ଖୋଲିଲା ମୋଦିଙ୍କ ସୁରକ୍ଷାକର୍ମୀଙ୍କ ବ୍ରିଫକେସ୍‌ର ରହସ୍ୟ...ସୋସିଆଲ୍‌ ମିଡିଆ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ

ମୋଦିଙ୍କ ବ୍ରିଫକେସକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସର୍ଜିକାଲ ଷ୍ଟ୍ରାଇକ ପରେ ମୋଦିଙ୍କ ସମସ୍ତ ଗସ୍ତରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ହାତରେ ଦେଖିବାକୁ ମିଳୁଛି ଏକ ସ୍ୱତନ୍ତ୍ର ବ୍ରିଫକେସ୍‌। ଏହି ବ୍ରିଫକେସ୍‌ ଭିତରେ ନ୍ୟୁକ୍ଲିୟର ବମ୍‌ର ଟ୍ରିଗର୍‌ ଥିବା କଥା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମାତ୍ର ଆପଣ ଜାଣିଛନ୍ତି କି ସୁରକ୍ଷାକର୍ମୀଙ୍କ ହାତରେ ଥିବା ବ୍ରିଫକେସ୍‌ରେ କ’ଣ ଥାଏ। ମୋଦିଙ୍କ ବ୍ରିଫକେସ୍‌କୁ ନେଇ ହେଉଥିବା ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି ଓ ବ୍ରିଫକେସ୍‌ କାହାଣୀ ଉପରୁ ପର୍ଦ୍ଦା […]

briefcase

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 09:49 PM IST

ମୋଦିଙ୍କ ବ୍ରିଫକେସକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସର୍ଜିକାଲ ଷ୍ଟ୍ରାଇକ ପରେ ମୋଦିଙ୍କ ସମସ୍ତ ଗସ୍ତରେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ହାତରେ ଦେଖିବାକୁ ମିଳୁଛି ଏକ ସ୍ୱତନ୍ତ୍ର ବ୍ରିଫକେସ୍‌। ଏହି ବ୍ରିଫକେସ୍‌ ଭିତରେ ନ୍ୟୁକ୍ଲିୟର ବମ୍‌ର ଟ୍ରିଗର୍‌ ଥିବା କଥା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମାତ୍ର ଆପଣ ଜାଣିଛନ୍ତି କି ସୁରକ୍ଷାକର୍ମୀଙ୍କ ହାତରେ ଥିବା ବ୍ରିଫକେସ୍‌ରେ କ’ଣ ଥାଏ।

ମୋଦିଙ୍କ ବ୍ରିଫକେସ୍‌କୁ ନେଇ ହେଉଥିବା ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି ଓ ବ୍ରିଫକେସ୍‌ କାହାଣୀ ଉପରୁ ପର୍ଦ୍ଦା ଉଠିଛି। କାରଣ ବ୍ରିଫକେସ ମଧ୍ୟରେ ନ୍ୟୁକ୍ଲିୟର ବମ୍‌ର ଟ୍ରିଗର୍‌ ନଥାଏ। ଏହା ଏକ ସାଧାରଣ ବ୍ରିଫକେସ ନୁହେଁ। ଏହା ଏକ ପୋର୍ଟେବଲ୍‌ ବୁଲେଟପ୍ରୁଫ୍ ସିଲ୍‌ଡ, ଯାହାକି ପୁରା ଖୋଲିଯିବା ସହ ରକ୍ଷା କବଚର କାମ କରିଥାଏ। ପ୍ରଧାନମନ୍ତ୍ରଙ୍କ ସୁରକ୍ଷା ପାଇଁ ‍ବ୍ୟବହାର ହୋଇଥାଏ ଏହି ବ୍ରି‍ଫକେସ୍। ଯଦି ହଠାତ୍ କେବେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୁଏ ତେବେ ସୁରକ୍ଷାକର୍ମୀ ଏହି ବ୍ରିଫକେସ୍‌ଟିକୁ ଖୋଲି ଚାରିପଟରୁ ମୋଦିଙ୍କୁ ସୁରକ୍ଷା ଦେବେ। ବ୍ରିଫକେସ୍ ଭିତରେ ଏକ ପିସ୍ତଲ ମଧ୍ୟ ରହିଥାଏ। ଏହି ବ୍ରିଫକେସ୍‌ଟି ପୁରା ବୁଲେଟ୍‌ପ୍ରୁଫ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ସକ୍ଷମ।

 

Related story