ମୋବାଇଲ୍ ଚୋର ପାଇଁ କାଳ ହୋଇପାରେ ସେଲଫି: ଫେସବୁକରେ ଫଟୋ ଅପଲୋଡ୍ ପରେ ଖୋଜୁଛି ପୋଲିସ୍

ଆଜିକାଲି ଫୋନ ଚୋରି ହେବା ଏକ ସାଧାରଣ କଥା। କିନ୍ତୁ ଚୋରି ପରେ ଚୋର ନିଜେ ତାର ଫଟୋକୁ ସୋସିଆଲ୍ ମିଡିଆରେ ସେୟାର କରିବା ଘଟଣା କିନ୍ତୁ ଭିନ୍ନ।  ଫୋନକୁ ଚୋରି କରିବା ପରେ, ସେହି ଫୋନରୁ ସେଲଫି ଉଠାଇ ଫେସବୁକରେ ଅପଲୋଡ କରିଛି। ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱରରେ। ସୂଚନା ଅନୁଯାୟୀ, ବାୟାବାବା ମଠ ଅଞ୍ଚଳରେ ରହୁଥିବା ରାକେଶ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚୋର ପଶି ତାଙ୍କର ମୋବାଇଲ୍ ଫୋନ୍ ଓ ପର୍ସ […]

fb

Rakesh Mallick
  • Published: Thursday, 06 July 2017
  • , Updated: 06 July 2017, 08:35 PM IST

ଆଜିକାଲି ଫୋନ ଚୋରି ହେବା ଏକ ସାଧାରଣ କଥା। କିନ୍ତୁ ଚୋରି ପରେ ଚୋର ନିଜେ ତାର ଫଟୋକୁ ସୋସିଆଲ୍ ମିଡିଆରେ ସେୟାର କରିବା ଘଟଣା କିନ୍ତୁ ଭିନ୍ନ।  ଫୋନକୁ ଚୋରି କରିବା ପରେ, ସେହି ଫୋନରୁ ସେଲଫି ଉଠାଇ ଫେସବୁକରେ ଅପଲୋଡ କରିଛି। ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱରରେ।

ସୂଚନା ଅନୁଯାୟୀ, ବାୟାବାବା ମଠ ଅଞ୍ଚଳରେ ରହୁଥିବା ରାକେଶ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚୋର ପଶି ତାଙ୍କର ମୋବାଇଲ୍ ଫୋନ୍ ଓ ପର୍ସ ଚୋରି କରି ନେଇଥିଲା। ଚୋରି କରିବା ପରେ ଚୋରଟି ପୂର୍ବ ସିମ୍ କାଢ଼ି ନିଜ ସିମ୍ ପକାଇ ସେଥିରେ ଏକ ଫଟୋ ଉଠାଇ ଫେସବୁକରେ ଅପଲୋଡ୍ କରିଥିଲା। କିନ୍ତୁ ଚୋରଟି ଫଟୋ ଅପଲୋଡ୍ କରିଥିବା ଫେସବୁକ୍ ଆକାଉଣ୍ଟ ତା ନିଜର ନଥିଲା । ଏହି ଚୋରି ମୋବାଇଲରେ ପୂର୍ବରୁ ହିଁ ଖୋଲାଥିଲା ସମ୍ପୃକ୍ତ ମାଲିକର ଫେସବୁକ୍ ଆକାଉଣ୍ଟ। ସେଇଥିରେ ହିଁ ଭୁଲ୍ କ୍ରମେ ଚୋର ନିଜ ଫଟୋଟି ଅପଲୋଡ୍ କରି ଦେଇଥିଲା।

ମୋବାଇଲ ମାଲିକ ନିଜ ଫେସବୁକ୍ ଆକାଉଣ୍ଟରେ ଚୋର ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ତାଙ୍କୁ ଚୋର ପାଖରେ ପହଞ୍ଚିବାକୁ କିନ୍ତୁ ବାଟ ଫିଟି ଯାଇଥିଲା ଓ ମନରେ କିଛିଟା ଆଶା ସଂଚାର ହୋଇଥିଲା । ମୋବାଇଲ୍ ହରେଇବା ଦୁଃଖରେ ଥିବା ରାକେଶ, ତୁରନ୍ତ ଏ ସମ୍ପର୍କରେ ସୂଚନା ଦେବାକୁ ଓ ଅଭିଯୋଗ କରିବାକୁ ଦୌଡ଼ିଲେ ସହିଦନଗର ଥାନା। ସହିଦନଗର ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପୋଲିସ୍ ଏହି ମୋବାଇଲ୍ ଚୋର ପାଖରେ ପହଞ୍ଚି ପାରିବ ବୋଲି ଆଶା ବାନ୍ଧିଛି । ଲାଗୁଛି ସେଲ୍ଫି ଉଠେଇ ଚୋରଟି ବିଚରା ଫଶିଗଲା ପରି ଲାଗୁଛି ।

Related story