କାଙ୍ଗାଳ କରୁଛି ମୋବାଇଲ୍ ଆପ୍: ବିଛଣା ଛାଡ଼ିବାଠୁ ଧରିବା ଯାଏ ଚାଲିଛି ଅନ୍‌ଲାଇନ୍‌ରେ ସପିଂ

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନରେ ଏବେ ସ୍ମାର୍ଟଫୋନ ଆପ୍ ଜରିଆରେ ସପିଙ୍ଗ୍ କରିବା ଏକ ମାମୁଲି କଥା ହୋଇଗଲାଣି। ଅନ୍‌ଲାଇନ୍‌ ସପିଙ୍ଗ କଲେ ସମୟ ବଞ୍ଚିବା ସହ ଘରେ ବସି ବିନା କଷ୍ଟରେ ଜିନିଷ କିଣାଯାଇ ପାରୁଛି। ତେଣୁ ଏବେ ଧୀରେ ଧୀରେ ଅନ୍‌ଲାଇନ୍‌ ସପିଙ୍ଗ୍ ବଢୁଛି। ହେଲେ ଏହାର ସାଇଡ୍ ଇଫେକ୍ଟ ବି ଅଛି। ଏ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେଣି। ଏମିତି ଏକ ରୋଚକ ଓ ଆଶ୍ଚର୍ଯ୍ୟ କଲାପରି ତଥ୍ୟ ପଦାକୁ ଆସିଛି। ବ୍ରିଟେନ୍‌ରେ […]

grocery-shopping-670x335

Rakesh Mallick
  • Published: Saturday, 17 June 2017
  • , Updated: 17 June 2017, 03:33 PM IST

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନରେ ଏବେ ସ୍ମାର୍ଟଫୋନ ଆପ୍ ଜରିଆରେ ସପିଙ୍ଗ୍ କରିବା ଏକ ମାମୁଲି କଥା ହୋଇଗଲାଣି। ଅନ୍‌ଲାଇନ୍‌ ସପିଙ୍ଗ କଲେ ସମୟ ବଞ୍ଚିବା ସହ ଘରେ ବସି ବିନା କଷ୍ଟରେ ଜିନିଷ କିଣାଯାଇ ପାରୁଛି। ତେଣୁ ଏବେ ଧୀରେ ଧୀରେ ଅନ୍‌ଲାଇନ୍‌ ସପିଙ୍ଗ୍ ବଢୁଛି। ହେଲେ ଏହାର ସାଇଡ୍ ଇଫେକ୍ଟ ବି ଅଛି। ଏ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେଣି। ଏମିତି ଏକ ରୋଚକ ଓ ଆଶ୍ଚର୍ଯ୍ୟ କଲାପରି ତଥ୍ୟ ପଦାକୁ ଆସିଛି। ବ୍ରିଟେନ୍‌ରେ ଏକ ତୃତୀୟାଂଶ ବ୍ରିଟେନବାସୀଙ୍କ କହିବା ଅନୁଯାୟୀ, ମୋବାଇଲ୍ ଆପ୍‌ ଦ୍ୱାରା ସପିଙ୍ଗ୍ କାଲେ ସେମାନଙ୍କୁ କାଙ୍ଗାଳ କରିସାରିଲାଣି।

