ସେଇ ରାତିରେ ଜନ୍ମ ନେଲା ମିରାଜ୍‌-ରାଠୋର

ଆଜମେର: ଫେବୃଆରୀ ୨୬। ଯେଉଁ ଦିନ ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇ ବିଜୟର ବାନା ଉଡ଼ାଉ ଥିଲା ଠିକ୍‌ ଏହି ସମୟରେ ଜଣେ ମା’ ପାଇଁ ଥିଲା ଏକ ଶୁଭ ଖବର । ଯେଉଁଦିନ ରାତିରେ ଭାରତର ଲଢ଼ୁଆ ବିମାନ ମିରାଜ୍‌-୨୦୦୦ ପିଓକେ ଆତଙ୍କବାଦୀ ଶିବିର ଉପରେ ବୋମା ବର୍ଷଣ କରୁଥିଲା ଠିକ୍‌ ସେହି ସମୟରେ ରାଜସ୍ଥାନର ଆଜମେର୍‌ରେ ଏକ ଶିଶୁ ଜନ୍ମ ନେଇଥିଲା। ଆଉ ଭାରତର ସେଇ ଲଢ଼ୁଆ ଓ […]

77

Puspanjali Panda
  • Published: Thursday, 28 February 2019
  • , Updated: 28 February 2019, 09:32 AM IST

ଆଜମେର: ଫେବୃଆରୀ ୨୬। ଯେଉଁ ଦିନ ଭାରତୀୟ ବାୟୁସେନା ପାକିସ୍ତାନରେ ପଶି ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇ ବିଜୟର ବାନା ଉଡ଼ାଉ ଥିଲା ଠିକ୍‌ ଏହି ସମୟରେ ଜଣେ ମା’ ପାଇଁ ଥିଲା ଏକ ଶୁଭ ଖବର । ଯେଉଁଦିନ ରାତିରେ ଭାରତର ଲଢ଼ୁଆ ବିମାନ ମିରାଜ୍‌-୨୦୦୦ ପିଓକେ ଆତଙ୍କବାଦୀ ଶିବିର ଉପରେ ବୋମା ବର୍ଷଣ କରୁଥିଲା ଠିକ୍‌ ସେହି ସମୟରେ ରାଜସ୍ଥାନର ଆଜମେର୍‌ରେ ଏକ ଶିଶୁ ଜନ୍ମ ନେଇଥିଲା।

ଆଉ ଭାରତର ସେଇ ଲଢ଼ୁଆ ଓ ଶକ୍ତିଶାଳୀ ବିମାନ ଉଦ୍ଦେଶ୍ୟରେ ପରିବାର ଲୋକେ ପିଲାର ନା’ ରଖିଛନ୍ତି ମିରାଜ୍ ସିଂ ରାଠୋର୍‌। ଘଟଣାଦିନ ରାତିରେ ଭାରତର ବାୟୁସେନା ପାକିସ୍ତାନରେ ପଶି ୩୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିଲା। ବାୟୁସେନାକୁ ସଫଳତାର ସହ ସାଥ ଦେଇଥିଲା ଯୁଦ୍ଧ ବିମାନ ମିରାଜ୍‌-୨୦୦୦ । 

ମଙ୍ଗଳବାର ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖାରୁ ୮୦ କିମି ଭିତରକୁ ଯାଇ ବାଲାକୋଟ୍‌ସ୍ଥିତ ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା।
ଭାରତ ଇତିହାସରେ ଏହି ଦିନଟି ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ। ତେବେ ଭାରତ-ପାକିସ୍ତାନର ଏହି ଅଘୋଷିତ ଯୁଦ୍ଧ ପରିସ୍ଥିତିରେ ରାଜସ୍ଥାନର ଗୋଟିଏ ଶିଶୁ ଜନ୍ମ ନେଇଥିଲା।

ଆଶ୍ଚର୍ଯ୍ୟର କଥା ହେଉଛି ମିରାଜ୍‌-୨୦୦୦ ଆତଙ୍କବାଦୀ କ୍ୟାମ୍ପ୍‌ଙ୍କୁ ଧ୍ୱସଂ କରିବା ସମୟରେ ହିଁ ଶିଶୁଟିର ଜନ୍ମ ହୋଇଥିଲା। ତେବେ ରାଜସ୍ଥାନ ଆଜମେର ରହୁଥିବା ଦମ୍ପତିଙ୍କ ପାଇଁ ଏହି ଦିନଟି ଖୁସିରେ ଭରି ଯାଇଥିଲା। ମିରାଜ୍‌ର ଏହି ମିଶନ୍‌ ସଫଳ ହୋଇଥିବାରୁ ସେଇ ଯୁଦ୍ଧ ବିମାନକୁ ସବୁଦିନ ମନେରଖିବାକୁ ଯାଇ ପରିବାର ଲୋକେ ଶିଶୁପୁତ୍ରର ନାମ ରଖିଥିଲେ ମିରାଜ୍‌ ରାଠୋର୍। 

ପରିବାର ଲୋକଙ୍କ କହିବା ଅନୁସାରେ ପୁଅର ନାମ ମିରାଜ୍‌ ରଖିବାର କାରଣ ହେଉଛି ଏହି ନାମ ସର୍ବଦା ଭାରତୀୟ ବାୟୁ ସେନାର ବୀରତା ଓ ସାହସକୁ  ମନେ ପକାଇବ।
ଭବିଷ୍ୟତରେ ପୁଅ ମିରାଜ୍‌କୁ ଜଣେ ସେନା ଅଧିକାରୀ ଭାବରେ ଗଢ଼ି ତୋଳିବାକୁ ବାପା ମା’ ଇଚ୍ଛାପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ଫେବୃଆରୀ ୧୪ରେ ପୁଲୱାମା ଆକ୍ରମଣରେ  ୪୦ ଜଣ ଯବାନ ସହିଦ୍‌ ହୋଇଥିଲେ। ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁ ସେନା ଜୈସ୍-ଇ-ମହମ୍ମଦ୍‌ କ୍ୟାମ୍ପ୍‌ ଉପରେ ୧୦୦୦ କିଲୋର ବମ୍‌  ନିକ୍ଷେପ କରିଥିଲା।

Related story