ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଇସାବେଲ ଡେଲଟୋରଙ୍କୁ କୁହାଯାଏ ବିଶ୍ୱର ସବୁଠାରୁ ସୁନ୍ଦର ସିକ୍ୟୁରିଟି ଗାର୍ଡ। ୨୯ ବର୍ଷ ହେଲା ପର୍ଯ୍ୟନ୍ତ ସେ ଅଷ୍ଟ୍ରେଲିଆର ଏକ ହାଇ ସିକ୍ୟୁରିଟି ଜେଲ୍ରେ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ଦୁଇ ଥର ମିସ୍ ନ୍ୟୁଡ୍ ବ୍ୟୁଟି କଣ୍ଟେଷ୍ଟ ଟାଇଟଲ୍ ଜିତି ସାରିଲେଣି।
ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଇସାବେଲ୍ କହିଛନ୍ତି ଯେ କଏଦୀଙ୍କ ଯୋଗୁଁ ସେ ଆଜି ସୁପର୍ ମଡେଲ ହୋଇପାରିଛନ୍ତି। ସେ ଯେଉଁ ଜେଲ୍ରେ କାମ କରୁଥିଲେ ସେଠାକାର କଏଦୀଙ୍କ ସହିତ କିଛି ଅଫିସ୍ର ଅହରହ ତାଙ୍କୁ ଦେଖୁଥିଲେ। ଅନେକ ତାଙ୍କୁ ଅଶ୍ଳୀଳ କମେଣ୍ଟ ମାରୁ ଥିଲେ। ତେଣୁ ସେଠାରେ ଚାକିରି କରିବା ତାଙ୍କ ପାଇଁ ମୁସ୍କିଲ ହୋଇପଡ଼ିଥିଲା।
ମଡେଲିଂ କରିବାକୁ ଭାବୁ ଥିବା ବେଳେ ଥରେ ସେ ଏକ କ୍ଲବ୍ ଯାଇ ଷ୍ଟ୍ରିପ୍ ଡ୍ୟାନ୍ସ କଲେ। ସେଠାରେ ଗୋଟିଏ ଦିନରେ ଯେତିକି ଟଙ୍କା ମିଳିଲା ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେହି ରାତି ୪ଟା ବେଳେ ସେ ସିକ୍ୟୁରିଟି ଗାର୍ଡ ଚାକିରିରୁ ଇସ୍ତଫା ଦେଇ ଦେଲେ ବୋଲି କହିଛନ୍ତି।