ନିଜ ବସ୍‌ଙ୍କୁ ଏପରି ମେସେଜ ଦେଇ ଚାକିରୀ ହରାଇଲେ ଯୁବତୀ

ବେଜିଂ:  ନିଜ ବସ୍‌ଙ୍କୁ ଦେଇଥିବା ମେସେଜ ଯୋଗୁ ଜଣେ ଯୁବତୀଙ୍କୁ ଚାକିରୀରୁ ବିଦା ହେବାକୁ ପଡିଛି।  ମେସେଜରେ ସେ ଏପରି କିଛି ପଠାଇ ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ତତ୍‌କ୍ଷଣାତ ବାହାରର ରାସ୍ତା ଦେଖାଇ ଦିଆଗଲା। ଏପରି ଆଶା କରି ନ ଥିବା ଯୁବତୀଜଣକ ଏବେ ଚାକିରୀ ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଭୁଲ ହେଉଛି ଯୁବତୀଜଣକ ନିଜ ବସ୍‌ଙ୍କୁ ମେସେଜରେ ଓକେ ଲେଖି ଏକ ଇମୋଜି  ସେଣ୍ଡ କରି ଦେଇଥିଲେ। ଏପରି ଘଟଣା ଘଟିଛି […]

girl-1..

Niharika Rout
  • Published: Monday, 24 June 2019
  • , Updated: 24 June 2019, 12:35 PM IST

ବେଜିଂ:  ନିଜ ବସ୍‌ଙ୍କୁ ଦେଇଥିବା ମେସେଜ ଯୋଗୁ ଜଣେ ଯୁବତୀଙ୍କୁ ଚାକିରୀରୁ ବିଦା ହେବାକୁ ପଡିଛି।  ମେସେଜରେ ସେ ଏପରି କିଛି ପଠାଇ ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ତତ୍‌କ୍ଷଣାତ ବାହାରର ରାସ୍ତା ଦେଖାଇ ଦିଆଗଲା। ଏପରି ଆଶା କରି ନ ଥିବା ଯୁବତୀଜଣକ ଏବେ ଚାକିରୀ ହରାଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଭୁଲ ହେଉଛି ଯୁବତୀଜଣକ ନିଜ ବସ୍‌ଙ୍କୁ ମେସେଜରେ ଓକେ ଲେଖି ଏକ ଇମୋଜି  ସେଣ୍ଡ କରି ଦେଇଥିଲେ। ଏପରି ଘଟଣା ଘଟିଛି ଚୀନରେ।

 ନିଜ ବସ୍‌ଙ୍କୁ କରିଥିବା ମେସେଜ ଯୋଗୁ ଏଠାରେ ଏକ  ବାର୍‌ରେ କାମ କରୁଥିବା ଜଣେ କର୍ମଜୀବୀ ଯୁବତୀଙ୍କୁ ଚାକିରୀ ହରାଇବାକୁ ପଡିଛି। ଉକ୍ତ ବାର୍‌ର ମ୍ୟାନେଜର ସେଠାରେ କାମ କରୁଥିବା ଜଣେ ଯୁବତୀଙ୍କୁ ଏକ ମେସେଜ ଦେଇଥିଲେ। ଯୁବତୀଜଣକ ଏହା ଦେଖିବା ପରେ ଓକେ ଲେଖିବା ସହ ଏକ ଇମୋଜି ବି ସେଣ୍ଡ କରି ଦେଇଥିଲେ। କିନ୍ତୁ ଏହା ପରେ ଯାହା ଘଟିଲା, ତାହା ଯୁବତୀଙ୍କ ପାଦ ତଳୁ ମାଟି ଖସାଇ ଦେଇଛି। ନିଜର ସାମାନ୍ୟ ଭୁଲ ଲାଗି ଏବେ ସେ ବେରୋଜଗାର ହୋଇପଡିଛନ୍ତି  ।

କମ୍ପାନୀ ନିୟମ ମୁତାବକ, କର୍ମଚାରୀଙ୍କୁ ଯେକୌଣସି ମେସେଜର ପୁରା ରିପ୍ଲାଇ ଦେବାକୁ ପଡିଥାଏ। ହେଲେ ଯୁବତୀଜଣକ ନିଜ ବସ୍‌ଙ୍କଠାରୁ ପାଇଥିବା ମେସେଜର ପୁରା ରିପ୍ଲାଇ ଦେବାକୁ ଭୁଲି ଯାଇଥିଲେ । କମ୍ପାନୀ ନିୟମ ପାଳନ କରି ନ ଥିବାରୁ ଉକ୍ତ ଯୁବତୀଙ୍କୁ ଚାକିରୀ ହରାଇବାକୁ ପଡିଛି।

ଏଥିନିମନ୍ତେ ତାଙ୍କୁ ନିଜ ବସ୍‌ଙ୍କ ନିକଟରୁ ବହୁ ଗାଳି ମଧ୍ୟ ଶୁଣିବାକୁ ପଡିଛି। ଏହାପରେ ଯୁବତୀଙ୍କୁ କମ୍ପାନୀର ଏଚଆର ଡିପାର୍ଟମେଣ୍ଟ ପକ୍ଷରୁ ଡାକରା ଆସିଥିଲା। ସେଠାରେ ତାଙ୍କ ବାକି ଟଙ୍କା ହାତରେ ଧରାଇ ଦେବା ସହ ଇସ୍ତଫା ଦେବାକୁ କୁହାଯାଇଥିବା ଜଣାଯାଇଛି ।

Related story