ବିଧାୟକଙ୍କ ଚାଷୀ ଅବତାର

କୋରାପୁଟ (ସୂର୍ଯ୍ୟ ପଣ୍ଡା): କରୋନା ପାଇଁ ସଭା ସମିତି ସବୁ ବନ୍ଦ ରହିଛି। ଅତି ଆବଶ୍ୟକ ନଥିଲେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ଏହି ସମୟରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ଘରେ ବସି ବୋର ହେବା ଅପେକ୍ଷା ନିଜ ପୂର୍ବ ବୃତ୍ତିକୁ ଫେରି ଯାଇଛନ୍ତି। ଘରେ ବସି ସମୟ ନଷ୍ଟ ନ କରି ନିୟମିତ କ୍ଷେତକୁ ଯାଇ ଚାଷ କାମରେ ଲାଗିଛନ୍ତି। ସକାଳ ହେଲେ ନିତ୍ୟକ୍ରମ […]

ko2

Tapaswini Nayak
  • Published: Wednesday, 22 July 2020
  • , Updated: 22 July 2020, 01:18 PM IST

କୋରାପୁଟ (ସୂର୍ଯ୍ୟ ପଣ୍ଡା): କରୋନା ପାଇଁ ସଭା ସମିତି ସବୁ ବନ୍ଦ ରହିଛି। ଅତି ଆବଶ୍ୟକ ନଥିଲେ ଘରୁ ବାହାରିବା ଉପରେ କଟକଣା ଜାରି କରାଯାଇଛି। ଏହି ସମୟରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ଘରେ ବସି ବୋର ହେବା ଅପେକ୍ଷା ନିଜ ପୂର୍ବ ବୃତ୍ତିକୁ ଫେରି ଯାଇଛନ୍ତି। ଘରେ ବସି ସମୟ ନଷ୍ଟ ନ କରି ନିୟମିତ କ୍ଷେତକୁ ଯାଇ ଚାଷ କାମରେ ଲାଗିଛନ୍ତି।

ସକାଳ ହେଲେ ନିତ୍ୟକ୍ରମ ସାରି ସାଧାରଣ ଚାଷୀଟିଏ ପରି ଲୁଙ୍ଗି ପିନ୍ଧି ମୁଣ୍ଡରେ ଗାମୁଛା ବାନ୍ଧି କ୍ଷେତକୁ ବାହାରି ଯାଉଛନ୍ତି ବିଧାୟକ ରଘୁରାମ ପଡାଲ। ଅନ୍ୟ ଲୋକଙ୍କ ସହ ମିଶି ବିଲରେ କାମରେ ଲାଗି ପଡ଼ୁଛନ୍ତି। ଏବେ ଧାନ ରୋଇବା କାମ ଚାଲିଥିଲା ବେଳେ ବିଧାୟକ ଏହାର ଦେଖାଶୁଣା କରିବା ସହ ନିଜେ ମଧ୍ୟ ବିଲରେ ଲୋକଙ୍କ ସହ ମିଶି ଧାନ ରୋଉଛନ୍ତି।

ଧାନ ସହିତ ବହୁ ପ୍ରକାର ପନିପରିବା ଓ ଅଦା ଚାଷ  କରୁଛନ୍ତି । କିନ୍ତୁ ବିଲରେ ଚାଷ କରିବା ସମୟରେ ମଧ୍ୟ ସେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହିତ କୋଭିଡ ଗାଇଡଲାଇନ୍ ମାନିବାକୁ ଅନ୍ୟମାନଙ୍କୁ ବୁଝାଉଛନ୍ତି।


ବିଧାୟକ ଅଧ୍ୟକ୍ଷ ରଘୁରାମ ପଡାଲ କହିଛନ୍ତି, “ମୁଁ ଚାଷୀ ଘର ପିଲା। କରୋନା ପାଇଁ ଏବେ କିଛି କାମ ଧନ୍ଦା ନାହିଁ। ସେଥିପାଇଁ ଚାଷ କାମରେ ଲାଗି ପଡ଼ିଛି। ସକାଳ ୫ଟାରେ ଉଠି ନିତ୍ୟକ୍ରମ ସାରି ମୁଁ ଚାଷ କାମରେ କ୍ଷେତକୁ ବାହାରିଯାଉଛି।”

ସେ ଆହୁରି କହିଛନ୍ତି, “ ଚାଷ କାମଠୁ ଭଲ କାମ କିଛି ନାହିଁ। ପୂର୍ବ ପୁରଷ ଅମଳରୁ ଆମେ ଚାଷ କରି ଆସୁଛୁ। ମୁଁ ରାଜନୀତିକୁ ଆସି ଲୋକମାନଙ୍କ ସେବା କରୁଛି। ହେଲେ ଚାଷ କରିବା ମୋର ମୁଖ୍ୟ କାମ। ଏହା ଦ୍ୱାରା ସମସ୍ତ ଲୋକଙ୍କୁ ଆହାର ମିଳିଥାଏ।”

ଆଦିବାସୀ ସମାଜ ସଭାପତି ପଦ୍ମନାଭ ଜାନି କହିଛନ୍ତି, ରଘୁରାମ ପଡାଲ ଦୁଇ ଦୁଇ ଥର ବିଧାୟକ ଓ ଏହାସହ ଯୋଜନା ବୋର୍ଡ ଅଧ୍ୟକ୍ଷ ହେଲେ ମଧ୍ୟ ଲକ୍‌ଡାଉନ ସମୟରେ ଘରେ ନ ବସି ସେ ନିଜ ବିଲକୁ ଯାଇ ଚାଷ କାମ କରୁଛନ୍ତି, ଯାହା କୋରାପୁଟ ଜିଲ୍ଲାବାସୀ ଓ ଚାଷୀଙ୍କୁ ପ୍ରେରଣା ଦେବ। ଲୋକେ ମଧ୍ୟ ତାଙ୍କ କାମକୁ ପ୍ରଶଂସା କରୁଛନ୍ତି।

ଗ୍ରାମବାସୀ ଅର୍ଜୁନ ହନ୍ତାଳ କହିଛନ୍ତି, ସବୁବେଳେ ବିଧାୟକ ଆମ ସହିତ କାମ କରୁଛନ୍ତି। ଆମକୁ ମଧ୍ୟ ତାଙ୍କ ସହ କାମ କରି ଖୁସି ଲାଗୁଛି। ଏବେ ଧାନ ଓ ଅଦା ଚାଷ ହୋଇଛି। ଏହା ପରେ ମାଣ୍ଡିଆ ଓ ମକା ଚାଷ ହେବ। ବିଧାୟକ ହେବା ପୂର୍ବରୁ ସେ ଚାଷ କରୁଥିଲେ, ବିଧାୟକ ହେବା ପରେ ମଧ୍ୟ ଆମ ସହ ମିଶି ଚାଷ କରୁଛନ୍ତି।

Related story