ଦେହକୁ ସଜେଇବାକୁ ଦେହର ବାଜି : ଶହେ ପ୍ଳାଷ୍ଟିକ୍‌ ସର୍ଜରୀ କରି ଚାଲିଗଲା ମଡେଲ୍‌ଙ୍କ ଜୀବନ

କ୍ୟୁବେକ: ସୁନ୍ଦରୀ ହେବାକୁ ସେ ସବୁ ସୀମା ଲଂଘିଗଲେ।  ଦେହକୁ ସଜେଇବା ପାଇଁ ବାଜି ଲଗାଇ ଦେଲେ ଦେହ । ବିପଦକୁ ଖାତିର ନ ଥିଲା କି କୌଣସି ଅଘଟଣକୁ ଭୟ ନ ଥିଲା। ଏଥିପାଇଁ ସେ ନିଜ ଶରୀରର ବାରମ୍ବାର ପ୍ଲାଷ୍ଟିକ ସର୍ଜରୀ କରୁଥିଲେ।  ଯେଉଁ ପ୍ଲାଷ୍ଟିକ୍‌ ସର୍ଜରୀକୁ ନେଇ ସେ ସ୍ୱପ୍ନରେ ବିଭୋର ହୋଇଯାଇଥିଲେ ଶେଷରେ ସେଇଟା ହିଁ ମୃତ୍ୟୁର ସୌଦାଗର ହୋଇ ଆସିଲା। ଆଉ ସିଏ ହେଉଛନ୍ତି  ବିଶ୍ୱର ଚର୍ଚ୍ଚିତ ମଡେଲ କ୍ରିଷ୍ଟନା […]

Untitled-1

Rakesh Mallick
  • Published: Saturday, 29 April 2017
  • , Updated: 29 April 2017, 09:15 PM IST

କ୍ୟୁବେକ: ସୁନ୍ଦରୀ ହେବାକୁ ସେ ସବୁ ସୀମା ଲଂଘିଗଲେ।  ଦେହକୁ ସଜେଇବା ପାଇଁ ବାଜି ଲଗାଇ ଦେଲେ ଦେହ । ବିପଦକୁ ଖାତିର ନ ଥିଲା କି କୌଣସି ଅଘଟଣକୁ ଭୟ ନ ଥିଲା। ଏଥିପାଇଁ ସେ ନିଜ ଶରୀରର ବାରମ୍ବାର ପ୍ଲାଷ୍ଟିକ ସର୍ଜରୀ କରୁଥିଲେ।  ଯେଉଁ ପ୍ଲାଷ୍ଟିକ୍‌ ସର୍ଜରୀକୁ ନେଇ ସେ ସ୍ୱପ୍ନରେ ବିଭୋର ହୋଇଯାଇଥିଲେ ଶେଷରେ ସେଇଟା ହିଁ ମୃତ୍ୟୁର ସୌଦାଗର ହୋଇ ଆସିଲା।

ଆଉ ସିଏ ହେଉଛନ୍ତି  ବିଶ୍ୱର ଚର୍ଚ୍ଚିତ ମଡେଲ କ୍ରିଷ୍ଟନା ମାର୍ଟଲି। କ୍ୟାରିୟର ପାଇଁ ଶହେରୁ ଅଧିକ  ପ୍ଲାଷ୍ଟିକସର୍ଜରୀ କରିଥିବା ମାର୍ଟଲିଙ୍କ ଶେଷ ସମୟ ସେହି ପ୍ଲାଷ୍ଟିକ ସର୍ଜରୀ ସମୟରେ ଆସିଥିଲା।  କ୍ୟୁବେକର ଏହି ମଡେଲ ଜଣକ ମାତ୍ର ୧୭ ବର୍ଷରେ ଶହେରୁ ଅଧିକ  ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି।  ଏନେଇ ସେ ନିଜ ୱେବସାଇଟରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପୋଷ୍ଟ କରିଛନ୍ତି। ଅନେକ ପୋଷ୍ଟ ମଧ୍ୟରୁ ଗୋଟିଏ ଦୁଇଟା ମନ୍ତବ୍ୟ ଚକିତ କରିଦେଲାଭଳି।

ସେ ଲେଖିଛନ୍ତି ଯେ, ପ୍ଲାଷ୍ଟିକ ସର୍ଜରୀ କରିବା ତାଙ୍କର ସୌକ। ଏପରିକି ତାଙ୍କ ଶାରିରୀକ ବୃଦ୍ଧି ପ୍ଲାଷ୍ଟିକ ସର୍ଜରୀ ମାଧ୍ୟମରେ ଚାହାଁନ୍ତି। ଏପରିକି ଗୋରା ହେବା ପାଇଁ ସେ ନିଜ ଇଚ୍ଛା ଅନୁସାରେ ଶରୀରର ପରିବର୍ତ୍ତନକୁ ପସନ୍ଦ କରନ୍ତି।  ଏଥିପାଇଁ ଯାହା କିଛି ଘଟିଲେ ବି ସେ ଚିନ୍ତିତ ନୁହନ୍ତି ବୋଲି କହିଥିଲେ।  ମୁହଁ ଠାରୁ ଆରମ୍ଭ କରି ଶରୀର ଅନେକ ସ୍ଥାନରେ ପ୍ଲାଷ୍ଟିକ ସର୍ଜରୀ କରିଛନ୍ତି ମାର୍ଟିଲ। ଏମିତିକି ସବୁଠୁ ସମ୍ବେଦନଶୀଳ ଅଙ୍ଗ, ସ୍ତନ ମଧ୍ୟ ବାଦ ପଡ଼ିନି।  ଖାସ ଏହି କାରଣ ପାଇଁ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬,୩୬,୦୦୦। ହେଲେ ପରିସ୍ଥତି ଏଭଳି ହେଲା ଯେ, ପ୍ଲାଷ୍ଟିକ ସର୍ଜରୀ ଚାଲିଥିବା ବେଳେ ଶେଷରେ ତାଙ୍କର ଜୀବନ ଯାଇଛି।

Related story