ବିକ୍ରମାଦିତ୍ୟରେ ବସିବ, ବ୍ରହ୍ମୋସ୍ ଛାଡ଼ିବ, ଭାରତୀୟ ସେନାର ଭୀଷ୍ମ ପ୍ରତିଜ୍ଞା, ପଢନ୍ତୁ ଆତ୍ମବିଶ୍ୱାସ ବଢାଇଲା ଭଳି ସତ

ବିଶ୍ୱର ସର୍ବଶ୍ରେଷ୍ଠ ସେନା ଭିତରେ ପଞ୍ଚମ ସ୍ଥାନରେ ରହିଛି। ଭାରତଙ୍କ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ଭାରତୀୟ ସେନାଙ୍କ ଶତ୍ରୁପକ୍ଷକୁ ସ୍ଥଳପଥ, ଜଳପଥ ଓ ଆକାଶପଥରେ ମାତ୍‌ ଦେବାକୁ ସକ୍ଷମ। ଭାରତୀୟ ସେନାଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ବିଶ୍ୱଶକ୍ତି ଭାବେ ଉଭା ହୋଇଛି ଭାରତ। ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ରିର୍ସଚ୍ଚ ରିପୋର୍ଟ ଅନୁଯାୟୀ୨୦୧୧ ରୁ ୨୦୧୫ ଭିତରେ ସବୁଠାରୁ ଅଧିକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣିଛି ଭାରତ। ଏପରିକି ଏହି ସମୟ ଭିତରେ ଯୁଦ୍ଧାସ୍ତ୍ର କିଣିବାରେ ଚୀନ୍ ଓ ଅେଷ୍ଟ୍ରଲିଆକୁ […]

indian army

Rakesh Mallick
  • Published: Friday, 26 May 2017
  • , Updated: 26 May 2017, 05:23 PM IST

ବିଶ୍ୱର ସର୍ବଶ୍ରେଷ୍ଠ ସେନା ଭିତରେ ପଞ୍ଚମ ସ୍ଥାନରେ ରହିଛି। ଭାରତଙ୍କ ବିଭିନ୍ନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ଭାରତୀୟ ସେନାଙ୍କ ଶତ୍ରୁପକ୍ଷକୁ ସ୍ଥଳପଥ, ଜଳପଥ ଓ ଆକାଶପଥରେ ମାତ୍‌ ଦେବାକୁ ସକ୍ଷମ। ଭାରତୀୟ ସେନାଙ୍କ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ବିଶ୍ୱଶକ୍ତି ଭାବେ ଉଭା ହୋଇଛି ଭାରତ। ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ରିର୍ସଚ୍ଚ ରିପୋର୍ଟ ଅନୁଯାୟୀ୨୦୧୧ ରୁ ୨୦୧୫ ଭିତରେ ସବୁଠାରୁ ଅଧିକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣିଛି ଭାରତ। ଏପରିକି ଏହି ସମୟ ଭିତରେ ଯୁଦ୍ଧାସ୍ତ୍ର କିଣିବାରେ ଚୀନ୍ ଓ ଅେଷ୍ଟ୍ରଲିଆକୁ ମଧ୍ୟ ପଛରେ ପକାଇଛି ଭାରତ। ତେବେ ଆସନ୍ତୁ ଜାଣିବା ଭାରତ ପାଖରେ ଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସର୍ମ୍ପକରେ ଯାହା ଶତ୍ରୁପକ୍ଷକୁ ଯୁଦ୍ଧରେ ଚିତ୍ କରିବାରେ ସକ୍ଷମ।

