ମୋଦି ଭାଙ୍ଗିଦେଲେ ବାହାଘର!

ନୂଆଦିଲ୍ଲୀ: ଦିନ ଥିଲା ରାଜନୈତିକ ଚର୍ଚ୍ଚା ପୁରୁଖା ବା ବୟସ୍କଙ୍କ ମଧ୍ୟରେ ସୀମିତ ଥିଲା। ସେ ସମୟରେ ରାଜନୀତି ପ୍ରତି ଏତେଟା ରୁଚି ରଖୁ ନ ଥିଲେ ଯୁବପିଢି । ହେଲେ ଯୁଗ ବଦଳିଛି। ଭାରତକୁ ଏବେ  ବିଶ୍ୱର କନିଷ୍ଟଙ୍କ ଦେଶ କୁହାଯାଉଛି। କାରଣ ଏବେ ଯୁବପୀଢିଙ୍କ ସଂଖ୍ୟା ଅଧିକ ରହିଛି।  ସେହି ଅନୁଯାୟୀ ଯୁବପୀଢିଙ୍କ ରୁଚି ଅରୁଚିରେ ପରିବର୍ତ୍ତନ ଆସିଛି। ଯେଉଁ ରାଜନୀତି କଥା ଶୁଣିଲେ ଆଗରୁ ପୁଅ ଝିଅମାନେ ଘୃଣା ନଜରରେ ଦେଖୁଥିଲେ ଏବେ […]

wedding

Rakesh Mallick
  • Published: Wednesday, 12 July 2017
  • , Updated: 12 July 2017, 06:48 PM IST

ନୂଆଦିଲ୍ଲୀ: ଦିନ ଥିଲା ରାଜନୈତିକ ଚର୍ଚ୍ଚା ପୁରୁଖା ବା ବୟସ୍କଙ୍କ ମଧ୍ୟରେ ସୀମିତ ଥିଲା। ସେ ସମୟରେ ରାଜନୀତି ପ୍ରତି ଏତେଟା ରୁଚି ରଖୁ ନ ଥିଲେ ଯୁବପିଢି । ହେଲେ ଯୁଗ ବଦଳିଛି। ଭାରତକୁ ଏବେ  ବିଶ୍ୱର କନିଷ୍ଟଙ୍କ ଦେଶ କୁହାଯାଉଛି। କାରଣ ଏବେ ଯୁବପୀଢିଙ୍କ ସଂଖ୍ୟା ଅଧିକ ରହିଛି।  ସେହି ଅନୁଯାୟୀ ଯୁବପୀଢିଙ୍କ ରୁଚି ଅରୁଚିରେ ପରିବର୍ତ୍ତନ ଆସିଛି। ଯେଉଁ ରାଜନୀତି କଥା ଶୁଣିଲେ ଆଗରୁ ପୁଅ ଝିଅମାନେ ଘୃଣା ନଜରରେ ଦେଖୁଥିଲେ ଏବେ ଏହା କ୍ୟାରିୟରର ମୁଖ୍ୟ ପସନ୍ଦ ପାଲଟିଯାଇଛି। ଏପରିକି  ନିଜ ପସନ୍ଦର ରାଜନେତା ମାନଙ୍କ ବିପକ୍ଷରେ କେହି କହିଲେ ଝଡ଼ ଆସିଯାଉଛି। ଆଉ ବେବଳେ ବେଳେ ଏହି ରାଜନୀତିର ଝଡ଼ ସୀମା ଲଂଘି ପରିଣାମ ଭୟଙ୍କର ହେଉଛି।

ଏହାର ଏକ ଜ୍ୱଳନ୍ତ ଉଦାହରଣ ଉତ୍ତରପ୍ରଦେଶରେ ଦେଖିବାକୁ ମିଳଛି। ଏହି ରାଜନୈତିକ ଚର୍ଚ୍ଚାରୁ ମତଭେଦ ହେବାରୁ ବାହାଘର ଭାଙ୍ଗିଯାଇଛି। ଇଣ୍ଡିଆନ ଏକ୍ସେପ୍ରସ୍‌ର ରିପୋର୍ଟ ଅନୁଯାୟୀ ବାହାଘର ପାଇଁ ସବୁକିଛି ଠିକ୍‌ ହୋଇଥିଲା।  ଜଣେ ବ୍ୟବସାୟଙ୍କ ସହ ଜଣେ ସରକାରୀ ଚାକିରି କରୁଥିବା ଯୁବତୀଙ୍କ ସହ ବାହାଘର ଠିକ୍‌ ହୋଥିଲା। ବିବାହ ପୂର୍ବରୁ ଏ ସଂକ୍ରାନ୍ତରେ ଆଲୋଚନା ପାଇଁ ଉଭୟେ ପୁଅ ଝିଅ ଏକ ମନ୍ଦିରକୁ ଯାଇଥିଲେ।

ଆଉ କିଛି ଦିନ ପରେ ଉଭୟ ଉଭୟଙ୍କୁ ଜୀବନ ସାଥୀ ବାଛିଥାନ୍ତେ। ହେଲେ  ଗୋଟିଏ ଘଟଣା ସମ୍ପର୍କକୁ ଭାଙ୍ଗି ଚୁରମାର କରିଦେଲେ। ଯେବେ ଯୁବତୀ ଜଣଙ୍କ ଆଲୋଚନା ବେଳେ ଦେଶର ଅର୍ଥନୈତିକ ପ୍ରସଙ୍ଗ ଉଠାଇଥିଲେ।

ଯୁବତୀ ଜଣକ ଦେଶର ଆର୍ଥିକ ଦୁରବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାୟୀ କରିଥିଲେ। ହେଲେ ଯୁବକ ଜଣକ ମୋଦିଙ୍କ  ଦୃଢ ପ୍ରଂଶସକ ଥିଲେ। ଉଭୟଙ୍କ ମଧ୍ୟରେ ଚାଲିଲା କଥ କଟାକଟି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ କଳହ ଉଗ୍ରରୂପ ଧାରଣ କଲା। ଆଉ ପରିଣାମ ସୂରୁପ ଭାଙ୍ଗିଗଲା ବାହାଘର।  ଆଉ ଛିଡ଼ିଗଲା  ସମ୍ପର୍କର ସୂତାଖିଅ।  ଶେଷରେ ଦୁହେଁ ବିବାହ ନ କରିବା ପାଇଁ ନିଷ୍ପତ୍ତି ନେଇ ପରିବାରକୁ ଜଣାଇଦେଲେ।

Related story