ଘରକୁ ଫେରିବେନି ପ୍ରବାସୀ ଓଡ଼ିଆ ଶ୍ରମିକ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ବିଭିନ୍ନ ରାଜ୍ୟର ଏଭଳି ଉଦ୍ୟମ ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଛନ୍ତି। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କ ଉପରେ ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବା ବେଳେ କହିଛନ୍ତି, କୌଣସି ମତେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଯିବା ଉଚିତ ନୁହେଁ। ଯଦି ପଠାଯିବ ତା’ହେଲେ କରୋନା ଯୁଦ୍ଧର ଅନ୍ତିମ […]

odisha-migrants

odisha-migrants

Subhransu Sekhar
  • Published: Monday, 27 April 2020
  • Updated: 27 April 2020, 02:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ବିଭିନ୍ନ ରାଜ୍ୟର ଏଭଳି ଉଦ୍ୟମ ନେଇ କେନ୍ଦ୍ର ସରକାର ଆପତ୍ତି ଉଠାଇଛନ୍ତି। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କ ଉପରେ ଆଜି ଷ୍ଟାଟସ ରିପୋର୍ଟ ଦାଖଲ କରିବା ବେଳେ କହିଛନ୍ତି, କୌଣସି ମତେ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଯିବା ଉଚିତ ନୁହେଁ।

ଯଦି ପଠାଯିବ ତା’ହେଲେ କରୋନା ଯୁଦ୍ଧର ଅନ୍ତିମ ସମୟରେ ଦେଶର ସ୍ଥିତି ଆହୁରି ଖରାପ ହୋଇପାରେ। କାରଣ କରୋନା କବଳରୁ ଦେଶର ଗାଁଗୁଡ଼ିକ ମୁକ୍ତ ରହିଛି। ତେଣୁ ଯେଉଁଠି ପ୍ରବାସୀ ରହିଛନ୍ତି ସେଠାରେ ତାଙ୍କୁ ରହିବାକୁ ପଡ଼ିବ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏନଜିଓମାନଙ୍କ ସହିତ ମିଶି ପ୍ରବାସୀ ଶ୍ରମିକଙ୍କ କଥା ବୁଝୁଛନ୍ତି। ଏହା ସହିତ ଗାଁରେ ସେମାନଙ୍କ ପରିବାର କଥା ମଧ୍ୟ ବୁଝିବାକୁ ଚେଷ୍ଟା କରାଯାଉଛି ବୋଲି ଗୃହ ମନ୍ତ୍ରଣାଳୟ ଷ୍ଟାଟସ ରିପୋର୍ଟ ଦାଖଲ କରିବା ବେଳେ କହିଛି। ଯଦିଓ ସୁପ୍ରିମକୋର୍ଟ କୌଣସି ମତ ରଖିନାହାନ୍ତି, ହେଲେ କୋର୍ଟ ଯଦି କେନ୍ଦ୍ର କଥାରେ ସହମତି ପ୍ରକାଶ କରନ୍ତି ତା’ହେଲେ ପ୍ରବାସୀ ଓଡ଼ିଆ ଶ୍ରମିକ ନିଜ ପରିବାର ଲୋକଙ୍କ ପାଖକୁ ଫେରି ପାରିବେ ନାହିଁ।

ଏବେ ଅନେକ ଆକ୍ରାନ୍ତଙ୍କ ପାଖରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ଯାହାକି ସବୁଠୁ ବଡ଼ ଚ୍ୟାଲେଞ୍ଜ। ଯାଜପୁରରେ ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ପାଖରେ କୌଣସି କରୋନା ଲକ୍ଷଣ ଦେଖିବାକୁ ମିଳିନି। ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିଲେ। ସେହିପରି କରୋନାର ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ରରେ ୮୦ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ କରୋନା ଲକ୍ଷଣ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ।

ବିଶେଷଜ୍ଞଙ୍କ ମତ ଅନୁଯାୟୀ କରୋନା ନିଜର ଲକ୍ଷଣ ପରିବର୍ତ୍ତନ କରୁଛି। ଏଭଳି ସ୍ଥିତିରେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଆଗାମୀ ଦିନରେ ଜଟିଳ ହୋଇପାରେ। କାରଣ ଦେଶର ଗ୍ରାମାଞ୍ଚଳ ଏବେ କରୋନା ମୁକ୍ତ ରହିଛି। ପ୍ରବାସୀ ଶ୍ରମିକ ଯଦି ଫେରିବା ପରେ ଏକାନ୍ତବାସରେ ରହିବେ। ହେଲେ କରୋନାର ଲକ୍ଷଣ ପରିବର୍ତ୍ତନ ଆଧାରରେ ଯଦି ୧୪ ଦିନ ପରେ କେହି ଜଣେ ପ୍ରବାସୀ ଶ୍ରମିକ କରୋନାରେ ଆକ୍ରାନ୍ତ ହେବେ ତା’ହେଲେ ଗାଁରେ କରୋନା ପହଞ୍ଚିବା ସୁବିଧା ହୋଇଯିବ।

ସୂଚନାଯୋଗ୍ୟ, ରବିବାର ଉଦ୍ଧବଙ୍କ ସହ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂରେ କଥା ହୋଇଥିଲେ। ଏହାପରେ ସରକାର କହିଥିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ସେଠାରୁ ବସ୍ ଯୋଗେ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ। ପ୍ରବାସୀ ଓଡ଼ିଆଙ୍କୁ ସେଠାରୁ ଆଣିବା ପାଇଁ ଉଭୟ ଗୁଜରାଟ ଓ ଓଡ଼ିଶାରୁ ୪ ବରିଷ୍ଠ ଅଫିସରଙ୍କୁ ନେଇ କମିଟି ଗଠନ ହେବ।  ବସ୍ ବ୍ୟତୀତ ଅନ୍ୟ ପରିବହନ ସଂପର୍କରେ ଅନୁଧ୍ୟାନ ପରେ ନିଷ୍ପତ୍ତି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିଲା। ତେବେ ଓଡ଼ିଶା ଫେରିବାକୁ ଚାହୁଁଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos