ସୁନ୍ଦର ଶିଶୁ ଚାହୁଁଛନ୍ତି କି?  ଗର୍ଭାବସ୍ଥାରେ ସେକ୍ସ ଓ ମାଂସ ବନ୍ଦ କରନ୍ତୁ, ମନ୍ତ୍ର ଦେଲେ ମୋଦି ସରକାର

ନୂଆଦିଲ୍ଲୀ: ସୁନ୍ଦର ଏବଂ ସ୍ୱାସ୍ଥ୍ୟବାନ ଶିଶୁ ଜନ୍ମର ମନ୍ତ୍ର ବତାଇଲେ କେନ୍ଦ୍ର ସରକାର। ବିଶେଷକରି ଗର୍ଭବତୀ ମହିଳାଙ୍କୁ କିଛି ନିର୍ଦ୍ଦିଷ୍ଟ ଉପାୟ ବତାଇଛନ୍ତି ସରକାର। ସ୍ୱାସ୍ଥ୍ୟବାନ ଶିଶୁ ଚାହୁଁଥିଲେ ଗର୍ଭବତୀ ଥିବାବେଳେ ମହିଳାମାନେ ସମ୍ଭୋଗ ଓ ମାଂସ ଭକ୍ଷଣରୁ ଦୂରେଇ ରହିବା ଉଚିତ। କୁସଙ୍ଗଠାରୁ ବି ଦୂରେଇ ରହିବା ଉଚିତ୍‌। ଏଥିସହ ଏହି ସମୟରେ  ମହିଳାମାନେ କେବଳ ଆଧ୍ୟାତ୍ମିକ ଚିନ୍ତା ଚେତନାରେ ନିମଗ୍ନ ରହିବା ଜରୁରି। ସେହିପରି ଘରେ କିଛି ସୁନ୍ଦର ଦୃଶ୍ୟର ଫଟୋ ଟାଙ୍ଗିବା ଉଚିତ୍‌। […]

mot-3

Rakesh Mallick
  • Published: Tuesday, 13 June 2017
  • , Updated: 13 June 2017, 07:19 PM IST

ନୂଆଦିଲ୍ଲୀ: ସୁନ୍ଦର ଏବଂ ସ୍ୱାସ୍ଥ୍ୟବାନ ଶିଶୁ ଜନ୍ମର ମନ୍ତ୍ର ବତାଇଲେ କେନ୍ଦ୍ର ସରକାର। ବିଶେଷକରି ଗର୍ଭବତୀ ମହିଳାଙ୍କୁ କିଛି ନିର୍ଦ୍ଦିଷ୍ଟ ଉପାୟ ବତାଇଛନ୍ତି ସରକାର। ସ୍ୱାସ୍ଥ୍ୟବାନ ଶିଶୁ ଚାହୁଁଥିଲେ ଗର୍ଭବତୀ ଥିବାବେଳେ ମହିଳାମାନେ ସମ୍ଭୋଗ ଓ ମାଂସ ଭକ୍ଷଣରୁ ଦୂରେଇ ରହିବା ଉଚିତ। କୁସଙ୍ଗଠାରୁ ବି ଦୂରେଇ ରହିବା ଉଚିତ୍‌। ଏଥିସହ ଏହି ସମୟରେ  ମହିଳାମାନେ କେବଳ ଆଧ୍ୟାତ୍ମିକ ଚିନ୍ତା ଚେତନାରେ ନିମଗ୍ନ ରହିବା ଜରୁରି। ସେହିପରି ଘରେ କିଛି ସୁନ୍ଦର ଦୃଶ୍ୟର ଫଟୋ ଟାଙ୍ଗିବା ଉଚିତ୍‌। କେନ୍ଦ୍ର ଯୋଗ ଓ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏମିତି କିଛି ପ୍ରସ୍ତାବ ଦିଆଯାଇଛି ।

ଆସନ୍ତା ଜୁନ୍‌ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ  ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମା’ ଓ ଶିଶୁଙ୍କ ଉତ୍ତମ  ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ବୁକ୍‌ଲେଟ ଉନ୍ମୋଚନ କରାଯାଇଛି। କେନ୍ଦ୍ର ଆୟୁର୍ବେଦ ତଥା ଯୋଗ ମନ୍ତ୍ରୀ ଶ୍ରୀପଦ ନାଏକ ଏହି ବୁକ୍‌ଲେଟକୁ ଉନ୍ମୋଚନ କରିଛନ୍ତି। ବହିରେ ସ୍ୱାସ୍ଥ୍ୟ ସମ୍ପର୍କିତ ସବିଶେଷ ତଥ୍ୟ ରହିଛି। ସେପଟେ କେନ୍ଦ୍ର ସରକାରଙ୍କ ଏହି ପ୍ରସ୍ତାବକୁ  ଆପୋଲୋ ହେଲ୍‌ଥ କେୟାର ଗ୍ରୁପର ସ୍ତ୍ରୀ ଓ ଶିଶୁରୋଗ ବିଶେଷଜ୍ଞ ଡ. ମାଳବିକା ସବରୱାଲ ଏହାକୁ  ସମାଲୋଚନା କରିଛନ୍ତି। କହିଛନ୍ତି କେନ୍ଦ୍ର ସରକାରଙ୍କ ଏହି ହେଲଥ୍‌ ଟିପ୍ସ ବିଜ୍ଞାନସମ୍ମତ ନୁହଁ। କାରଣ ଗର୍ଭବତୀ ମହିଳାଙ୍କୁ ଅଧିକ ପ୍ରୋଟିନ୍‌ ଆବଶ୍ୟକ। ମାଂସରେ ଅଧିକ ପ୍ରୋଟିନ ଥାଏ ବୋଲି ସେ କହିଛନ୍ତି। ପ୍ରୋଟିନ ନଖାଇଲେ  ମହିଳାମାନେ ଅପପୁଷ୍ଠିର ଶିକାର ହୋଇଥାଆନ୍ତି ବୋଲି ସେ କହିଛନ୍ତି।

Related story