କନିଆ ବେଶରେ କୁମ୍ଭୀର: ବର ହେଲେ ମେୟର

ଫିଲ୍ମରେ ଲୋକେ ହିଂସ୍ରଜନ୍ତୁ ଘରେ ରଖାଯିବା ଦେଖିଥିବେ। ହେଲେ ବାସ୍ତବ ଜୀବନରେ ଏମିତି ବହୁତ କମ ଦେଖିବାକୁ ମିଳିଥାଏ। ଘରେ ରଖିବା କଥା ଛାଡନ୍ତୁ ହଂସ୍ରଜନ୍ତୁ ଦେଖିଲେ ମନରେ ଭୟ ସୃଷ୍ଟି ହୋଇଥାଏ। ହେଲେ କେବେ ଭାବିଛନ୍ତି କୌଣସି ହିଂସ୍ରଜନ୍ତୁଙ୍କୁ ବିବାହ କରିବା ବିଷୟରେ। ହଁ ଆଜ୍ଞା ଏପରି କରିଛନ୍ତି ମେକ୍ସିକୋର ସେନପାଡ୍ରୋ ଗାଁର ମେୟର। ପୂରା ରୀତିନୀତିର ସହ ସେ ଏକ କୁମ୍ଭୀରକୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ସମସ୍ତ ଗ୍ରାମବାସୀ ଉତ୍ସାହର ସହ […]

reptile

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 10:17 AM IST

ଫିଲ୍ମରେ ଲୋକେ ହିଂସ୍ରଜନ୍ତୁ ଘରେ ରଖାଯିବା ଦେଖିଥିବେ। ହେଲେ ବାସ୍ତବ ଜୀବନରେ ଏମିତି ବହୁତ କମ ଦେଖିବାକୁ ମିଳିଥାଏ। ଘରେ ରଖିବା କଥା ଛାଡନ୍ତୁ ହଂସ୍ରଜନ୍ତୁ ଦେଖିଲେ ମନରେ ଭୟ ସୃଷ୍ଟି ହୋଇଥାଏ। ହେଲେ କେବେ ଭାବିଛନ୍ତି କୌଣସି ହିଂସ୍ରଜନ୍ତୁଙ୍କୁ ବିବାହ କରିବା ବିଷୟରେ। ହଁ ଆଜ୍ଞା ଏପରି କରିଛନ୍ତି ମେକ୍ସିକୋର ସେନପାଡ୍ରୋ ଗାଁର ମେୟର। ପୂରା ରୀତିନୀତିର ସହ ସେ ଏକ କୁମ୍ଭୀରକୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ସମସ୍ତ ଗ୍ରାମବାସୀ ଉତ୍ସାହର ସହ ଯୋଗ ଦେଇଥିଲେ।

ପ୍ରିନ୍ସେସ୍ ନାମକ ଏହି କୁମ୍ଭୀରଟି କନ୍ୟା ବେଶରେ ସଜ୍ଜିତ ହୋଇଥିଲେ। କୁମ୍ଭୀରଙ୍କୁ ମଣିଷ ମରା କୁହାଯାଇଥାଏ। ହେଲେ ବାହାଘର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରିନ୍ସେସ୍‌ ଶାନ୍ତ ରହିଥିବା ଦେଖିବାକୁ ମିଳିଥିଲା। ବିବାହର ଗୋଟିଏ ଦିନ ପୂର୍ବରୁ କୁମ୍ଭୀରକୁ ଖ୍ରୀଷ୍ଟଧର୍ମରେ ଦିକ୍ଷା ଦିଆଯାଇଥିଲା।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବିବାହ ମେୟର ନିଜ ସୁଖ ପାଇଁ କରିନାହାନ୍ତି। ଗାଁର ଧିବର ଜାତିଙ୍କ ଉନ୍ନତି ପାଇଁ ସେ ଏହି ବିବାହ କରିଛନ୍ତି। ୧୭୮୯ ମସିହାରୁ ଏହି ପରମ୍ପରା ଏଠାରେ ଚାଲିଆସୁଛି। ବିଶ୍ୱାସ ରହିଛି ମାଈ କୁମ୍ଭୀର ଶାନ୍ତି ଓ ସମୃଦ୍ଧିର ପ୍ରତିକ। ତେଣୁ ଧିବର ଜାତିର ଭଲ ପାଇଁ ମେୟର କୁମ୍ଭୀର ସହ ବିବାହ କରିଥାନ୍ତି।

Related story