଇଥିଲା ଯେ, ସାଙ୍ଗେ ସାଙ୍ଗେ ପାପୁଲିକୁ ଯୋଡ଼ିବା ସମ୍ଭବ ନ ଥିଲା। ଏପରି ସ୍ଥିତିରେ ଚିକିତ୍ସା କରୁଥିବା ଡାକ୍ତର ଟିମ୍‌ ଏକ ଅଜବ ନିଷ୍ପତ୍ତି ନେଇଥିଲେ। ସେମାନେ ଅପରେସନ କରି କଟି ଯାଇଥିବା ପାପୁଲିକୁ ଶ୍ରମିକଙ୍କ ଗୋଡ଼ରେ ଯୋଡ଼ି ଦେଇଥିଲେ। (ଫଟୋ ଦେଖନ୍ତୁ)

ଡାକ୍ତରଙ୍କ କହିବା ଅନୁସାରେ, ପାପୁଲିଟିକୁ ଗୋଡ଼ରେ ଲଗାଇ ଦିଆଯିବା ଦ୍ୱାରା ସେଥିରେ ରକ୍ତ ସଂଚାଳନ ଠିକ୍‌ରେ ହେବା ସହ ପାପୁଲିର ଟିସୁ ଗୁଡିକ ଜୀବନ୍ତ ରହିବ। ସଙ୍ଗେ ସଙ୍ଗେ ଏ ନିଷ୍ପତ୍ତି ନିଆଯାଇ ନଥିଲେ ପାପୁଲିଟି ଖରାପ ହୋଇଯାଇଥାନ୍ତା। ପରେ ଏହାକୁ ଆଉ ଶ୍ରମିକଙ୍କ ହାତରେ ରୋପଣ କରିବା ସମ୍ଭବ ହୋଇ ନଥାନ୍ତା।

ଶ୍ରମିକଙ୍କ ଗୋଡ଼ରେ ତାଙ୍କ ପାପୁଲି ପ୍ରାୟ ଏକମାସ ରହିବା ପରେ ଆଉଏକ ଅପରେସନ ଜରିଆରେ ଏହାକୁ କଢ଼ା ଯାଇ ପୁଣି ହାତରେ ଲଗାଇ ଦିଆଯାଇଥିଲା। ଏବେ ଶ୍ରମିକ ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ପୂର୍ବ ପରି କାମ କରି ପାରୁଛନ୍ତି। ଏହାକୁ ଚିକିତ୍ସା ବିଜ୍ଞାନର ଚମତ୍କାରିତା ତ ନିଶ୍ଚିତ କୁହାଯିବ, ତା ସହ ଡାକ୍ତରମାନଙ୍କ ତୁରନ୍ତ ବୁଦ୍ଧିକୁ ପ୍ରଶଂସା ବି କରିବାକୁ ପଡ଼ିବ।

Related story