ଫାଇନାନ୍ସିଆଲ ସର୍ଭିସ୍ କମ୍ପେନ୍ସେସନ୍ (ଏଫ.ଏସ୍.ସି.ଏସ୍) ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାଯାଇଛି, ଅଧିକାଂଶ ବ୍ରିଟେନବାସୀ ମୋବାଇଲ୍ ଆପ୍‌ରେ ହିଁ ସପିଂ କରିଥାନ୍ତି। ସକାଳୁ ରାତି ଯାଏଁ ସପିଂ ଚାଲିଥାଏ କିଏ ଡ୍ରେସ୍ ତ କିଏ ଖାଦ୍ୟପଦାର୍ଥ, ତ ପୁଣି କିଏ ଘର ଜିନିଷପତ୍ର, ତ ପୁଣି କିଏ ଇଲେକ୍ଟ୍ରୋନିକ୍ସ ଆଇଟମ୍ ଅନ୍‌ଲାଇନ୍‌ରେ ମଗାଇଥାନ୍ତି। ସର୍ଭେ କହୁଛି, ଏପରି ଲୋକଙ୍କ ସଂଖ୍ୟା ବ୍ରିଟେନରେ ପ୍ରାୟ  ୩୮ ପ୍ରତିଶତ ପାଖାପାଖି। ଏହି ରିସର୍ଚ୍ଚ ଅନୁସାରେ ୧୫ ପ୍ରତିଶତ ଲୋକ ଶୋଇବା ପୂର୍ବରୁ ମଧ୍ୟ ମୋବାଇଲ୍ ଆପ୍ ଦ୍ୱାରା ସପିଙ୍ଗ କରିଥାନ୍ତି। ଏହି ଟ୍ରେଣ୍ଡର ମୁଖ୍ୟ କାରଇ ହେଲା, ସହଜରେ ମନ ପସନ୍ଦର ଜିନିଷ ହାତପାଆନ୍ତାରେ ମିଳିଯିବା

ଅନ୍‌ଲାଇନ୍‌ ସପିଂରେ ଲେଡିଜ୍ ଫାଷ୍ଟ

ଏଫ୍ଏସ୍‌ସିଏସ୍‌ ସର୍ଭେ ଅନୁସାରେ, ଅନ୍‌ଲାଇନ୍‌ ସପିଂ ପାଇଁ ପ୍ରତି ବ୍ରିଟେନ୍ ମହିଳା ମାସକରେ ହାରାହାରି ୧୩୧ ପାଉଣ୍ଡ ଖର୍ଚ୍ଚ କରିଥାନ୍ତି। ସେହିପରି ପ୍ରତି ବ୍ରିଟେନ୍ ପୁରୁଷ ମାସକରେ ଅନ୍‌ଲାଇନ୍‌ କିଣାକିଣି ପାଇଁ ୧୧୫ ପାଉଣ୍ଡ ଖର୍ଚ୍ଚ କରିଥାନ୍ତି। ମହିଳାମାନେ ନିଜ ପସନ୍ଦର ଖାଦ୍ୟ ଓ ପୋଷାକ ମୋବାଇଲ୍ ଆପ୍ ଜରିଆରେ ଅନ୍‌ଲାଇନ୍‌ ମଗାଇଥାନ୍ତି। ସେହିପରି ପୁରୁଷ ମାନେ ଟ୍ରାଭେଲ, ସୋସିଆଲ ମିଡିଆ ଇଣ୍ଟରନେଟ୍, ଗେମ୍ ଓ ସଂଗୀତ ଭଳି ଆପ୍‌ରେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି। ୬୧ ପ୍ରତିଶତ ବ୍ରିଟେନବାସୀଙ୍କ କହିବା ଅନୁସାରେ, ଅନ୍‌ଲାଇନ୍‌ ସପିଙ୍ଗ୍ ଓ ଘରର ଆବଶ୍ୟକତା ପୂରଣ ପାଇଁ ସେମାନେ ଅଲଗା ଟଙ୍କା ରଖତ୍ଥାନ୍ତି ତାଙ୍କୁ ଅସୁବିଧା ହୁଏନାହିଁ।

୩୯ ପ୍ରତିଶତ ବ୍ରିଟେନବାସୀଙ୍କ କହିବା ଅନୁସାରେ, ସିଧା କହିଲେ ଏମିତି ହେବ, ମୋବାଇଲ୍ ଆପ୍ସ ତାଙ୍କୁ କାଙ୍ଗାଳ କରୁଛି ଅଯଥାରେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରାଉଛି।

Related story