ଅଫିସ୍ ଯିବାକୁ ଆମେ ସାଧାରଣତଃ ବସ୍, ଅଟୋ କିମ୍ୱା ବାଇକ୍ ବ୍ୟବହାର କରିଥାଉ। କେବେ ଶୁଣିଛନ୍ତି ବିମାନରେ ପ୍ରତିଦିନ ଅଫିସ୍ ଯିବ। ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ଲସ୍ଆଞ୍ଜେଲରେ ଏମିତି ଜଣେ ବ୍ୟକ୍ତି ରହୁଛନ୍ତି ଯିଏ ସପ୍ତାହକୁ ୫ ଦିନ ଅଫିସ୍ ଯାଇଥାନ୍ତି ବିମାନରେ। ଏହି ବ୍ୟକ୍ତି ଜଣଙ୍କ ହେଲେ କର୍ଟ ୱୋନ ବଡିନ୍ସକି। ପେସାରେ କର୍ଟ ଜଣେ ମେକାନିକାଲ ଇଂଜିନିୟର। ଏକ ଟେକ୍ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ।
କର୍ଟଙ୍କ ଅଫିସ୍ ସୋନ୍ଫ୍ରାନ୍ସିସ୍କୋରେ। ପ୍ରତିଦିନ ଅଫିସ୍ ଯିବା ଆସିବାକୁ ତାଙ୍କୁ ୬ ଘଣ୍ଟା ସମୟ ଲାଗିଥାଏ। ଏକ ସିଙ୍ଗିଲ ଇଞ୍ଜିନ ଟର୍ବୋପ୍ରୋପ୍ ସେ ଭଡାରେ ନେଇଛନ୍ତି। ଏଥିପାଇଁ ତାଙ୍କୁ ମାସକୁ ଦେଢ ଲକ୍ଷ ଟଙ୍କା ଭଡା ଦେବାକୁ ପଡିଥାଏ। ଏହି ଅର୍ଥ ବଦଳରେ ସେ ବିମାନରେ ଅନ୍ଲିମିଟେଡ ଯାତ୍ରା କରିପାରୁଛନ୍ତି।
ଘରୁ ବାହାରି ସେ କାରରେ ବିମାନ ବନ୍ଦରକୁ ଯାଇଥାନ୍ତି। ସେଠାରେ ତାଙ୍କୁ କୌଣସି ଚେକ୍ଅପ୍ର ସମ୍ମୁଖୀନ ହେବାକୁ ପଡି ନ ଥାଏ। କାରରୁ ଓହ୍ଲାଇବା ପରେ ସେ ସିଧାସଳଖ ବିମାନକୁ ଯାଇଥାନ୍ତି। ବିମାନରେ ବସି ବସି ସେ ଅଫଇସ୍ କାମ ମଧ୍ୟ କରିଥାନ୍ତି।
ସକାଳ ସାଢେ ୫ଟାରେ ସେ ବିମାନରେ ବସି ଅଫିସ୍ ବାହାରନ୍ତି। ସାଢେ ୮ଟାରେ ସେ ଅଫିସ୍ରେ ପହଞ୍ଚିଥାନ୍ତି। ଅଫିସ୍ କାମ ସରିବା ପରେ ୫ଟାରେ ବିମାନରେ ବସ୍ ଫେରିଥାନ୍ତି। ଘରେ ପହଞ୍ଚିବା ବେଳକୁ ରାତି ୯ଟା ବାଜିଯାଇଥାଏ।