ସୁଖୋଇ ଫ।ଇଟ୍‌ର ଜେଟ୍: ଭାରତ ଓ ରୁଷର ମିଳିତ ଉଦ୍ୟମରେ ନିର୍ମିତ ସୁଖୋଇ ଫ।ଇଟର୍ ଜେଟ୍ । ଭାରତୀୟ ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ସୁଖୋଇ ୩୦ ଏମ୍‌କେଆଇ। ପାକିସ୍ତାନ ସେନାରେ ଥିବା ଆମେରିକା ନିର୍ମିତ ଫ।ଇଟର ପ୍ଲେନ F-୧୬ ଠାରୁ ମଧ୍ୟ ବେଶ୍‌ ଶକ୍ତିଶାଳୀ ସୁଖୋଇ ବିମାନ।  ୮ ହଜାର କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କରି  ୪ ହଜାର କିମି ଉପରେ ଉଡିବାରେ ସକ୍ଷମ ସୁଖୋଇ ଫ।ଇଟର ଜେଟ୍। ସାଟେଲାଇଟ୍ ନାଭିଗେସନ୍‌ ସିଷ୍ଟମ ଭଳି ଅତ୍ୟାଧୁନିକ ବୈଷିୟିକ ଜ୍ଞାନକୌଶଳରେ ନିର୍ମିତ ଏହି ଜେଟଟି ପ୍ରତିକୂଳ ପାଗରେ ମଧ୍ୟ ଉଡାଣ ଭରିବାର ସକ୍ଷମ ହୋଇଥାଏ। ଏହି ସୁଖୋଇ ଜେଟ୍ ପ୍ରତି ୟୁନିଟ୍‌ର ମୂଲ୍ୟ ୩୫୮ କୋଟି ଟଙ୍କ।।

ବ୍ରହ୍ମୋସ୍ ମିଜାଇଲ୍: ଦୁନିଆର ସବୁଠାରୁ ମଡର୍ଣ୍ଣ ଓ କ୍ଷୀପ୍ର ଗତିରେ ଯାଉଥିବା ମିଜାଇଲ୍ ଭିତରେ ସ୍ଥାନ ପାଇଛି ବ୍ରହ୍ମୋସ୍ ମିଜାଇଲ୍। ଏହି ମିଜାଇଲ୍‌ର ଗତି ଆଗରେ ଦୁନିଆର ଯେକୌଣସି ମିଜାଇଲ୍ ହାର୍ ମାନେ। ଭାରତ ଓ ରୁଷର ମିଳିତ ସହଯୋଗରେ ନିର୍ମିତ ଏହି ମିସାଇଲ୍୨୯୦ କିଲୋମିଟର ଦୂରରେ ଥିବା ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଶବ୍ଦ ଠାରୁ ୩ ଗୁଣା କ୍ଷୀପ୍ର ଗତିରେ ଯାଉଥିବା ଏହି ମିଜାଇଲ ଜଳ,ସ୍ଥଳ ଓ ଆକାଶମାର୍ଗରୁ ଟାର୍ଗେଟ୍‌କୁ ଲକ୍ଷ୍ୟଭେଦ କରିପାରିବ। ଷ୍ଟ୍ରିପ ଡ୍ରାଇଭ୍ କ୍ୟାପାବିଲିଟିଜ ଜ୍ଞାନ କୌଶଳରେ ନିର୍ମିତ ଏହି ସୁପରସୋନିକ ମିଜାଇଲ ପାହାଡ ପଛରେ ଥିବା ଟାର୍ଗେଟକୁ ମଧ୍ୟ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଏପରିକି ଏଥିରେ ଥିବା ମେନୁଭେରିବଲ ଜ୍ଞାନକୌଶଳ ଶତ୍ରୁପକ୍ଷର ଟାର୍ଗେଟକୁ ଗୋଡାଇ ଗୋଡାଇ ନଷ୍ଟ କରିଥାଏ। ଏହି ମିଜାଇଲ୍‌ର ପ୍ରତି ୟୁନିଟର ମୂଲ୍ୟ ୨୦ କୋଟି ଟଙ୍କ।।

