ବର ଆସେନି ରାତିରେ: ସଂଧ୍ୟା ପୂର୍ବରୁ ଘର ଛାଡେ କନ୍ୟା

ବିବାହ ଉତ୍ସବ ଏମିତି ଏକ ରୀତି ଯାହା ଜଣେ ବ୍ୟକ୍ତିର ପ୍ରତିଷ୍ଠାକୁ ପ୍ରତିଫଳିତ କରିଥାଏ। ଏଥିପାଇଁ ଏହାକୁ ଲୋକେ ବହୁ ଆଡମ୍ବର ସହକାରେ ମନାଇଥାନ୍ତି। ଖର୍ଚ୍ଚକୁ ନେଇ କେବେ ଚିନ୍ତା କରିନଥାନ୍ତି। ବିଶେଷ କରି ବିବାହ ରାତିରେ ହେଉଥିଲେ ଲାଇଟ୍‌ ଡେକୋରେସନ୍‌ କେମିତି ଦମଦାର ହେବ ସେଥିପାଇଁ ସମସ୍ତେ ଖାସ୍‌ ଧ୍ୟାନ ଦେଇଥାନ୍ତି। ହେଲେ ଉତ୍ତରପ୍ରଦେଶରେ ଏପରି ଏକ ଗାଁ ଅଛି ଯେଉଁଠି ଲାଇଟ୍‌ ଡେକୋରେସନକୁ ଅନାବଶ୍ୟକ ଖର୍ଚ୍ଚ ବୋଲି ଗ୍ରାମବାସୀ ମାନିଥାନ୍ତି। ଏ ହେଉଛି ଗାଜିଆବାଗ୍‌ […]

Marriage

Marriage

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 07:23 PM IST

ବିବାହ ଉତ୍ସବ ଏମିତି ଏକ ରୀତି ଯାହା ଜଣେ ବ୍ୟକ୍ତିର ପ୍ରତିଷ୍ଠାକୁ ପ୍ରତିଫଳିତ କରିଥାଏ। ଏଥିପାଇଁ ଏହାକୁ ଲୋକେ ବହୁ ଆଡମ୍ବର ସହକାରେ ମନାଇଥାନ୍ତି। ଖର୍ଚ୍ଚକୁ ନେଇ କେବେ ଚିନ୍ତା କରିନଥାନ୍ତି। ବିଶେଷ କରି ବିବାହ ରାତିରେ ହେଉଥିଲେ ଲାଇଟ୍‌ ଡେକୋରେସନ୍‌ କେମିତି ଦମଦାର ହେବ ସେଥିପାଇଁ ସମସ୍ତେ ଖାସ୍‌ ଧ୍ୟାନ ଦେଇଥାନ୍ତି। ହେଲେ ଉତ୍ତରପ୍ରଦେଶରେ ଏପରି ଏକ ଗାଁ ଅଛି ଯେଉଁଠି ଲାଇଟ୍‌ ଡେକୋରେସନକୁ ଅନାବଶ୍ୟକ ଖର୍ଚ୍ଚ ବୋଲି ଗ୍ରାମବାସୀ ମାନିଥାନ୍ତି। ଏ ହେଉଛି ଗାଜିଆବାଗ୍‌ ଜିଲ୍ଲା ଅଟୌର ଗାଁର କଥା। ଏଥିପାଇଁ ଏହି ଗାଁରେ ରାତିରେ ବିବାହକୁ ବ୍ୟାନ୍‌ କରାଯାଇଛି।

ଦୀର୍ଘ ୨୦ ବର୍ଷ ହେଲା ଏହି ଗାଁରେ ରାତିରେ ବିବାହ ଉତ୍ସବ କରାଯାଉନାହିଁ।

୨୦ବର୍ଷ ପୂର୍ବେ ଏଠାରେ ମଧ୍ୟ ରାତିରେ ବିବାହ ହେଉଥିଲା। ଗାଁରେ ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ବିବାହ ସମୟରେ ଜେନେରେଟ୍‌ର ଉପରେ ନିର୍ଭର କରିବାକୁ ପଡୁଥିଲା। ଏହାସହ ଜେନେରେଟରରୁ ବାହାରୁ ଥିବା ଧୂଆଁ ଓ ଶଦ୍ଦ ଯୋଗୁଁ ଗ୍ରାମବାସୀ ହଇରାଣ ହେଉଥିଲେ। ସେତେବେଳେ ଗାଁ ଲୋକେ ଏକାଠି ହୋଇ ନିଷ୍ପତ୍ତି ନେଇଥିଲେ ରାତିରେ ବିବାହ ନ କରାଇବାକୁ। ସେବେଠାରୁ ଗ୍ରାମବାସୀ ଏହାକୁ ମାନି ଆସୁଛନ୍ତି।

ଏଠାରେ ବିବାହ ସମୟରେ ବର ଦିନ ୧୦ଟା ସୁଦ୍ଧା ଆସିଥାଏ। ସନ୍ଧ୍ୟା ହେବା ପୂର୍ବରୁ ବିବାହ କାର୍ଯ୍ୟ ଶେଷ ହୋଇ ବରକନ୍ୟାଙ୍କୁ ବିଦାୟ ଦିଆଯାଇଥାଏ। ଦିନରେ ବିବାହ ହେବା ଦ୍ୱାରା କେବଳ ଖର୍ଚ୍ଚ କମ ହୋଇଥାଏ ତାହା ନୁହେଁ। ମଦୁଆ ବରଯାତ୍ରୀଙ୍କ ଦୌରାତ୍ମ୍ୟ ମଧ୍ୟ କମ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos