ଶିଳ୍ପପତିଙ୍କ ପ୍ରିୟ ବିଳାସପୂର୍ଣ୍ଣ ଜେଟ୍‌: ଜାଣନ୍ତୁ ବିଶ୍ୱର କେଉଁ ବ୍ୟକ୍ତିଙ୍କ ପାଖରେ ରହିଛି କେତେ ଟଙ୍କାର ଏୟାର୍‌ ଜେଟ୍‌

ବିଶ୍ୱର ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜର ବିଳାସପୂର୍ଣ୍ଣ ଜୀବନ ଶୈଳୀକୁ ନେଇ ଜଣାଶୁଣା। ଭାରତରେ ମଧ୍ୟ ଏଭଳି ବ୍ୟକ୍ତି ରହିଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଭାବେ ରହିବାକୁ ପସନ୍ଦ କରିଥାନ୍ତି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସେମାନେ ନିଜର ବ୍ୟକ୍ତିଗତ ବିମାନ ବ୍ୟବହାର କରିଥାନ୍ତି। ତେବେ କାହା ପାଖରେ କେତେ ମୂଲ୍ୟର ଏୟାର ଜେଟ୍‌ ରହିଛି ଆସନ୍ତୁ ଜାଣିବା…… 1- ଅଲୱଲିଦ ବିନ ତଲାଲ: ଅଲୱଲିଦ ବିନ ତଲାଲ ହେଉଛନ୍ତି ସାଉଦି ଆରବର […]

cover-private-jet

Rakesh Mallick
  • Published: Sunday, 25 June 2017
  • , Updated: 25 June 2017, 05:25 PM IST

ବିଶ୍ୱର ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ନିଜର ବିଳାସପୂର୍ଣ୍ଣ ଜୀବନ ଶୈଳୀକୁ ନେଇ ଜଣାଶୁଣା। ଭାରତରେ ମଧ୍ୟ ଏଭଳି ବ୍ୟକ୍ତି ରହିଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଭାବେ ରହିବାକୁ ପସନ୍ଦ କରିଥାନ୍ତି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ସେମାନେ ନିଜର ବ୍ୟକ୍ତିଗତ ବିମାନ ବ୍ୟବହାର କରିଥାନ୍ତି। ତେବେ କାହା ପାଖରେ କେତେ ମୂଲ୍ୟର ଏୟାର ଜେଟ୍‌ ରହିଛି ଆସନ୍ତୁ ଜାଣିବା......

1- ଅଲୱଲିଦ ବିନ ତଲାଲ: ଅଲୱଲିଦ ବିନ ତଲାଲ ହେଉଛନ୍ତି ସାଉଦି ଆରବର ରାଜକୁମାର। ଏବଂ ସେ ଜଣେ ବ୍ୟବସାୟୀ ମଧ୍ୟ। ତାଙ୍କର ପ୍ରାଇଭେଟ ଜେଟ୍‌ ଏୟାର ବସ  ଏ-380 ର ମୂଲ୍ୟ 2000 କୋଟି ଟଙ୍କା। ବିମାନଟି ଭିତର ପଟୁ ସମ୍ପୁର୍ଣ୍ଣ ସୁନାରେ ତିଆରି ଓ ଏହାର ବେଗ ଘଣ୍ଟା ପ୍ରତି 900 କିଲୋମିଟର  ରହିଛି।

2- ମୁକେଶ ଅମ୍ବାନୀ, ଏହି ଭାରତୀୟ ଶୀଳ୍ପପତି ତାଙ୍କର ବିଳାସପୂର୍ଣ୍ମ ଜୀବନ ଶୈଳୀକୁ ନେଇ ବେସ ଚର୍ଚ୍ଚିତ। ତାଙ୍କ ପାଖରେ ରିହିଛି ବୋଇଂ ବିଜନେସ ଜେଟ୍‌-2 । ଏହାର ମୂଲ୍ୟ 471 କୋଟି ଟଙ୍କା। ନିଜର ପ୍ରାଇଭେଟ ଜେଟ୍‌କୁ ଲ୍ୟାଣ଼୍ଡ କରିବା ପାଇଁ ନିଜ ଘରେ ଦୁଇଟି ହ୍ୟାଲି ପ୍ୟାଡ୍‌ ବନେଇଛନ୍ତି। କେବଳ ସେତିକି ନୁହଁ 2007 ରେ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ଜନ୍ମଦିନରେ ତାଙ୍କୁ 242 କୋଟିର ଏୟାରବସ୍‌ 319 କରପୋରେଟ ଜେଟ୍‌ ଗିଫ୍ଟ କରିଥିଲେ ।

3- ଲକ୍ଷ୍ମୀମିତଲ, ଏହି ଭାରତୀୟ ବ୍ୟବସାୟୀଙ୍କ ପାଖରେ ରହିଛି ଗଲଫଷ୍ଟ୍ରିମ୍ ଜି-550। ଏହି ବିମାନ ଥରକେ 12501କିମି ପର୍ଯ୍ୟନ୍ତ ଉଡିପାରେ। ଏହାର ମୂଲ୍ୟ ରହିଛି 401 କୋଟି ଟଙ୍କା।

4- ଲେରି ପେଜ, ଗୁଗଲର ସଂସ୍ଥାପକ ଲେରି ପେଜଙ୍କ ପାଖରେ ରହିଛି ବୋଇଁ 762 ବିମାନ। ଏହି ବିମାନ ଥରକେ 10418 କିମି ପର୍ଯ଼୍ୟନ୍ତ ଉଡିପାରେ। ଏହି ବିମାନର ମୂଲ୍ୟ ହେଉଛି 800 କୋଟି ଟଙ୍କା।

5- ଡୋନାଲ୍ଡ ଟ୍ରମ୍ପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଖରେ ରହିଛି ବୋଇଂ-757 ବିମାନ। ଏହାର ମୂଲ୍ୟ 736 କୋଟି ଟଙ୍କା। 39ଜଣ ଯାତ୍ରୀ ବହନ କରିପାରୁଥିବା ଏହି ବିମାନ ଏକା ଥରକେ 11650 କିଲୋମିଟର ପ୍ରର୍ଯ଼୍ୟନ୍ତ ଯାତ୍ରା କରିପାରିବ। ଏବଂ ଏହି ଜେଟ୍‌ର ସିଟ ବେଲ୍ଟରେ ସୁନା ଲାଗିଛି।

6- ବିଲଗେଟ୍ସ , ମାଇକ୍ରୋସପ୍ଟର ସଂସ୍ଥାପକ ବିଲଗେଟ୍ସଙ୍କ ପାଖରେ ରହିଛି ‘ଡସାଲଟ ଫାଲକର୍ଣ୍ଣ 7 ଏକ୍ସ ଏୟାର ଜେଟ୍‌’। ଏକାଥରକେ 63 ଜଣ ଯାତ୍ରୀ ବହନ କରିପାରୁଥିବା ଏହି ବିମାନର ମୂଲ୍ୟ 275 କୋଟି ଟଙ୍କା ରିହିଥିବାବେଳେ ଥରକେ 900 କମି ପର୍ଯ୍ୟନ୍ତ ଉଡିପାରେ।

Related story