ଏନ୍ଏଜି ମିଜାଇଲ କେରିୟର: ଡିଆଡିଓରେ ସମ୍ପୁର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏନ୍ଏଜି ମିଜାଇଲ କେରିୟର ହେଉଛି ଫ।ୟାର ଆଣ୍ଡ ଫେ।ର୍ଗେଟ ଆଣ୍ଟି ଟ୍ୟାଙ୍କ ମିଜାଇଲ। ୨୩୦ ମିଟର ପ୍ରତି ସେକେଣ୍ଡ ଗତିରେ ୪ରୁ ୫ କିଲୋମିଟର ପରିସର ମଧ୍ୟରେ ଥିବା ଟାର୍ଗେଟକୁ ଲକ୍ଷ୍ୟଭେଦ କରିଥାଏ ଏହି ମିଜାଇଲ। ଏକାସାଙ୍ଗରେ ୧୨ଟି ମିଜାଇଲ ନେଇପାରୁଥିବା ଏହି ମିଜାଇଲ କେରିୟର ଆକ୍ରମଣ ପାଇଁ ଏକ ସମୟରେ ୮ଟି ମିଜାଇଲକୁ ପ୍ରସ୍ତୁତ କରି ରଖିଥାଏ। ପ୍ରତି ଏନ୍ଏଜି ମିଜାଇଲର ଦାମ୍ ୩୦୦ କୋଟି ଟଙ୍କ।।

 

ଆଇଏନଏସ୍ ଚକ୍ର-୨: ଭାରତ ନିଜ ନୌସେନାରେ ସାମିଲ କରିଛି ଆଇଏନ୍ଏସ ଚକ୍ର-୨ ଭଳି ବୁଡ଼ା ଜାହାଜ। ରୁଷ ଠାରୁ ୧୦୦ କୋଟି ଟଙ୍କ। ଦେଇ ୧୦ ବର୍ଷ ପାଇଁ ଲିଜ୍‌ରେ ଆଣିଛି ଭାରତ ଏହି ବୁଡ଼ା ଜାହାଜକୁ। ପାଣି ଭିତରେ ୬୦୦ମିଟର ଗଭୀର ସମୁଦ୍ର ଭିତରକୁ ଯାଇପାରୁଥିବା ଏହି ଜାହାଜ ଲଗାତାର ୩ ମାସ ପର୍ଯ୍ୟନ୍ତ ସମୁଦ୍ର ଗଭୀର ଜଳରାଶି ଭିତରେ ରହିଥାଏ।

 

ଫ।ଲକୋନ୍ ଅକ୍ସ: ଶତ୍ରୁପକ୍ଷର ଜାହାଜ ଓ ସେମାନଙ୍କର ଅବସ୍ଥିତିକୁ ଟ୍ରାକ କରିବା ପାଇଁ ଭାରତ ନିଜ ସେନାରେ ସାମିଲ କରିଛି ଫ।ଲକୋନ ଅକ୍ସ ଭଳି ଏୟାରକ୍ରାଫ୍ଟ। ଏୟାରବ୍ରୋନ ୱାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ସିଷ୍ଟମ ଭଳି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଏୟାରକ୍ରାଫ୍ଟ ଭାରତକୁ ଛାଡିଦେଲେ ଅନ୍ୟ କୌଣସି ଦେଶ ପାଖରେ ନାହିଁ। ପୂରା ୩୬୦ ଡ଼ିଗ୍ରୀ ରାଡାରରେ କାମ ମରୁଥିବା ଏହି ଏୟାରକ୍ରାଫ୍ଟ ୪୦୦ କି.ମି ଦୂରରେ ଥିବା ଶତ୍ରୁପକ୍ଷର ଯୁଦ୍ଧାସ୍ତ୍ରକୁ ବେଶ୍ ସହଜରେ ଟ୍ରାକ୍ କରିଥାଏ। ଏହାର ମୂଲ୍ୟ ୨୨୦୦ କୋଟି ଟଙ୍କ।।

 

