Baripada
ବାରିପଦା (ମାଣିକ ଲାଲ ପାଣି): ଓଡ଼ିଶାର ବିୟର ଗିଲ.. । ଜଙ୍ଗଲ ତାଙ୍କ ପାଇଁ ଘର । ଜଙ୍ଗଲିଜାତ ପୋକ ଯୋକ ଠାରୁ ନେଇ ସାପ କୋଚିଆ ତାଙ୍କ ପାଇଁ ସୁସ୍ୱାଦୁ ବ୍ୟଞ୍ଜନ । ଦିନ ହେଉକି ରାତି, ସବୁ କିଛି ତାଙ୍କର ପ୍ରକୃତି କୋଳରେ କଟେ । ଏମିତି ଏକ ନିଆରା ମଣିଷ ହେଉଛନ୍ତି ବାରିପଦାର କୃଷ୍ଣ ଚନ୍ଦ୍ର ଗଛାୟତ।ବୟସ ୩୫ ଟପିନି । କିନ୍ତୁ ସାହାସ ଦେଖିଲେ ଲାଗିବ , ଜୀବନ ପ୍ରତି ତାଙ୍କର ଆଉ ମୋହ ନାହିଁ । ମ୍ୟାନ ଭରସେସ୍ ୱାଇଲ୍ଡରେ କାର୍ଯ୍ୟକ୍ରମରେ ବିୟର ଗିଲଙ୍କୁ ଦେଖି କୃଷ୍ଣ ଚନ୍ଦ୍ର ନିଜକୁ ସଜାଇଛନ୍ତି, ଓଡ଼ିଶାର ଜଙ୍ଗଲ ବୟ ।
/odisha-reporter/media/post_attachments/wp-content/uploads/2021/12/Untitled-1-11.jpg)
ପିଠିରେ ବ୍ୟାଗ ସହ ପାଣି ବୋତଲ ଓ ଧାରୁଆ ଛୁରୀ ଖଣ୍ଡେ ଧରି କୃଷଚନ୍ଦ୍ର ବାହାରି ପଡ଼ନ୍ତି ବାରିପଦାର ଘଞ୍ଚ ଜଙ୍ଗଲକୁ। ଆଉ ସାଙ୍ଗରେ ଥାଏ ତାଙ୍କର ୧୦ ବର୍ଷର ପୁଅ ଶ୍ରୀତମ। ବାପା ପୁଅ ଜଙ୍ଗଲରେ ମନ ଇଛା ବୁଲି ବୁଲି ଖାଦ୍ୟ ସଂଗ୍ରହ କରନ୍ତି। କେବେ କଙ୍କଡ଼ା ବିଛା ତ ଆଉ କେବେ ପଙ୍ଗପାଳକୁ ଧରି ଭୋକ ମେଣ୍ଟାନ୍ତି ବାପା ପୁଅ । ପଚାସଢ଼ା ଗଛ ଲତାରୁ ସୃଷ୍ଟି ହେଉଥିବା ପୋକ ଯୋକକୁ ବି ଅତି ସହଜରେ କଞ୍ଚା ଖାଇ ପାରନ୍ତି କୃଷ୍ଣ ଚନ୍ଦ୍ର। ଏମିତି କି ପୁଅକୁ ନେଇ କେବେ କେବେ ଜଙ୍ଗଲରେ ନିଆଁ ଜାଳି ଶୁଅନ୍ତି। ଆଉ ସେ ନିଆଁରେ ଦିନରେ ଧରିଥିବା ସାପ କୋଚିଆଙ୍କୁ ପୋଡ଼ି ଡିନର କରନ୍ତି। ଛୋଟ ବୟସରେ ଏପରି ଏକ ଜଙ୍ଗଲୀ ଜୀବନ ଏବେ ଶ୍ରୀତମଙ୍କୁ ମଧ୍ୟ ବେଶ ଆନନ୍ଦ ଦେଉଛି ।“ ପିଲାଟି ବେଳୁ ବାପାଙ୍କ ସହ ଜଙ୍ଗଲ ଆସି ଆସି ଭୟ ଛାଡି ଯାଇଥିବା କହନ୍ତି ପୁଅ ଶ୍ରୀତମ । ସେ ବି ଧୀରେ ଧୀରେ ଗଛର ପୋକକୁ କଞ୍ଚା ଖାଇବାର ଅସ୍ୟାସ କରୁଛନ୍ତି “।
/odisha-reporter/media/post_attachments/wp-content/uploads/2021/12/jj.jpg)
ଜଙ୍ଗଲରେ ରହୁଥିବା ଏହି ଆଦିବାସୀ ଜଙ୍ଗଲି ମଣିଷଟିର ବନ୍ୟ ଜନ୍ତୁଙ୍କ ପ୍ରତି ରହିଛି ବେଶ ଆକର୍ଷଣ। ହାତୀ, ଭାଲୁ, ଜଙ୍ଗଲୀ ପେଚା, ଜଙ୍ଗଲୀ ସରିସୄପ ଆଦିଙ୍କୁ ଉଦ୍ଧାର କରି ସେମାନଙ୍କର ଚିକିତ୍ସା କରାଇଥା’ନ୍ତି କୃଷ୍ଣ ଚନ୍ଦ୍ର । ବାରିପଦା ଫରେଷ୍ଟ ଗାର୍ଡଙ୍କ ସହ ମିଶି ବନ୍ୟଜନ୍ତୁଙ୍କ ସୁରକ୍ଷର ପାଇଁ କାମ କରନ୍ତି କୃଷ୍ଣଚନ୍ଦ୍ର। ଏହିପରି ପ୍ରାୟ ୫ ଶହ ରେସକ୍ୟୁ ଅପରେସନରେ ସେ ସାମିଲ ଥିବା କହିଛନ୍ତି। ଏପରିକି ଅହିରାଜ ଭଳି ବିଷଧର ସାପ ଓ ଅଜଗର ଭଳି ହଜାର ହଜାର ସାପକୁ ତାଙ୍କ ଜୀବନକାଳ ମଧ୍ୟରେ ସେ ଉଦ୍ଧାର କରିଥିବା କହିଛନ୍ତି। ପିଲାଟି ବେଳୁ ପ୍ରକୃତି ଓ ବନ୍ୟଜନ୍ତୁ ସୁରକ୍ଷାପାଇଁ ସେ ନିରନ୍ତର କାମ କରି ଆସୁଛନ୍ତି। ତେବେ ମ୍ୟାନ୍ ଭର୍ସେସ୍ ୱାଇଲ୍ଡରେ କାମ କରିବାକୁ ତାଙ୍କର ଇଛା ଥିବା ବେଳେ ସେଥିପାଇଁ କଠିନ ପ୍ରରିଶ୍ରମ କରିବାକୁ ପଡ଼ିବ ବୋଲି କହିଛନ୍ତି କୃଷ୍ଣ ଚନ୍ଦ୍ର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/12/Untitled-1-12.jpg)