୧୨ଟି ଦେଶକୁ ପଛରେ ପକାଇ ସାଜିଲେ ଦୌଡରାଣୀ:ହେଲେ ପାଦରେ କଣ ପିନ୍ଧିଥିଲେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମେକ୍ସିକୋ: ଟାୟାର ରବରରେ ତିଆରି ଏକ ଚପଲ ପିନ୍ଧି 50 କିମି ଦୌଡ ପ୍ରତିଯୋଗିତାରେ ଜିତିଥିବା କଥା ଆପଣ କେବେ ଶୁଣିଛନ୍ତି କି? ଆଶ୍ଟର୍ଯ୍ୟ ହେଉଥିବେ ନିଶ୍ଚୟ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏଭଳି ଚମତ୍କାର କରି ଦେଖାଇଛନ୍ତି ମେକ୍ସିକୋର ତାରାହୁମାରା ଜନଜାତିର ଜଣେ ଯୁବତୀ ମାରିଆ। ମେକ୍ସିକୋରେ ଆୟୋଜିତ ଏକ ମହିଳା ଦୌଡ଼ ପ୍ରତିଯୋଗିତାରେ 12ଟି ଦେଶର 500 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମାରିଆ ଏହି ପ୍ରିତିଯୋଗିତା ଜିତିଛନ୍ତି। 50 କିଲୋମିଟରର ଏହି […]

mariya

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 09:47 PM IST

ମେକ୍ସିକୋ: ଟାୟାର ରବରରେ ତିଆରି ଏକ ଚପଲ ପିନ୍ଧି 50 କିମି ଦୌଡ ପ୍ରତିଯୋଗିତାରେ ଜିତିଥିବା କଥା ଆପଣ କେବେ ଶୁଣିଛନ୍ତି କି? ଆଶ୍ଟର୍ଯ୍ୟ ହେଉଥିବେ ନିଶ୍ଚୟ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏଭଳି ଚମତ୍କାର କରି ଦେଖାଇଛନ୍ତି ମେକ୍ସିକୋର ତାରାହୁମାରା ଜନଜାତିର ଜଣେ ଯୁବତୀ ମାରିଆ।

ମେକ୍ସିକୋରେ ଆୟୋଜିତ ଏକ ମହିଳା ଦୌଡ଼ ପ୍ରତିଯୋଗିତାରେ 12ଟି ଦେଶର 500 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମାରିଆ ଏହି ପ୍ରିତିଯୋଗିତା ଜିତିଛନ୍ତି। 50 କିଲୋମିଟରର ଏହି ରେସ୍ ଜିତିବାକୁ ମାରିଆଙ୍କୁ 7 ଘଣ୍ଟା 3 ମିନିଟ ସମୟ ଲାଗିଥିଲା। ଏଥିପାଇଁ ତାଙ୍କୁ କୌଣସି ପୂର୍ବ ପ୍ରସ୍ତୁତି କରିବାକୁ ପଡିନଥିଲା କି ଆବଶ୍ୟକ ହେଉଥିବା ଜୋତା ମଧ୍ୟ ପିନ୍ଧିନଥିଲେ। ଟାୟାର ରବରରେ ତିଆରି ଏକ ଚପଲ ପିନ୍ଧି ସେ ଏହି ପ୍ରତିଯୋଗିତା ଜିତିଛନ୍ତି। ଏଥିପାଇଁ ତାଙ୍କୁ 320 ଡଲାର ବା  ଭାରତୀୟ ମୁଦ୍ରାରେ 20 ହଜାର ଟଙ୍କା ପୁରସ୍କାର ରାଶି ଦିଆଯାଇଛି।

ମେକ୍ସିକୋରେ ବସବାସ କରୁଥିବା ତାରାହୁମାରା ଜନଜାତିର ଝିଅ ହେଉଛିନ୍ତି ମାରିଆ। ପ୍ରତିଦିନ ଜଙ୍ଗଲରେ ଛେଳି ମେଣ୍ଢା ଭଳି ଗୃହ ପାଳିତ ପଶୁ ଚରାନ୍ତି। ଏଥିପାଇଁ ତାଙ୍କୁ  ପ୍ରିତିଦିନ 10ରୁ 15 କିଲୋମିଟର ଚାଲିବାକୁ ପଡେ। ଏହି ଅଭ୍ୟାସ ଯେ ଦିନେ ତାଙ୍କୁ ସଫଳତା ଆଣିଦେବ ତାହା ତାଙ୍କୁ ଜଣା ନଥିଲା । ଉଦ୍ୟମ ଓ ପରିଶ୍ରମ ମଣିଷକୁ ସଫଳତା ଆଣିଦିଏ ଏହା ସତ। କିନ୍ତୁ ବେଳେବେଳେ ଅଭ୍ୟାସ ଯେ ମଣିଷକୁ ସଫଳତା ଆଣି ଦିଏ ତାହା ମାରିଆଙ୍କ କାହାଣୀରୁ ସ୍ପଷ୍ଟ ଅନୁମାନ କରି ହେଉଛି।

Related story