ଆଇଏନ୍ଏସ୍ ବିକ୍ରମାଦିତ୍ୟ: ୨୦୧୩ରେ ଭାରତୀୟ ନୌସେନାରେ ସାମିଲ ହୋଇଥିଲା ଦେଶର ବଡ ଏୟାରକ୍ରାଫ୍ଟ କେରିଅର ଆଇଏନ୍ଏସ ବିକ୍ରମାଦିତ୍ୟ। ୪୪ ହଜାର ୫୦୦ ଟନ୍ ଓଜନ ବିଶିଷ୍ଟ ଏହି ଏୟାରକ୍ରାଫ୍ଟ ୩ଟି ଫୁଟବଲ ପଡିଆ ସହିତ ସମାନ। ଏହାର ଲମ୍ୱା ୨୮୩.୧ ମିଟର ଓ ଉଚ୍ଚତା ୬୦ ମିଟର।୨୨ ତାଲା ବିଶିଷ୍ଟ ଏହି ଏୟାରକ୍ରାଫ୍ଟରେ ୨୨ଟି ଡେକ୍ ରହିଛି। ଏକା ସାଙ୍ଗରେ ୧୬୦୦ ଲୋକଙ୍କୁ ନେଇ ଯାଇ ପାରୁଥିବା ଏହି ଏୟାରକ୍ରାଫ୍ଟଟି ଲଗାତାର ୧୦୦ ଦିନ ପର୍ଯ୍ୟନ୍ତ  ସମୁଦ୍ର ଭିତରେ ରହିପାରିବ।

ଟି-୯୦ଏସ୍ ଭୀଷ୍ମ: ମହା ଶକ୍ତିଶାଳୀ ଭୀଷ୍ମଙ୍କୁ ନେଇ ଟି-୯୦ଏସ୍ ଭୀଷ୍ମ ଟ୍ୟାଙ୍କର ନାମକରଣ କରାଯାଇଛି। ଶତ୍ରୁପକ୍ଷ ସହ ସାମ୍ନାସାମ୍ନି ଲଢେଇରେ ଭାରତ ପାଇଁ ଏହା ବ୍ରହ୍ମାସ୍ତ୍ର ପରି କାମ କରିଥାଏ। ଏହି ଟ୍ୟାଙ୍କର ଉପରେ କୌଣସି କେମିକାଲ କିମ୍ୱା ବାୟୋଲୋଜିକାଲ ଆକ୍ରମଣ ବା ରେଡିଓଆକଟିଭ ଆକ୍ରମଣର ପ୍ରଭାବ ପଡି ନଥାଏ। ଭୀଷ୍ମକୁ ଏପରି ଭାବେ ଡିଜାଇନ୍ କରାଯାଇଛି ଯେ ଶତ୍ରୁପକ୍ଷର ବୋମା ମଧ୍ୟ ଏହା ଉପରେ ପଡିଲେ ବୋମା ନଷ୍ଟ ହୋଇ ଯାଇଥାଏ ଏବଂ ଟ୍ୟାଙ୍କରେ ବସିଥିବା ସୈନିକଙ୍କର ଟିକିଏ ବି କ୍ଷତି ହୋଇ ନଥାଏ। ଏହି ଟ୍ୟାଙ୍କରେ ୧୨.୭ର ଏମ୍ଏମ୍‌ର ମେସିନଗନ୍ ଲାଗିଛି ଯାହାକୁ କମାଣ୍ଡର ଟ୍ୟାଙ୍କର ଭିତରେ ବସି ରିମୋଟ ମାଧ୍ୟମରେ ପରିଚାଳିତ କରିପାରିବେ। ୫ କି.ମି ପରିଧି ମଧ୍ୟରେ ଶତ୍ରୁପକ୍ଷକୁ ଆକ୍ରମଣ କରିବାରେ ବେଶ୍ ସହାୟକ ଭୀଷ୍ମ।

courtesy-inextlive.jagaran

Related story